ପାର୍କିଂରେ ଥିବା କାର୍ ଜାଳିଦେଲେ ଦୁର୍ବୃତ୍ତ

ରାଉରକେଲା: ଇସ୍ପାତ ନଗରୀର ଟ୍ରାଫିକ ଗେଟ ସେନ୍ସରି ପାର୍କ ସମ୍ମୁଖ ପାର୍କିଂରେ ଥିବା କାରରେ ନିଆଁ ଲଗାଇ ଦେଇଛନ୍ତି ଦୁର୍ବୃତ୍ତ। ଗତକାଲି ରାତି ପ୍ରାୟ ତିନିଟାରେ ଏହି ଘଟଣା ଘଟିଛି। ଅଗ୍ନିଶମ ଗାଡ଼ି ପହଞ୍ଚି ନିଆଁକୁ କାବୁ କରିବା ପୂର୍ବରୁ କାରଟି ସଂପୁର୍ଣ ଜଳି ଯାଇଥିଲା। ପାର୍କିଂରେ ଥିବା ଅନ୍ୟ ଗାଡ଼ିଗୁଡ଼ିକର କିଛି କ୍ଷତି ହୋଇନାହିଁ।

ପ୍ଲାଣ୍ଟସାଇଟ ପୁଲିସ ଜଳନ୍ତା କାରକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି। ସେପଟେ ଶୁଳ୍କଯୁକ୍ତ ପାର୍କିଂରେ କାରଟିକୁ ଜାଳି ଦେଇଥିବାରୁ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଛି।

ସମ୍ବନ୍ଧିତ ଖବର