ମା’ କୁ ହାତୁଡ଼ିରେ ପିଟି ପିଟି ମାରିଦେଲା ମଦ୍ୟପ ପୁଅ, ଗିରଫ କଲା ପୁଲିସ

 କବିସୂର୍ଯ୍ୟନଗର : ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଥାନା ଅନ୍ତର୍ଗତ ବଣପଲ୍ଲି ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଛି ମଦ୍ୟପ ପୁଅର ହାତୁଡ଼ି ମାଡ଼ରେ ବୁଢୀ ମା’ ମୃତ୍ୟୁବରଣ କରିଛି ।

ମିଳିଥିବା ସୂଚନା ଅନୁସାରେ ମା’ ସରସ୍ବତୀ ପଲେଇ ଦାଣ୍ଡଘରେ ଶୋଇଥିବାବେଳେ ତାଙ୍କ ପୁଅ ସନ୍ୟାସୀ ପଲେଇ ନିଶାଶକ୍ତ ଅବସ୍ଥାରେ ତାଙ୍କୁ ଏକ ଲୁହାଛଡ଼ ଓ ହାତୁଡ଼ିରେ ପିଟି ପିଟି ମାରିଦେଇଥିଲା । ଏହା ପରେ ସେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ତେବେ ଆଜି ସେ କବିସୂର୍ଯ୍ୟନଗର ଅଞ୍ଚଳରେ ବୁଲୁଥିବାବେଳେ ପୁଲିସ ତାକୁ ଗିରଫ କରିଛି । ଏ ନେଇ ଅଧିକ ତଦନ୍ତ ଜାରି ରହିଛି ।

ସମ୍ବନ୍ଧିତ ଖବର