ବିନିକା: ସୁବର୍ଣ୍ଣପୁର ଜିଲ୍ଲାର ବିନିକା ପାପକ୍ଷୟ ଲୋକ ମହୋତ୍ସବ କମିଟି ଆନୁକୁଲ୍ୟରେ ଆୟୋଜିତ ‘ପାପକ୍ଷୟ ଲୋକ ମହୋତ୍ସବ’ର ଦ୍ୱତିୟ ସଂନ୍ଧ୍ୟାରେ ସୁବର୍ଣ୍ଣପୁର ଜିଲ୍ଲା ପରିଷଦ ଚେୟାରମ୍ୟାନ ଉଷା କୁମାରୀ ମୁଖ୍ୟ ଅତିଥି, ବିଶିଷ୍ଟ ଲୋକକବି ହଲଧର ନାଗ ସ୍ୱତନ୍ତ୍ର ଅତିଥି, ବୁର୍ଲା ଭିମସାର ପୂର୍ବତତନ ନିର୍ଦ୍ଦେଶକ ପ୍ରଫେସର ଅଶ୍ୱିନୀ କୁମାର ପୂଜାହାରୀ, କୋରାପୁଟ ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ, ଭୂବନେଶ୍ୱର ପଶ୍ଚିମ ଓଡ଼ିଶା ଯୁବାମଞ୍ଚ ସଭାପତି ଅଜିତ କୁମାର ପତି ପ୍ରମୁଖ ସମ୍ମାନିତ ଅତିଥି ଭାବରେ ଯୋଗଦେଇ ପାରମ୍ପାରିକ ଲୋକଗୀତ ଓ ଲୋକନୃତ୍ୟର ମହତ୍ୱ ଉପରେ ମତବ୍ୟକ୍ତ କରିଥିଲେ ।
Sambad is now on WhatsApp
Join and get latest news updates delivered to you via WhatsApp
କମିଟି ସଭାପତି ଜୟମଙ୍ଗଳ ବିଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ସଭାରେ ହିଂମାଶୁ ଭୂଷଣ ପଣ୍ଡା ସ୍ୱାଗତ ଭାଷଣ ଦେଇଥିଲେ । ପ୍ର.ଅଶ୍ୱିନୀ କୁମାର ପୂଜାହାରୀ ଓ ସଂର୍କୀର୍ତ୍ତନ୍ୟ କଣ୍ଠଶିଳ୍ପୀ ଅରକ୍ଷିତ ପାଢ଼ୀଙ୍କୁ ପାପକ୍ଷୟ ସମ୍ମାନରେ ସମ୍ମାନିତ କରାଯାଇଥିଲାା ନବଜୀବନ ପଣ୍ଡା ମାନପତ୍ର ପାଠ କରିଥିଲେ । ଉପ-ସଭାପତି ଶାଶ୍ୱତ କୁମାର ତ୍ରିପାଠୀ ଅତିଥି ପରିଚୟ ପ୍ରଦାନ କରିଥିଲା ବେଳେ ସମ୍ପାଦକ ଶେଖର ଶର୍ମା ସଂମ୍ପାଦକୀୟ ବିବରଣୀ ପାଠକରିଥିଲେ ।
କଣ୍ଠଶିଳ୍ପୀ ନୁର୍ ବେଗମ ଓ ପ୍ରତିମା କୁମାର ମିଶ୍ରଙ୍କ ଦ୍ୱାରା ଲୋକଗୀତ ପରିବେଷଣ ହୋଇ ଥିଲା । ଭବାନୀପାଟଣା ନୃତ୍ୟାଙ୍ଗନା ସଂସ୍କୃତି ଅନୁଷ୍ଟାନ, ବରଗଡ଼ ଘେସ ଦୁଲା ବିହା, ସୋନପୁର କରମସାନି ତଥା ବିଭିନ୍ନ ଲୋକକଳାକାର ମାନଙ୍କୁ ନେଇ ସାଂସ୍କୃତିକ ସଂନ୍ଧ୍ୟା ପରିବେଷଣ ହୋଇଥିଲ ।