ପାୱାରହାଉସ୍ କଲୋନି ରାସ୍ତା ନିର୍ମାଣ କାମ ନିମ୍ନମାନର ଅଭିଯୋଗ

ଜୟପୁର: ପାୱାରହାଉସ୍ କଲୋନିର ୬ଷ୍ଠ ଓ ୭ମ ଲାଇନର ରାସ୍ତା କାମ ସଂପ୍ରତି ଜାରି ରହିଛି। ତେବେ ରାସ୍ତା କାମ ନିମ୍ନମାନର ହେଉଥିବା ଉକ୍ତ ସାହିର ସାହି ବାସିନ୍ଦା ନିଶା‌ନ ପଟ୍ଟନାୟକ, ଗଣେଶ ସାହୁ, ସରୋଜ ମହାପାତ୍ର, ଦୀପକ ପଟ୍ଟନାୟକ, ଗୀତାଂଜଳୀ ନାୟକ ପ୍ରମୁଖ ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। ରାସ୍ତା ଯେଉଁଭଳି ନିର୍ମାଣ ହେବା କଥା କରାଯାଉନି। ଅତ୍ୟନ୍ତ ତରବରିଆ ଭାବେ କରାଯାଉଥିବା ସାହି ବାସିନ୍ଦା ଅଭିଯୋଗ କରିଛନ୍ତି। କ୍ରସର ଡଷ୍ଟ ସହ ମିଶାଇ ପକାଇବା କଥା। କିନ୍ତୁ ରଂଗ ମାଟି ଆଣି ପକାଇ ଦିଆଯାଉଥିବା ଅଭିଯୋଗ ହୋଇଛି।

ଏବେ ହୋଇଥିବା କାଳବୈଶାଖୀ ବର୍ଷାରେ ବି ଲୋକେ ଘରୁ ବାହାରକୁ ବାହାରି ପାରି ନଥିବା କହିଛନ୍ତି ସାହି ବାସିନ୍ଦା। ଏଷ୍ଟିମେଟ୍ ଓ ନିୟମ ଅନୁଯାୟୀ ପର୍ଯ୍ୟାୟକ୍ରମେ ରାସ୍ତା ନିର୍ମାଣ କାମଚାଳିଛି ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ ପ୍ରତାପ କୁମାର ଆଚାର୍ଯ୍ୟ। ରୋଲ ଭାଇଭରଟର ନଥିବାରୁ ସାମାନ୍ୟ କାମ ବିଳମ୍ବ ହୋଇଥିଲେ ହେଁ ସଂପ୍ରତି ଏହା ମିଳିବା ପରେ ଏବେ ୬ଷ୍ଠ ଏବଂ ୭ମ ଲାଇନରେ କାମ ଯୁଦ୍ଧକାଳୀନ ଭିତ୍ତିରେ କରାଯାଉଛି ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ। କିଛି ସ୍ଥାନରେ ଖରାଫ ରହିଥିଲା। ଗତ କାଲି ତାହାକୁ ମରାମତି କରି କାମ କରାଯାଉଛି ବୋଲି କହିଛନ୍ତି କନିଷ୍ଠ ଯନ୍ତ୍ରୀ।

ସମ୍ବନ୍ଧିତ ଖବର