ଯୁବକଙ୍କ ମୃତଦେହ ଉଦ୍ଧାର: ହତ୍ୟା ଅଭିଯୋଗ ଆଣିଲେ ପରିବାର, ଥାନାରେ ଦୁଇ ଅଟକ

ସମ୍ବଲପୁର: ସମ୍ବଲପୁର ଧନକାଉଡା ଅଞ୍ଚଳରେ ଆଜି ସକାଳେ ଜଣେ ଯୁବକଙ୍କର ମୃତଦେହ ମିଳିବା ଘଟଣା ଚାଞ୍ଚଲ୍ୟ ଖେଳାଇଦେଇଛି। ମୃତକଙ୍କ ନାଆଁ ପିଙ୍କୁ ବୋଲି ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି। ତାଙ୍କୁ ହତ୍ୟା କରାଯାଇଥିବା ନେଇ ପରିବାର ଲୋକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଶବ ଜବତ କରି ତଦନ୍ତ ଚଳାଇଛି।

ପିଙ୍କୁଙ୍କୁ ଘରୁ ଡାକି ନେଇ ଗତ ବୁଧବାର ରାତିରେ ହତ୍ୟା କରାଯାଇଥିବାର ଅନୁମାନ କରାଯାଉଛି। ଏହି ଘଟଣାରେ ପୁଲିସ ଦୁଇଜଣଙ୍କୁ ଅଟକ ରଖିଥିବା ସୂଚନା ମିଳିଛି। ତେବେ ପୁଲିସ ପକ୍ଷରୁ ହତ୍ୟାକାଣ୍ଡ ସଂପର୍କରେ ଅଧିକ ସୂଚନା ଦିଆଯାଇନାହିଁ।

ସମ୍ବନ୍ଧିତ ଖବର