ବାଲିଅନ୍ତାରେ ସମ୍ବାଦ ଆମ ଓଡ଼ିଶା ପ୍ରତିଯୋଗିତାରେ ଭାଗନେଲେ ୩ଶହ ୯୭ଜଣ

ବାଲିଅନ୍ତା: ସମ୍ବାଦ ଆମ ଓଡ଼ିଶା ପକ୍ଷରୁ ଆୟୋଜିତ ବାଲିଅନ୍ତା ବ୍ଲକ ଅଧୀନ ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିର ପରୀକ୍ଷା କେନ୍ଦ୍ରରେ ମୋଟ ୩ ଶହ ୯୭ଜଣ ପରୀକ୍ଷାର୍ଥୀ ଯଥାକ୍ରମେ ଚିତ୍ରାଙ୍କନ, ହସ୍ତାକ୍ଷର, ଭାଷ‌ାଜ୍ଞାନ ଏବଂ ରାଜ୍ୟସ୍ତରୀୟ ସ୍ବାଧୀନତାର ଅମୃତ ମହୋତ୍ସବ ପ୍ରବନ୍ଧ ପରୀକ୍ଷା ଦେଇଛନ୍ତି। ସେଥିମଧ୍ୟରୁ ଚିତ୍ରାଙ୍କନରେ ୧୧୯ଜଣ, ସୁନ୍ଦର ହସ୍ତାକ୍ଷରରେ ୧୩୫ ଜଣ ଓ ଭାଷାଜ୍ଞାନ ପ୍ରତିଯୋଗିତାରେ ୧୪୩ଜଣ ପରୀକ୍ଷା ଦେଇଥିଲେ। ଅନୁରୂପ ଭାବେ ମୋ ସ୍ବପ୍ନର ଓଡ଼ିଶା ରାଜ୍ୟସ୍ତରୀକ୍ଷ ପ୍ରବନ୍ଧ ପରୀକ୍ଷାରେ ମୋଟ ୧୪୩ ଜଣ ପରୀକ୍ଷାର୍ଥୀ ଅଂଶଗ୍ରହଣ କରିଥିଲେ। ଚିତ୍ରାଙ୍କନରେ ସତ୍ୟଭାମାପୁର ସ୍ଥିତ ବିଜେଇଏମ ସ୍କୁଲର (୨) ପଞ୍ଚମ ଶ୍ରେଣୀ ଛାତ୍ରୀ ତନିସ୍କା ରାଜହଂସୀ ପ୍ରଥମ, ମା’ ଜାଗୁଳାଇ ସରସ୍ବତୀ ଶିଶୁମନ୍ଦିର ଦ୍ବିତୀୟ ଶ୍ରେଣୀ ଛାତ୍ରୀ ଅମ୍ବିକା ରାଣୀ ପଣ୍ଡା ଦ୍ବିତୀୟ ଓ ଭୁବନେଶ୍ବର ସେଣ୍ଟ ଜାଭିୟର ହାଇସ୍କୁଲର ପ୍ରଥମ ଶ୍ରେଣୀ ଛାତ୍ରୀ ଶ୍ରୀନିକା ମିଶ୍ର ତୃତୀୟ ହୋଇଛନ୍ତି।

ସୁନ୍ଦର ହସ୍ତାକ୍ଷର ପ୍ରତିଯୋଗିତାରେ ନହରକଣ୍ଟା ସ୍ଥିତ ସରସ୍ବତୀ ଶିକ୍ଷା ମନ୍ଦିର ଅଷ୍ଟମ ଶ୍ରେଣୀ ଛାତ୍ରୀ ସ୍ମୃତିରେଖା ବେହେରା ପ୍ରଥମ, ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିରର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅର୍ଚ୍ଚିତା ବେହେରା ଦ୍ବିତୀୟ ଏବଂ ନହରକଣ୍ଟା ସରସ୍ବତୀ ଶିକ୍ଷା ମନ୍ଦିର ଅଷ୍ଟମ ଶ୍ରେଣୀ ଛାତ୍ରୀ ଅଭିପ୍ସା ପାତ୍ର ତୃତୀୟ ହୋଇଛନ୍ତି। ଭାଷାଜ୍ଞାନ ପ୍ରତିଯୋଗିତାରେ ନହରକଣ୍ଟା ସରସ୍ବତୀ ଶିକ୍ଷା ମନ୍ଦିର ୧୦ମ ଶ୍ରେଣୀ ଛାତ ସତ୍ୟଜିତ ବାରିକ ପ୍ରଥମ, ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିର ୧୦ମ ଶ୍ରେଣୀ ଛାତ୍ରୀ ରୁଦ୍ରାଣୀ ମହାନ୍ତି ଦ୍ବିତୀୟ ଏବଂ ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିର ୯ମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ସ୍ବାଇଁ ତୃତୀୟ ସ୍ଥାନ ହାସଲ କରିଛନ୍ତି। ମୋ ସ୍ବପ୍ନର ଓଡ଼ିଶା ପ୍ରବନ୍ଧରେ ମା’ ଜାଗୁଳାଇ ଶିଶୁ ମନ୍ଦିର ୧୦ମ ଶ୍ରେଣୀ ଛାତ୍ରୀ ରଦ୍ରାଣୀ ମହାନ୍ତି ପ୍ରଥମ, ନହରକଣ୍ଟା ସରସ୍ବତୀ ଶିକ୍ଷା ମନ୍ଦିର ୧୦ମ ଶ୍ରେଣୀ ଛାତ୍ରୀ ସୁପ୍ରିୟା ପ୍ରିୟଦର୍ଶିନୀ ରାଉତ ଦ୍ବିତୀୟ, ଉକ୍ତ ସ୍କୁଲର ୧୦ ଶ୍ରେଣୀ ଛାତ୍ର ପ୍ରତ୍ୟୁଷ କୁମାର ଦଳାଇ ତୃତୀୟ, ମା’ ଜାଗୁଳାଇ ସରସ୍ବତୀ ଶିଶୁ ମନ୍ଦିର ୯ମ ଶ୍ରେଣୀ ଛାତ୍ରୀ ବିଷ୍ଣୁପ୍ରିୟା ସ୍ବାଇଁ ଚତୁର୍ଥ, ଏହି ସ୍କୁଲର ଅନ୍ୟତମ ଛାତ୍ରୀ ନିବେଦିତା ବେଦାନ୍ତ ପଞ୍ଚମ ସ୍ଥାନ ହାସଲ କରିଛନ୍ତି।

Sambad

ଏହି ଅବସରରେ ଆୟୋଜିତ ପୁରସ୍କାର ବିତରିଣୀ ସଭାରେ ଉମାଦେଇ ବ୍ରହ୍ମପୁର ସମିତି ସଭ୍ୟ ରଞ୍ଜନ କୁମାର ମହାପାତ୍ର, ପ୍ରକୃତିବନ୍ଧୁ ତଥା ସମାଜସେବୀ ଦୀନବନ୍ଧୁ ଭୋଇ, ଶିକ୍ଷାବିତ ସନ୍ତୋଷ କୁମାର ସାହୁ, କ୍ରୀଡ଼ା ଶିକ୍ଷକ ବସନ୍ତ ସୁନ୍ଦର ରାୟ ଏବଂ ପ୍ରଧାନ ଆଚାର୍ଯ୍ୟ ଶ୍ରୀକାନ୍ତ ଶେଖର ସାମନ୍ତରାୟ ଓ ଆଇନଜୀବୀ ସୁରେଶ ଚନ୍ଦ୍ର ଦାସ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କୃତୀ ପ୍ରତିଯୋଗୀମାନଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ବେହେରା, ପ୍ରଶାନ୍ତ ତ୍ରିପାଠୀ, ନମିତା ଦାଶ, ଶକ୍ତିରଞ୍ଜନ ଦାଶ,ଦେବସ୍ମିତା ସାମନ୍ତରାୟ, ଶ୍ରୀପଦା ପରିଡ଼ା, ଝୁନୁବାଳା ଦାଶ, ମନୋରମା ପ୍ରଧାନ, ସୂର୍ୟ୍ୟକାନ୍ତି ସାହୁ, ଜାନକୀ ମହାପାତ୍ର, ଲକ୍ଷ୍ମୀପ୍ରିୟା ମେକାପ, ବୈଜୟନ୍ତୀ ରାଉତ, ଅନୁପମା ରଥ, କୁନାମଣୀ ବାରିକ, ପ୍ରିୟଙ୍କା ଜେନା, କୁଞ୍ଜଲତା ପଟ୍ଟନାୟକ ଗୁରୁଜୀ ଗୁରୁମା। ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନରେ ସହଯୋଗ କରିଥିଲେ। ସ୍ଥାନୀୟ ସମ୍ବାଦ ପ୍ରତିନିଧି ନିରଞ୍ଜନ ସେନାପତି ସମଗ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର