ସୋନପୁର,: ଗତ ୯ ତାରିଖରୁ ଭୀମଭୋଇ କଳା ମଣ୍ଡପଠାରେ ଚାଲିଥିବା ବରିଷ୍ଠ ନାଗରିକ ସପ୍ତାହ ଶୁକ୍ରବାର ଉଦ୍ଯାପିତ ହୋଇଯାଇଛି। ଏଥିରେ ଜିଲ୍ଲାପାଳ ଦାଶରଥି ଶତପଥୀ ମୁଖ୍ୟ ଅତିଥି, ଏସ୍ପି ପ୍ରଫୁଲ୍ଲ ପାତ୍ର, ଅତିରିକ୍ତ ଜିଲ୍ଲା ଦୌରା ଜଜ ପ୍ରତିମା ପଣ୍ଡା, ପିଡି ଡିଆରଡିଏ ବିଶ୍ୱନାଥ ସାହୁ, ସୋନପୁର ଉପଜିଲ୍ଲାପାଳ ବଳରାମ ମଲ୍ଲିକ, ବୀରମହାରାଜପୁର ଉପଜିଲ୍ଲାପାଳ ଗୋପୀନାଥ ସାରକା ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକ ସପ୍ତାହ ପାଳନ ସମ୍ପର୍କରେ ଆଲୋକପାତ କରିଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ଏହି ଅବସରରେ ବରିଷ୍ଠ ନାଗରିକମାନଙ୍କ ମଧ୍ୟରେ ନାଟ୍ୟକାର ଅଟଳ ପଣ୍ଡା କହିଲେ ଯେ ବରିଷ୍ଠ ନାଗରିକମାନଙ୍କ ପାଇଁ ସମବେଦନା ଦରକାର ନାହିଁ। ସେମାନଙ୍କ ମନୋବଳ ବୃଦ୍ଧି କରିବା ଦିଗରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବା ଦରକାର। ସେହିପରି ଡ. ପ୍ରଫୁଲ୍ଲ ରଥ, ଗୋରେଖନାଥ ସାହୁ, ନ୍ୟୁନ ପୂଝାରୀ, ହରିଶଙ୍କର ସରାଫ, ଭୂଷଣ ପାତ୍ର, ତ୍ରିଲୋଚନ ମେହେର, ଫକିର ସାହୁ ପ୍ରମୁଖ ଅନୁଭୁତି ବର୍ଣ୍ଣନା କରିଥିଲେ। ଏହି ଅବସରରେ ଶିଶୁମାନଙ୍କ ଦ୍ୱାରା ବୟୋଜେଷ୍ଠମାନଙ୍କୁ ସମ୍ମାନ ପ୍ରଦର୍ଶନ ଶିଶୁ ସୃଜନିକା କାର୍ଯ୍ୟକ୍ରମ ଓ ବିଭିନ୍ନ କ୍ଷେତ୍ରରେ ଉଲ୍ଲିଖନୀୟ ଅବଦାନ ପାଇଁ ବରିଷ୍ଠ ନାଗରିକମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲା। ଡିଆଇପିଆରଓ ଭୂଜଙ୍ଗ ଭୂଷଣ ରାଓ ଓ ବିଦ୍ୟାପତି ପଣ୍ଡା ସଭା ସଂଯୋଜନା କରିଥିବା ବେଳେ ସାମାଜିକ ସୁରକ୍ଷା ଅଧିକାରୀ ସୁନୀଲ ଦାଶ ସହଯୋଗ କରିଥିଲେ।
ଘଣ୍ଟାପଡ଼ା: ବୌଦ୍ଧ ଜିଲ୍ଲା କଣ୍ଟାମାଳ ତାଲୁକ ଆଇନ ସେବା ପ୍ରାଧୀକରଣ ପକ୍ଷରୁ କଣ୍ଟାମାଳ ୟୁଜିଏମ୍ଇ ସ୍କୁଲ ପରିସରରେ ଗୁରୁବାର ବରିଷ୍ଠ ନାଗରିକ ଦିବସ ପାଳିତ ହୋଇଯାଇଛି। ଏ ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ କଣ୍ଟାମାଳ ଜେଏମ୍ଏଫ୍ସିର ବିଚାରପତି ରଶ୍ମିତା ସାହୁଙ୍କ ଅଧ୍ୟକ୍ଷତା କରି ବରିଷ୍ଠ ଲୋକଙ୍କ ପାଇଁ ଥିବା ଆଇନଗତ ସହାୟତା ଉପରେ ଅବଗତ କରିଥିଲେ। କଣ୍ଟାମାଳ ବିଡିଓ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବରିଷ୍ଠ ନାଗରିକଙ୍କ ପାଇଁ ସୁବିଧା ସୁଯୋଗ ଉପରେ ଆଲୋକପାତ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବାର ଆସୋସିଏସନର ସଭାପତି ଦୁତିଆ ଚରଣ ସାହୁ, ରିଟନର ନରୋତ୍ତମ ମେହେର, ବାର ସଂପାଦକ କୈଳାଶ ଚନ୍ଦ୍ର ବାରିକ, ସରକାରୀ ଓକିଲ ସୁରେଶ ରଣା, ବରିଷ୍ଠ ଓକିଲ ମନୋଜ ଶର୍ମା ପ୍ରମୁଖ ଯୋଗ ଦେଇଥିଲେ।