କନଭେଅର ବେଲ୍ଟରେ ଚାପିହୋଇ ଶ୍ରମିକଙ୍କ ମୃତ୍ୟୁ: ଆମ୍ବୁଲାନ୍ସକୁ ଛାଡ଼ୁନାହାନ୍ତି ଘରଲୋକ

ରାଉରକେଲା: ସୁନ୍ଦରଗଡ଼ ଜିଲ୍ଲା ବଣାଇ ଥାନାର ବାର୍ହାମୂଷାର ଏକ ସ୍ପଞ୍ଜ କାରଖାନାରେ କାମ କରୁଥିବା ବେଳେ କନଭେଅର ବେଲ୍ଟରେ ଚାପିହୋଇ କୁର୍ଡ। ପଂଚାୟତ ମଧୁପୁର ଗ୍ରାମର ଅଜିତ ମାହାନ୍ତଙ୍କ ମୃତ୍ୟୁ ହୋଇଛି। ଏହି ଖବର ପାଇ ୧୦୮ ଆମ୍ବୁଲାନ୍ସ ମୃତଦେହକୁ ନେବାକୁ ଆସିଥିବା ବେଳେ ପରିବାର ଲୋକେ ଏବଂ ସ୍ଥାନୀୟ ଲୋକ ଆମ୍ବୁଲାନ୍ସକୁ ଅଟକାଇ ରଖି ବିକ୍ଷୋଭ କରୁଛନ୍ତି। ସେମାନେ ଆମ୍ବୁଲାନ୍ସକୁ ଛାଡ଼ୁନାହାନ୍ତି।

ଏସଂପର୍ଘକରେ ସୂଚନା ପାଇ ଘଟଣାସ୍ଥଳରେ ବଣାଇ ପୁଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରୁଛି। ଏଣେ କ୍ଷତିପୂରଣ ନଦେବା ପର୍ଯ୍ୟନ୍ତ ଆମ୍ବୁଲାନ୍ସକୁ ଛାଡ଼ିବୁ ନାହିଁ ବୋଲି ଜିଦ ରେ ଅଟଳ ଅଛନ୍ତି ପରିବାର ଲୋକେ। ପ୍ଲାଣ୍ଟା ଅଧିକାରୀ ଏହି ଘଟଣା ଉପରେ କିଛି କହିବାକୁ ମନା କରିଦେଇଛନ୍ତି। ଏବେ ସେଠାରେ ଉତ୍ତେଜନା ଦେଖାଯାଇଛି।

ସମ୍ବନ୍ଧିତ ଖବର