ମହିଳାଙ୍କୁ ଆକ୍ରମଣ କରି ବୁଦାମୂଳେ ଫିଙ୍ଗିଦେଲେ, ଗୁରୁତର ଅବସ୍ଥାରେ କଟକ ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର

ରାମଚନ୍ଦ୍ରପୁର: କେନ୍ଦୁଝର ଜିଲ୍ଲା ରାମଚନ୍ଦ୍ରପୁର ଥାନା ଅଳତି ପଞ୍ଚାୟତ ଅନ୍ତର୍ଗତ ଜନାର୍ଦ୍ଦନପୁର ପାଟଣା ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ବୋହୂୂର ଭାଇ ଓ ମା’ଙ୍କ ମାଡ଼ରେ ଲହୁଲୁହାଣ ହୋଇଛନ୍ତି ମହିଳା। ସେମାନେ ମରଣାନ୍ତକ ଆକ୍ରମଣ କରିିବା ପରେ ଘରୁ ଘୋଷାରିି ନେଇ ବୁୁଦାମୂୂଳେ ଫିଙ୍ଗି ଦେଇ ଚାଲି ଯାଇଥିଲେ। ଗ୍ରାମବାସୀ ଉଦ୍ଧାର କରି ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିିଥିଲେ । ପୁଲିସ ସୂୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜନାର୍ଦ୍ଦନପୁର ପାଟଣା ଗ୍ରାମର କାମିନୀ ଦାସ(୪୫)ଙ୍କ ପୁଅ କ୍ରିଷ୍ଣା ଦାସ (୨୪) ଗତ ଦୋଳ ପୂର୍ଣ୍ଣିିମାରେ ସେହି ଗ୍ରାମର ତ୍ରିଲୋଚନ ଦାସ(୫୦)ଙ୍କ ଝିଅ ସନ୍ତୋଷୀ ଦାସ(୨୦)ଙ୍କୁ ପ୍ରେମ ବିବାହ କରିଥିଲେ।

ବିବାହକୁ ନେଇ କାମିନୀ ଅସନ୍ତୁଷ୍ଟ ଥିଲେ। ଦୁଇପକ୍ଷ ମଧ୍ୟରେ ବିବାଦ ଘଟି ଥାନା ପର୍ଯ୍ୟନ୍ତ ଯାଇଥିଲା। ପର ମୁହୂର୍ତ୍ତରେ ଦୁଇପକ୍ଷ ମଧ୍ୟରେ ଆପୋସ ବୁଝାମଣା ହୋଇଥିଲା। କାମିନୀ ପର ଘରେ କାମ କରି ଯାହା ଆଣନ୍ତି ସେଥିରେ ପରିବାର ଚଳୁଥିଲା। ଲକ୍ଡା‌ଉନ ଖୋଲିବାରୁ ଦୁଇ ମାସ ତଳେ ପୁଅ କ୍ରିଷ୍ଣା ତାମିଲନାଡୁ ଚାଲି ଯାଇଥିଲେ। ଘରେ ଶାଶୂୂବୋହୂ ଦୁଇ ଜଣ ରହୁଥିଲେ ବି ଦୁହିଁଙ୍କ ମଧ୍ୟରେ ସେମିତି ଭଲ ସଂପର୍କ ନଥିଲା। ଗତକାଲି ଶାଶୂବୋହୂଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ବୋହୂ ବାପ ଘରକୁ ଚାଲି ଯାଇଥିଲେ। ରାତ୍ରି ୧୧ଟା ବେଳେ ଶାଶୂ ଘରେ ଶୋଇଥିବା ବେଳେ ହଠାତ ବୋହୂଙ୍କ ଭାଇ ବିଜୟ ଦାସ(୨୮), ମାଆ କୁନି ଦାସ(୪୫) ଅତର୍କିତ ଭାବେ ଠେଙ୍ଗା ଓ ଲୁହା ରଡରେ ଆକ୍ରମଣ କରିଥିଲେ। ଲହୁଲୁହାଣ କରିବା ପରେ ଘରୁ‌ ଘୋଷାରିି ଆଣି ବୁୁଦାମୂୂଳେ ଫିଙ୍ଗିଦେଇ ଚାଲି ଯାଇଥିଲେ।

କାମିନୀଙ୍କ ଚିତ୍କାର ଶୁଣି ପଡୋଶୀ ଲୋକ ଧାଇଁ ଆସି ତାଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ବୁଦା ମୂଳରେ ପଡିଥିବା ଦେଖି ୧୦୮ ଆମ୍ବୁଲାନ୍ସ ଯୋଗେ ପ୍ରଥମେ ସାଇଁକୁଳ ଗୋଷ୍ଠୀ ଚିକିିତ୍ସା କେନ୍ଦ୍ର ଓ ପରେ ଆନନ୍ଦପୁର ଉପଖଣ୍ତ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ବଡ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି। କାମିନୀଙ୍କ ମୁୁଣ୍ତର ଅନେକ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଗୋଟିଏ କାନ ଛିଡି ଯାଇଛି। ଦୁଇ ହାତରେ ମଧ୍ୟରେ କ୍ଷତ ହୋଇଛିି। ପୁଅ ତାମିଲୁନାଡୁରେ ଥିବାରୁ କାମିନୀଙ୍କ ତରଫରୁ ଗ୍ରାମର ଜଣେ ସ୍ବେଚ୍ଛାସେବୀ ଭାଗୀରଥି ରାଉତ ଥାନାରେ ଏତଲା ଦେଇଛନ୍ତି। ରାମଚନ୍ଦ୍ରପୁର ପୁଲିସ ଘଟଣାସ୍ଥଳକୁୁ ଯିବା ସହିିତ ୨୧/୨୧ରେ ଏକ ମାମଲା ରୁଜୁ କରି ଘଟଣା ସଂପର୍କରେ ଅଧିକ ତଦନ୍ତ ଜାରି ରଖିଛି। କାମିନୀଙ୍କ ପାଖରେ ତାଙ୍କ ଜ୍ବାଇଁଁ ଅଛନ୍ତିି। ବୋହୂର ପରିବାର ଫେରାର ହୋଇଯାଇଛନ୍ତି। ପୁଲିସ ବୋହୂଙ୍କ ଭାଇ ଓ ମା’ଙ୍କ ନାମରେ ମାମଲା ରୁଜୁୁ କରି ତଦନ୍ତ ଚଳାଇଥିବା ଏସଆଇ ଶ୍ରୀକାନ୍ତ ସାହୁ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର