ଓଡ଼ିଶା ଓ ପଶ୍ଚିମବଙ୍ଗ ସରକାରୀ ବସ୍‌କୁ ନେଇ ଚର୍ଚ୍ଚା

ବାଲେଶ୍ୱର: ସାଧାରଣ ଜନତାଙ୍କ ପ୍ରତି କେଉଁ ସରକାର କେତେ ଯତ୍ନଶୀଳ, ତାହା ବାଲେଶ୍ୱର ସହରରେ ଆଜି ଦେଖାଯାଇଥିବା ଏହି ଦୁଇଟି ସରକାରୀ ବସକୁ ଦେଖି ଜଣାପଡୁଛି। ବାହାନାଗାରେ ଗତ ଶୁକ୍ରବାର ରେଳ ଦୁର୍ଘଟଣା ହେବାରୁ ଓଡ଼ିଶାରୁ ପଶ୍ଚିମବଙ୍ଗ ରେଳସେବା ପ୍ରଭାବିତ ହୋଇଥିଲା।

ଘରୋଇ ବସ୍‌ଗୁଡ଼ିକରେ ମନଇଚ୍ଛା ଭଡ଼ା ନିଆଯାଉଥିବା ଅଭିଯୋଗ ଆସିଥିଲା। ଏହାପରେ ଉଭୟ ରାଜ୍ୟକୁ ଯିବା ଆସିବା କରିବା ପାଇଁ ମାଗଣା ସରକାରୀ ବସ୍‌ ସେବା ଯୋଗାଇ ଦିଆଯାଇଛି। ତେବେ ବାଲେଶ୍ୱର ସହରକୁ ଆସିଥିବା ପଶ୍ଚିମବଙ୍ଗ ସରକାରଙ୍କ ବସ୍‌(ଏସ୍‌ବିଏସ୍‌ଟିସି)ର ଦୟନୀୟ ସ୍ଥିତିକୁ ନେଇ ଆଜି ଜନସାଧାରଣଙ୍କ ମଧ୍ୟରେ ଚର୍ଚ୍ଚା ଜୋର ଧରିଥିଲା। ସେଠାରୁ ଆସିଥିବା ବସ୍‌ଗୁଡ଼ିକ ଅତ୍ୟନ୍ତ ଦୟନୀୟ ଏବଂ ବିପଦଜ୍ଜନକ। ସେଗୁଡ଼ିକୁ ଆଦୌ ରକ୍ଷଣାବେକ୍ଷଣ କରାଯାଉ ନଥିବା ସ୍ପଷ୍ଟ ବାରି ହେଉଛି। ଅନ୍ୟପକ୍ଷରେ ଓଡ଼ିଶା ସରକାରଙ୍କ ଓଏସ୍‌ଆର୍‌ଟିସି ତରଫରୁ ଗଡୁଥିବା ବସ୍‌ଗୁଡ଼ିକ ଠିକ୍‌ଠାକ ଥିବା ଦେଖାଯାଇଛି। ମମତା ସରକାର ସବୁବେଳେ ଅନ୍ୟମାନଙ୍କୁ ଆଙ୍ଗୁଳି ଦେଖାଉଥିବା ବେଳେ ତାଙ୍କ ରାଜ୍ୟରେ ଗଡୁଥିବା ଏହି ଅଣଫିଟିନେସ ବସ୍‌ଗୁଡ଼ିକରେ ସାଧାରଣ ଲୋକଙ୍କ ଜୀବନଯାତ୍ରା କେତେ ସୁରକ୍ଷିତ ସେନେଇ ବୁଦ୍ଧିଜୀବୀଙ୍କ ମହଲରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।

ସମ୍ବନ୍ଧିତ ଖବର