ବିଧବା ମା’ଙ୍କୁ ଠେଙ୍ଗାରେ ପିଟି ମାରିଦେଲା ପୁଅ

କିଶୋରନଗର: ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଶାହାଜବାହାଳ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜନ୍ମକଲା ମା’ଙ୍କୁ ପୁଅ ଠେଙ୍ଗାରେ ପିଟିପିଟି ହତ୍ୟା କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଶାହାଜବାହାଳ ଗାଁର ଅର୍ତ୍ତତ୍ରାଣ ବେହେରା (୩୦) ନିଜର ବିଧବା ମା’ ଅପର୍ଣ୍ଣା ବେହେରା ସହିତ ରହୁଥିଲା। ତେବେ ଅର୍ତ୍ତତ୍ରାଣ ଗତକାଲି (ସୋମବାର) ରାତିରେ ଅତ୍ୟଧିକ ମଦ୍ୟପାନ କରି ଘରକୁ ଫେରି ମା’ ସହିତ କୌଣସି କଥାକୁ ନେଇ ଯୁକ୍ତିତର୍କ ଆରମ୍ଭ କରିଥିଲା। ଏଥିରେ ମା’ ପୁଅକୁ ଗାଳି ଦେବାରୁ ଅର୍ତ୍ତତ୍ରାଣ ଉତକ୍ଷିପ୍ତ ହୋଇ ପାଖରେ ପଡ଼ିଥିବା ଏକ ଠେଙ୍ଗାରେ ମା’ର ମୁଣ୍ଡଙ୍କୁ ପାହାର ଦେଇଥିଲା। ଏଥିରେ ବିଧବା ମା’ ଗୁରୁତର ଆହତ ହୋଇପଡ଼ିଥିଲେ।

ଗ୍ରାମବାସୀ ଅପର୍ଣ୍ଣାଙ୍କୁ ରକ୍ତଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ଏକ ଅଟୋ ଯୋଗେ ଚିକିତ୍ସା ପାଇଁ କିଶୋରନଗର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ରେଢ଼ାଖୋଲ ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରା ଯାଇଥିଲା। ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଅପର୍ଣ୍ଣାଙ୍କ ମୃତ୍ୟୁ ହୋଇଯାଇଥିଲା।

United States, Texas: Indian-American Mother Charged For Killing ...
NDTV.com

ଏହି ଘଟଣା ସମ୍ପର୍କରେ ଖବର ପାଇ କିଶୋରନଗର ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଅଭିଯୁକ୍ତ ପୁଅକୁ ଅଟକ ରଖି ପୁଲିସ ପଚାରଉଚରା ଜାରି ରଖିଛି।

ସମ୍ବନ୍ଧିତ ଖବର