ଘରୁ ତାଲା ଭାଙ୍ଗି ଚୋରି ଘଟଣା: ଚୋରକୁ ୨ ବର୍ଷ ଜେଲଦଣ୍ଡ

ରାଉରକେଲା: ଘରୁ ତାଲା ଭାଙ୍ଗି ଚୋରି କରିବା ଜଣେ ଚୋରକୁ ମହଙ୍ଗା ପଡିଛି। ମାମଲାର ବିଚାର କରି ବିଚାରପତି ଉମାକାନ୍ତ ବେହେରା ଚୋରକୁ ଦୁଇ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଏଥିସହ ୫ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଛେଣ୍ଡକଲୋନି ଫେଜ୍‌ -୨ରେ ଏକ ଘର ବନ୍ଦ ଥିବାବେଳେ ଏସ୍.କେ. ଲାଲ୍‌ଟୁ ନାମ ଜଣେ ଚୋର ତାଲା ଭାଙ୍ଗି ଭିତରକୁ ପଶିଥିଲା। ଘର ଭିତରୁ ସ୍କୁଟି, ଇନ୍‌ଭେଟର ସମେତ ଅନ୍ୟାନ୍ୟ ସାମଗ୍ରୀ ଚୋରି କରି‌ ଫେରାର ହୋଇଯାଇଥିଲା। ଚୋରି ସ୍କୁଟିରେ ଲାଲ୍‌ଟୁ ଚୋରା ଗଞ୍ଜେଇ କାରବାର କରୁଥିଲା। ପ୍ଲାଣ୍ଟସାଇଟ୍‌ ପୁଲିସ ଗିରଫ ଜେଲ ହାଜତକୁ ପଠାଇ ଦେଇଥିଲା। ବିଚାରପତି ସମସ୍ତ ସାକ୍ଷୀ ପ୍ରମାଣକୁ ଭିତ୍ତିକରି ଲାଲ୍‌ଟକୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶ ସହ ୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଛନ୍ତି। ଜରିମାନା ଅନାଦେୟ ଅଧିକ ଏକ ମାସ ଜେଲଦଣ୍ଡ ଶୁଣାଇଛନ୍ତି। ସରକାରୀ ଓକିଲ ଅକ୍ଷୟ ସାହୁ ମାମଲା ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର