ସିଂଘିଯୁବା: ସୁବର୍ଣ୍ଣପୁର ଜିଲ୍ଲା ବିନିକା- ଏସ୍. ରାମପୁର ମୁଖ୍ୟ ରାସ୍ତାର ଜାମପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ଧକ୍କାରେ ପାଦ ଭୁଏ (୬୨) ନାମକ ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ବୁଧବାର ରାତିରେ ସିଂଘିଯୁବା ଗ୍ରାମର ପାଦ ଭୁଏ ଜାମପାଲି- କଦଳୀପାଲି ଠାରୁ ସାଇକଲ ଯୋଗେ ନିଜ ଘରକୁ ଫେରୁଥିଲେ। ଜାମପାଲି ଛକ ନିକଟରେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେବାରୁ ସେ ଗୁରୁତର ହୋଇ ତଳେ ପଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ଦେଖିବା ପରେ ତାଙ୍କୁ ବିନିକା ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସା ପରେ ସୋନପୁର ଜିଲ୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ସେଠାରେ ଅବସ୍ଥା ଗୁରୁତର ହେବାରୁ ବୁର୍ଲା ଡାକ୍ତରଖାନାକୁ ଚିକିତ୍ସା ପାଇଁ ଡାକ୍ତର ପଠାଇଥିଲେ। ବୁର୍ଲା ପହଞ୍ଚିବା ପରେ ପାଦ ଭୁଏଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ। ବୁର୍ଲା ଡାକ୍ତରଖାନାରେ ଶବ ବ୍ୟବଚ୍ଛେଦ କରାଯାଇ ଗୁରୁବାର ଅପରାହ୍ନରେ ଶବ ନିଜ ଗ୍ରାମକୁ ଆସିବା ପରେ ପରିବାର ଲୋକେ ନିକଟସ୍ଥ ଶ୍ମଶାନ ଘାଟରେ ଶବ ସତ୍କାର କରିଥିଲେ। ସ୍ଥାନୀୟ ସରପଂଚ ମହାବୀର ବରିହା ହରିଶ୍ଚନ୍ଦ୍ର ଯୋଜନାରୁ ୨ହଜାର ଟଙ୍କା ଆର୍ଥିକ ସହାୟତା ପରିବାର ବର୍ଗଙ୍କୁ ପ୍ରଦାନ କରିଛନ୍ତି।