ହାଇଓ୍ଵା-ଟ୍ରଲର ଧକ୍କା, ଜଣେ ଗୁରୁୁତର

ଯୁଯୁମୁରା,: ମଂଗଳବାର ସମ୍ବଲପୁର-ରେଢ଼ାଖୋଲ ରାଜପଥର ଯୁଯୁମୁରା ଥାନା ଭିମଖୋଜ ନିକଟରେ ଏକ ହାଇଓ୍ଵା-ଟ୍ରଲର ମଧ୍ୟରେ ଧକ୍କା ହୋଇଛି। ଏଥିରେ ହାଇଓ୍ଵ(ଓଡି୨୩-୮୪୧୫) ଚାଳକ ରେଢ଼ାଖୋଲ ଥାନା ତ୍ରିବଣପୁର ଗ୍ରାମର ସୁରମଣି ମହାକୁଡ଼(୨୮) ଗୁରୁତର ଆହତ ହୋଇଛନ୍ତି। ଦୁର୍ଘଟଣା ପରେ ସେ ଗାଡ଼ିରେ ଚାପି ହୋଇଥିଲେ। ଯୁଯୁମୁରା ଥାନା ପୁଲିସ୍‌ ତାଙ୍କୁ ଉଦ୍ଧାର କରିବା ପାଇଁ ଅଗ୍ନିଶମ ବାହିନୀର ସହାୟତା ନେଇଥିଲେ। ଗ୍ୟାସ୍‌ କଟର୍‌ ଯୋଗୁଁ ଗାଡ଼ିରେ ନିଆଁ ଲାଗି ଯାଇଥିଲା। ବହୁ କଷ୍ଟରେ ନିଆଁକୁ ଆୟତ୍ତ କରାଯିବା ସହ ସୁରମଣିଙ୍କୁ ଉଦ୍ଧାର କରାଯାଇଥିଲା। ସୁରମଣିଙ୍କ ଗୋଡ଼ ଭାଂଗି ଯାଇଥିବା ଜଣାପଡ଼ିଛି। ସୁରମଣିଙ୍କ ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏହି ଦୁର୍ଘଟଣା ଘଟିଥିଲା ବୋଲି ଯୁଯୁମୁରା ଥାନା ପୁଲିସ କହିଛି। ଗୁରୁତର ଅବସ୍ଥାରେ ସୁରମଣିଙ୍କୁ ବୁର୍ଲା ଡାକ୍ତରଖାନାରେ ଭର୍ତି କରାଯାଇଛି। ଟ୍ରଲର(ଆର୍‌ଜେ୦୪ଜିବି୦୯୨୭) ଚାଳକଙ୍କ କୌଣସି କ୍ଷତି ପହଂଚିନଥିବା କୁହାଯାଇଛି।

ସମ୍ବନ୍ଧିତ ଖବର