ପିକନିକ ହେଲା କାଳ, କୋଏଲ ନଦୀରେ ବୁଡି ଜଣେ ମୃତ, ଜଣେ ଉଦ୍ଧାର

ରାଉରକେଲା: ପିକନିକ ପାଇଁ ଯାଇ ନଦୀରେ ବୁଡି ଜଣେ ଯୁବକର ମୃତ୍ୟୁ ହୋଇଛି । ଝିରପାଣି ନିକଟ ଜାମସେରା ଘାଟରେ ବୁଡି ଯୁବକ ମୃତ୍ୟୁବରଣ କରିଥିବା ଜଣାଯାଇଛି । ଯୁବକ ଙ୍କ ନାଁ ନିତିନ ବେହେରା। ଘର ଫର୍ଟିଲାଇଜର ଅଞ୍ଚଳର । ମୃତ ଦେହକୁ ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କରାଯାଇଛି ।

ମିଳିଥିବା ସୂଚନା ଅନୁସାରେ ଆଜି ୭ ରୁ ୮ ସାଙ୍ଗ ଜାମସେରା ଘାଟକୁ ପିକନିକ କରିବାକୁ ଯାଇଥିଲେ । ଗାଧୋଇଲା ବେଳେ ନିତିନ  ପାଣିରେ ବୁଡି ଯାଇଥିଲେ । ଅନ୍ୟ ଜଣେ ସାଙ୍ଗ ତାକୁ ଉଦ୍ଧାର କରିବାକୁ ଯାଇ ମଧ୍ୟ୍ୟ ବୁଡି ଯାଇଥିଲେ, ତେବେ ତାଙ୍କୁ ଉଦ୍ଧାର କରାଯାଇଥିଲା । ବନ୍ଧମୁଣ୍ଡା ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି ।

ସମ୍ବନ୍ଧିତ ଖବର