ଛୋଟବଙ୍ଗା-ଝାରଗାଁ ରାସ୍ତାରୁ ୨ ପଚା ଶବ ଉଦ୍ଧାର

ଲେଫ୍ରିପଡା: ସୁନ୍ଦରଗଡ଼ ଜିଲ୍ଲାର ଲେଫ୍ରିପଡା ଥାନା ଅନ୍ତର୍ଗତ ସର୍ଗିପାଲି ଫାଣ୍ଡି ଠାରୁ ପ୍ରାୟ ଏକ କିଲୋମିଟର ଦୂର ଛୋଟବଙ୍ଗା-ଝାରଗାଁ ରାସ୍ତା ପାଖରେ ଦୁଇଟି ଶବ ପଡ଼ିଥିବା ଜଣାଯାଇଛି। ଖବର ପାଇ ସର୍ଗିପାଲି ଫାଣ୍ଡି ଇନଚାର୍ଜ କାଶୀନାଥ ବାରିକ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରୁଥିବା ବେଳେ ସାଇଣ୍ଟିଫିକ୍ ଟିମ୍ ଙ୍କୁ ଖବର ଦିଆଯାଇଛି। ଶବ ଦୁଇଟି ପଚି ଯାଇଥିବା ବେଳେ ଜଣକର ହାତ ମଧ୍ୟ ନାହିଁ। କୌଣସି ଦୁର୍ବୃତ୍ତ ହତ୍ୟା କରିବା ପରେ ଆଣି ଶବ ଦୁଇଟିକୁ ଏଠାରେ ପକାଇଦେଇଥିବା ଅନୁମାନ କରାଯାଉଛି। ତେବେ ପୁଲିସର ତଦନ୍ତ ଜାରି ରହିଛି।

ସମ୍ବନ୍ଧିତ ଖବର