ଭଦ୍ରକ: ଅଂଶୁଘାତରେ ପ୍ରଥମ ମୃତ୍ୟୁ

ଭଦ୍ରକ: ଭଦ୍ରକ ଜିଲ୍ଲା ତିହିଡ ଥାନା ମଙ୍ଗଳପୁର ଗ୍ରାମରେ ବୁଧବାର ଅପରାହ୍ନରେ ଜଣେ ଯୁବକଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଛି। ମୃତକ ନାଗାର୍ଜୁନ ସେଟ୍ଟୀଙ୍କ ପୁଅ ପ୍ରଫୁଲ୍ଲ ସେଟ୍ଟୀ ଓ ବୟସ ୩୫ବର୍ଷ ବୋଲି ଜଣାପଡ଼ିଛି। ସେ ବିବାହିତ ତାଙ୍କର ଦୁଇଟି ସନ୍ତାନ ମଧ୍ୟ ଅଛନ୍ତି।

ସୂଚନାଯୋଗ୍ୟ, ଆଜି ଅପରାହ୍ନରେ ପ୍ରଫୁଲ୍ଲ ଘର ଛାତ ଉପରେ କାମ କରୁଥିବା ସମୟରେ ହଠାତ୍‌ ତାଙ୍କ ମୁଣ୍ଡ ବୁଲାଇ ପକାଇ ଥିଲା। ତା’ପରେ ବାନ୍ତି ହୋଇଥିଲା ଓ ସେ ଅଚେତ ହୋଇପଡ଼ିଥିଲେ। ଘର ଲୋକ ଯେତେ ପାଣି ମାରିଥିଲେ ବି ସେ ଉଠି ନଥିଲେ। ଏହାପରେ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟକେନ୍ଦ୍ରକୁ ନିଆଯାଇଥିଲା। ଡାକ୍ତର ସେଠାରେ ପ୍ରଫୁଲ୍ଲଙ୍କୁ ମୃତ ବୋଲି ଘୋଷଣା କରିଥିଲେ। ଚଳିତବର୍ଷ ଭଦ୍ରକ ଜିଲ୍ଲାରେ ଅଂଶୁଘାତରେ ପ୍ରଫୁଲ୍ଲଙ୍କ ପ୍ରଥମ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର