ଲକ୍ଷ୍ମୀପୁର: ଲକ୍ଷ୍ମୀପୁର ସରସ୍ୱତୀ ଶିଶୁ ମନ୍ଦିର ପରିସରରେ ଶନିବାର ବିଜ୍ଞାନମେଳା ଅନୁଷ୍ଠିତ ହୋଇଯାଇଛିା ଛୋଟ ଛୋଟ ଶିଶୁମାନଙ୍କ ମନରେ ବିଜ୍ଞାନ ପ୍ରତି ରୁଚି ସୃଷ୍ଠିକରିବା, ନୂତନ ପଦାର୍ଥର ଉଦ୍ଭାବନ ଓ ଆବିଷ୍କାରର ଭାବନା ନେଇ ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏଥିରେ ମୁଖ୍ୟ ଅତିଥି ଭାବେ ସାଙ୍ଗାନ୍ନା ହାଇସ୍କୁଲର ପ୍ରଧାନଶିକ୍ଷକ ଗୋଲକ ଚନ୍ଦ୍ର ଲେଙ୍କା ଯୋଗଦେଇଥିଲେ। ମୁଖ୍ୟ ଅତିଥି ଶ୍ରୀ ଲେଙ୍କା ଛାତ୍ରଛାତ୍ରୀମାନଙ୍କୁ ମାର୍ଗଦର୍ଶନ ଦେଇଥିଲୋ ଏହି ବିଜ୍ଞାନମେଳାରେ ଶିଶୁ ବାଟିକାର ୧୬ଜଣ, ପ୍ରାଥମିକରେ ୧୮ଜଣ, ଶିଶୁ ବର୍ଗରେ ୧୩ ଜଣ, ବାଲ୍ ବର୍ଗରେ ୧୬ ଜଣ, ସମୁଦାୟ ୬୩ଟି ପ୍ରକଳ୍ପ ଛାତ୍ରଛାତ୍ରୀଙ୍କ ଦ୍ୱାରା ପ୍ରର୍ଦଶିତ କରାଯାଇଥିଲାା
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଥମ ଶ୍ରେଣୀର ଜୟକୃଷ୍ନ ସାହୁ, ଦ୍ୱିତୀୟ ଶ୍ରେଣୀର ଚନ୍ଦ୍ରୀକା ମହାନନ୍ଦିଆ, ତୃତୀୟ ଶ୍ରେଣୀର ମେଘନା ହିମେରିକା ପ୍ରଥମ ସ୍ଥାନ ଲେଖାଏଁ ଅଧିକାର କରିଥିଲେ । ସେହିପରି ଶିଶୁବର୍ଗରେ ଅନୁଷ୍ଠିତ ପଦାର୍ଥର ଅବସ୍ଥା ଶୀର୍ଷକ ପାଠ୍ୟକ୍ରମରେ ଶାଶ୍ୱତ ପଟ୍ଟନାୟକ, ଖାଦ୍ୟଶୃଙ୍ଗଳା ସମ୍ପର୍କୀତରେ ଦିବ୍ୟାଂଶୁ ଗରଡା, ମୃତ୍ତିକା ସଂରକ୍ଷଣରେ ବିଶ୍ୱନାଥ ବିଷୋଇ, ବାୟୁ ପ୍ରଦୂଷଣରେ ଦିବ୍ୟାଂଶୁ ଦାଶ ଓ ବାଲ ବର୍ଗର ଶକ୍ତି ସଂରକ୍ଷଣରେ ଯଶସ୍ୱିିନୀ ଶାବତ, କୃଷିରେ ପ୍ରଯୁକ୍ତି ବିଦ୍ୟାରେ ରୁଦ୍ରପ୍ରସାଦ ମହାପାତ୍ର, ନୂତନ ପ୍ରୟୋଗରେ ଧରାସ୍ମିତା ଖରା ପ୍ରମୁଖ ପ୍ରଥମ ସ୍ଥାନ ଲେଖାଏଁ ହୋଇଥିଲୋ
ଶିକ୍ଷକ ମାନସ ଜେନା, ଗୁପ୍ତେଶ୍ୱର ରାଉତ, ମନୋରଞ୍ଜନ ସିଂ, ଦୁର୍ଗା ପ୍ରସାଦ ଆଚାର୍ଯ୍ୟ, ମୁରଲି ଧର ଖରା, ଶିକ୍ଷୟତ୍ରୀ କୁମଦିନି ଗରଡା, ପ୍ରିୟମ୍ବଦା ସାହୁ ପ୍ରମୁଖ ବିଚାରକ ଭାବେ ରହିଥିବା ବେଳେ ପରିଚାଳନା ସଭାପତି ଫକିର ମୋହନ ସାହୁ, ସୁକାନ୍ତି ସାହୁ, ଧନେଶ୍ୱର ରାଉତ ଅନୀତା ମାଣ୍ଡିଙ୍ଗା,ଏକଲବ୍ୟ ଚୌଧୁରୀ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିଥିଲୋ ପ୍ରଧାନଆଚାର୍ଯ୍ୟ ସଦାନନ୍ଦ ଅଧିକାରୀଙ୍କ ତତ୍ୱାବଧାନରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ଅନୁଷ୍ଠାନର ସମସ୍ତ ଗୁରୁମା ଗୁରୁଜୀଙ୍କ ସମେତ କର୍ମଚାରୀ ସହଯୋଗ କରିଥିଲୋ ସମସ୍ତ ବର୍ଗରେ ପ୍ରଥମ ସ୍ଥାନ ଅଧିକାର କରିଥିବା ଛାତ୍ରଛାତ୍ରୀମାନେ ଆସନ୍ତା ୨୩ ତାରିଖରେ କୋରାପୁଟରେ ଅନୁଷ୍ଠିତ ହେବାକୁ ଥିବା ସଂକୁଳସ୍ତରୀୟ ବିଜ୍ଞାନ ମେଳାରେ ଯୋଗଦେବେ ବୋଲି ବିଦ୍ୟାଳୟ ତରଫରୁ ସୂଚନା ପ୍ରଦାନ କରାଯାଇଛିା