ଚୀନ୍ ସ୍ବାସ୍ଥ୍ୟ ବିଭାଗର ଅନୁଶୀଳନ, କୋଭିଡ୍ ନଷ୍ଟ କରିଦେବ ବିଭିନ୍ନ ପ୍ରତ୍ୟଙ୍ଗ

ବେଜିଂ: ମହାମାରୀ କୋଭିିଡ୍–୧୯ ଦ୍ବାରା ମନୁଷ୍ୟର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରତ୍ୟଙ୍ଗ ଅକାମୀ ହୋଇପଡି଼ବ ବୋଲି ଚୀନ୍ ସ୍ବାସ୍ଥ୍ୟବିଭାଗ ହୃଦୟଙ୍ଗମ କରୁଛି। ଫଳସ୍ବରୂପ ପୀଡି଼ତମାନେ ସ୍ବାସ୍ଥ୍ୟ ବୀମା କଲାବେଳେ ସେମାନଙ୍କର କ୍ଷତିପୂରଣ ଭରଣା ବାବଦ ଆଗରୁ ରହିଥିବା ବିଭିନ୍ନ ଅସୁସ୍ଥତା ତାଲିକାରେ ଏବେ କୋଭିଡ୍‌ରେ ନଷ୍ଟ ହେବାର ଆଶଙ୍କା କରାଯାଉଥିବା ପ୍ରତ୍ୟଙ୍ଗଗୁଡି଼କୁ ମଧ୍ୟ ଯୋଡି଼଼ବା ପାଇଁ କହାଯାଇଛିା ସମ୍ପୂର୍ଣ୍ଣ ସୁସ୍ଥ ହୋଇ ନୂଆ ଜୀବନ ପାଇଥିବା କୋଭିଡ୍ ପୀଡି଼ତଙ୍କ ସମ୍ପର୍କରେ ଚୀନ୍‌ର ଜାତୀୟ ସ୍ବାସ୍ଥ୍ୟ ଆୟୋଗ ଜାରି କରିଥିବା ଏହାର ସଦ୍ୟ ନିେର୍ଦ୍ଦଶାବଳୀରେ ସ୍ପଷ୍ଟ କରିଛି ଯେ କିଛି ପୀଡି଼ତଙ୍କର ଏହି କରୋନା ରୋଗ ଯୋଗୁଁ କ୍ଷତିଗ୍ରସ୍ତ ଫୁସ୍‌ଫୁସ୍‌ ଏବଂ ହୃତ୍‌ପିଣ୍ତର ପରେ ଉନ୍ନତ ଚିକିତ୍ସା କରିବାକୁ ହେବ। ସେହିପରି କେତେକଙ୍କର ମଧ୍ୟ ମାଂସପେଶୀ ନଷ୍ଟ ଯୋଗୁଁ ଯିବାଆସିବାରେ ଅସୁବିଧା ହୋଇପାରେ। ଏପରିକି କେତେକଙ୍କର ମାନସିକ ଦୁଶ୍ଚିନ୍ତା, ନିଦ୍ରାହୀନତା ଏବଂ ଖାଦ୍ୟରୁଚିହୀନତା ପରି ମନସ୍ତାତ୍ତ୍ବିକ ବ୍ୟତିକ୍ରମ ମଧ୍ୟ ଦେଖାଦେବାର ଆଶଙ୍କା ରହିଛି ବୋଲି ଉକ୍ତ ରିପୋର୍ଟରେ ଦର୍ଶାଯାଇଛି। ଏଥି ସହିତ ପୀଡି଼ତମାନଙ୍କର ଆବଶ୍ୟକ ପଡୁଥିବା ଦୀର୍ଘମିଆଦୀ ଚିକିତ୍ସା ସମ୍ପର୍କରେ ଏନ୍ଏନ୍‌ସି ପକ୍ଷରୁ ସ୍ବାସ୍ଥ୍ୟକର୍ମୀମାନଙ୍କୁ ମଧ୍ୟ ସୂଚାଇଦିଆଯାଇଛି ଯେ ସଂପୃକ୍ତ ଶାରୀରିକ ଅସୁସ୍ଥତାଗୁଡି଼କୁ ବହୁ ଦିନର ରୋଗ ଭାବେ ବିବେଚନା କରିବାକୁ ହେବ।

ଫଳସ୍ବରୂପ ରୋଗୀମାନେ ନିଜର ଚିକିତ୍ସା ବାବଦ ଖର୍ଚ୍ଚକୁ ସରକାରଙ୍କ ଦ୍ବାରା ପରିଚାଳିତ ବୀମା ଯୋଜନାରେ ଭରଣା କରିବା ଲାଗି ଆବେଦନ କରିପାରିବୋ ବିଶେଷ କରି ସାମାନ୍ୟ କିମ୍ବା ମଧ୍ୟମ ଧରଣର ଲକ୍ଷଣ ବହନ କରି ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କୋଭିଡ୍–୧୭ ପୀଡି଼ତମାନଙ୍କର ସେଭଳି କିଛି ଦୀର୍ଘମିଆଦୀ ସ୍ବାସ୍ଥ୍ୟ ସମସ୍ୟା ଦେଖାଦେଇନପାରେ। ମାତ୍ର ଗୁରୁତର ରୋଗୀଙ୍କ କ୍ଷେତ୍ରରେ ପ୍ରତ୍ୟଙ୍ଗ ନଷ୍ଟର ଯଥେଷ୍ଟ ଆଶଙ୍କା ଥିବାରୁ ସେମାନଙ୍କ ପାଇଁ ଅପେକ୍ଷାକୃତ ଅଧିକ ଅବଧିର ଥଇଥାନ ଜରୁରୀ ହୋଇପଡି଼ଛି। ତେବେ ସର୍ବୋପରି ଚିକିତ୍ସା ପାଇ ଡାକ୍ତରଖାନାଗୁଡ଼ିକରୁ ଘରକୁ ଫେରୁଥିବା ରୋଗୀମାନଙ୍କର ସଂଖ୍ୟା ବଢୁଥିବାରୁ ସେମାନଙ୍କର ଆବଶ୍ୟକ ଥଇଥାନ ଅବଶ୍ୟମ୍ଭାବୀ ହୋଇପଡି଼ଛି ବୋଲି ଏନ୍ଏନ୍‌ସିର ନିେର୍ଦ୍ଦଶାବଳୀରେ ଉଲ୍ଲେଖ ରହିଛିା ଏଠାରେ ସ୍ମରଣଯୋଗ୍ୟ, ଗତ ଜାନୁଆରି ୨୩ରୁ ଯେବେଠାରୁ ଚୀନ୍ ସରକାର କରୋନାଭୂତାଣୁ ସଂକ୍ରମଣକୁ ସୀମିତ ରଖିବା ପାଇଁ ଯୁଦ୍ଧକାଳୀନ ଭିତ୍ତିରେ ପଦକ୍ଷେପମାନ ଆରମ୍ଭ କଲେ ତାହା ପରଠାରୁ ଦେଶର ମୋଟ ୮୩ ହଜାର ଆକ୍ରାନ୍ତଙ୍କ ମଧ୍ୟରୁ ୭୮ ହଜାରରୁ ଅଧିକ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ମାତ୍ର ୮୨ ଜଣ ଚିକିତ୍ସିତ ହେଉଛନ୍ତି ବୋଲି ସରକାର ଦାବି କରୁଛନ୍ତିା

ସମ୍ବନ୍ଧିତ ଖବର