ଜିଲ୍ଲାସ୍ତରୀୟ ସୁରଭି-୨୦୨୨ କାର୍ଯ୍ୟକ୍ରମ ଆୟୋଜିତ, ଅଂଶଗ୍ରହଣ କଲେ ୨୫୦ରୁ ଊର୍ଦ୍ଧ୍ବ ଛାତ୍ରଛାତ୍ରୀ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସର୍ବଶିକ୍ଷା ତରଫରୁ ସ୍ଥାନୀୟ ବାଳିକା ଉଚ୍ଚ ବିଦ୍ୟାଳୟ ପରିସରରେ ଜିଲ୍ଲାସ୍ତରୀୟ ଶିଶୁ ମହୋତ୍ସବ ସୁରଭି-୨୦୨୨ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ୭ଟି ବ୍ଲକର ୨୫୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇ ବିଭିନ୍ନ ପ୍ରତିଯୋଗିତା ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମର ଉଦଘାଟନୀ ଏବଂ ଉଦଯାବନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ମହେଶ୍ବର ନାୟକ ଯୋଗ ଦେଇଥିବା ବେଳେ ଜିଲ୍ଲା ଶିକ୍ଷାଧିକାରୀ ମାନସ କୁମାର ଜେନା ସଭାପତିତ୍ବ କରିଥିଲେ। ସମ୍ମାନୀତ ଅତିଥି ରୂପେ ପଡିଆ ବ୍ଲକ ବିଇଓ ଅଶୋକ ରଞ୍ଜନ ମାଲି ଯୋଗ ଦେଇ ଛାତ୍ରଛାତ୍ରୀ ମାନଙ୍କୁ ମାର୍ଗଦର୍ଶନ କରିବା ସହ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଛାତ୍ରଛାତ୍ରୀ ମାନଙ୍କ ମଧ୍ୟରେ ବରିଷ୍ଠ, କନିଷ୍ଠ ଏବଂ ସର୍ବକନିଷ୍ଠ ବର୍ଗରେ ପ୍ରତିଯୋଗିତା ହୋଇଥିଲା।

ବିତର୍କ ପ୍ରତିଯୋଗିତାରେ ହିତାକାଂକ୍ଷୀ ଚୌଧୁରୀ, ପ୍ରବନ୍ଧରେ ଅଙ୍କିତା ଶାହା, କୁଇଜରେ ଡମ୍ବରୁ ଲେଙ୍କା ଓ ସ୍ବୟଂ ପ୍ରକାଶ ସାହୁ, ଚିତ୍ରାଙ୍କନରେ ଅଭି ପାଙ୍ଗି, କାର୍ତ୍ତିକ କିରସାନୀ ଓ ଶିବାନୀ ଭୁମିଆ, ସୃଜନାତ୍ମକ ଲିଖନୀରେ ହରି ମାଛ, ଶାମୁକା ଖିଲ, ଏଲୋକେସନରେ ମମଜିତ ମଜୁମଦାର ଓ ଦୀପିକା ପାଙ୍ଗୀ, ସଂଗୀତରେ ମୀନତି ସଗରିଆ, ଚିତ୍ର ଓ କଳାରେ କବିତା ଖିଲ ଓ ପ୍ରୀତି ପାଡାଲ, ଏଲୋକେସନରେ ଦୀପିକା ପାଙ୍ଗୀ, ସୁନୀତା ଖିଲ,ମୀରା ପାଙ୍ଗି,ସୁନ୍ଦର ହସ୍ତାକ୍ଷରରେ ପୂଜା ପାଙ୍ଗୀ ଆଦି ବିଭିନ୍ନ ପ୍ରତିଯୋଗିତାରେ ପ୍ରଥମ ସ୍ଥାନ ଅଧିକାର କରିଥିଲେ।

ପ୍ରଥମ ସ୍ଥାନ ଅଧିକାର କରିଥିବା ଜିଲ୍ଲାସ୍ତରର ପ୍ରତିଯୋଗୀମାନେ ଆସନ୍ତା ୧୫,୧୬ ଓ ୧୭ ତାରିଖରେ ଭୁବନେଶ୍ବର ଠାରେ ଅନୁଷ୍ଛିତ ହେବାକୁ ଥିବା ରାଜ୍ୟସ୍ତରୀୟ ସୁରଭି-୨୦୨୨ ପ୍ରତିଯୋଗିତାରେ ଭାଗ ନେବେ। ଏହି ଅବସରରେ ବିଭିନ୍ନ ବିଦ୍ୟାଳୟ ଓ କେଜିବିଭି ବିଦ୍ୟାଳୟର ଛାତ୍ରଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିଥିଲେ।ବିଭିନ୍ନ ବିଦ୍ୟାଳୟର ବିଇଓ, ଏବିଇଓ, ଶିକ୍ଷକ ଓ ଶିକ୍ଷୟତ୍ରୀମାନେ ବିଚାରକ ଭାବେ ରହିଥିଲେ। ଶିକ୍ଷକ ପ୍ରମୋଦ କୁମାର ସେନାପତି ଏହି କାର୍ଯ୍ୟକ୍ରମରେ ଅତିଥି ପରିଚୟ ସହ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମକୁ ଶେଷଦେବ ମହାଲିକ ଓ ସୀତାରାମ ଗୌଡ ପରିଚାଳନା କରିଥିବା ବେଳେ ଜୀବନ ମହାନ୍ତି, ରାମ ପ୍ରସାଦ ପାଢୀ, ବିଜୟ ମିସ୍ତ୍ରୀ, ଜୀବନ ତ୍ରିପାଠୀ, ସୁକାନ୍ତ ସାହୁ, ହରେକୃଷ୍ଣ ବାରିକ, ଦେବରାଜ ସେଠୀ, ସମୀର ରଥ, ସଞ୍ଜୀବ ପାଣିଗ୍ରାହୀ, ମହେନ୍ଦ୍ର ପାତିକା, ଇଶ୍ବର ରାଓ, ଅଜୟ କୁମାର ନାୟକ, ମୋହନ କୁମାର ବିଳାସ, ଗଦାଧର ସେଠୀ, କେଦାର ମହାଙ୍କୁଡ, ଲଡୁ କିଶୋର, ଆଭାରାଣୀ ବିଶ୍ବାଳ, ଯତୀଦ୍ର ସାମଲ, ଅକ୍ଷୟ ସ୍ବାଇଁ, ଶିବାନୀ ମୁଦୁଲି, ସଞ୍ଚୟ ମାଲାକାର, ବିଇଓ ରବିନ୍ଦ୍ର ଧର ଓ ଅଶୋକ ରଂଜନ ମାଲି, ଅସିତ ମିସ୍ତ୍ରୀ ପ୍ରମୁଖ ସହଯୋଗ କରିଥିଲେ।

ସମ୍ବନ୍ଧିତ ଖବର