ରାଉରକେଲା: ଡିକି ଭାଙ୍ଗି ୧ ଲକ୍ଷ ଟଙ୍କା ଲୁଟ୍‌, ତଦନ୍ତ ଆରମ୍ଭ କଲା ପୁଲିସ୍‌

ରାଉରକେଲା : ରାଉରକେଲାର ବଣାଇଠାରୁ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଚାଷୀଙ୍କ ବାଇକ୍‌ ଡିକି ଭାଙ୍ଗି ଏକଲକ୍ଷ ଟଙ୍କା ଲୁଟ ହୋଇଛି। ରାଉରକେଲାର ବଣାଇ ଷ୍ଟେଟ ବ୍ୟାଙ୍କରୁ ଟଙ୍କା ଉଠାଇ ଚାଷୀ ଜଣକ ବାଇକ୍ ଯୋଗେ ଲ୍ୟାମ୍ପ ଯାଇଥିଲେ। ଲ୍ୟାମ୍ପ ଆଗରେ ତାଙ୍କ ବାଇକ ରଖି ଅଫିସ ଭିତରକୁ ପଶିଥିଲେ। ସେହିଠାରୁ ଲୁଟ ହୋଇଥିବା ଅନୁମାନ କରାଯାଉଛି। ଲୁଟର ଶିକାର ଚାଷୀ ଜଣକ ଗୋପିନାଥପୁର ଗ୍ରାମର। ଅଭିଯୋଗ ପରେ ବଣାଇ ପୁଲିସ ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର