ହୀରାକୁଦରେ ଝାଡ଼ାବାନ୍ତି ବ୍ୟାପିବା ଘଟଣା: ଜନସ୍ୱାସ୍ଥ୍ୟ ବିଭାଗର ୩ କର୍ମଚାରୀ ନିଲମ୍ବିତ

ହୀରାକୁଦ: ହୀରାକୁଦ ଅଞ୍ଚଳରେ ଝାଡ଼ାବାନ୍ତିରେ ୩ ଜଣଙ୍କ ମୃତ୍ୟୁ ହୋଇଛି। ୩୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ ହୋଇଥିବା ବେଳେ ଏବେ ମଧ୍ୟ କିଛି ଲୋକ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ବିଳମ୍ବରେ ହେଲେ ବି ଜନସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

କାର୍ଯ୍ୟରେ ଅବହେଳା ଅଭିଯୋଗରେ ୩ ଜଣ କର୍ମଚାରୀଙ୍କୁ ନିଲମ୍ବନ କରାଯାଇଛି। ସେମାନେ ହେଲେ ବେଣୁଧର ବିଶ୍ବାଳ, ପୂର୍ଣ୍ଣଚନ୍ଦ୍ର ପ୍ରଧାନ ଓ ହରେକୃଷ୍ଣ ପ୍ରଧାନ। ଜନସ୍ବାସ୍ଥ୍ୟ ବିଭାଗ ୩ ଜଣ ତଳିଆ କର୍ମଚାରୀଙ୍କୁ ନିଲମ୍ବନ କରିଥିବା ବେଳେ ଦାୟିତ୍ବରେ ଥିବା ଯନ୍ତ୍ରୀ ଓ ଅଧିକାରୀମାନଙ୍କ ବିରୋଧରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ନେବାକୁ ହୀରାକୁଦର ସଚେତନ ନାଗରିକ ମହଲରେ ଦାବି ହେଉଛି।

ସମ୍ବନ୍ଧିତ ଖବର