୨୫ ଖଣ୍ଡ ପଟା ବୋଝେଇ ଟାଟା ଏସି ଜବତ, ୩ ଗିରଫ

ରିଆମାଳ: ଦେବଗଡ଼ ଜିଲ୍ଲା ରିଆମାଳ ବନାଞ୍ଚଳ ରେଙ୍ଗାଳବେଡା ରେଞ୍ଜ ଅଧୀନ ଚଛୁପାଲି ଅଞ୍ଚଳରୁ ଶନିବାର ରାତିରେ ଏକ ଟାଟା ଏସି ଓ ସେଥିରେ ବୋଝେଇ ହୋଇଥିବା ୨୫ ଖଣ୍ଡ ପଟା ଜବତ ହୋଇଛି। କାଠ ଚୋରି ହେଉଥିବା ଖବରପାଇ ରେଙ୍ଗାଳବେଡ଼ା ବନ ବିଭାଗ କର୍ମଚାରୀ ପାଇକନଗର ଓ ମହାସିନ୍ଧୁ ରାସ୍ତାରେ ପାଟ୍ରୋଲିଂ କରିଥିଲେ। ପାଇକନଗର ଗ୍ରାମରେ ଉକ୍ତ ନମ୍ବର ନଥିବା ଗାଡ଼ିକୁ ଅଟକାଇବାରୁ ସେଥିରେ କାଠ ପଟା ମିଳିଥିଲା। ଅଭିଯୋଗରେ ଗ୍ରାମର ଅମ୍ବିକା ଅମାନ୍ତ(୨୫), ଶିବ ଦଳବେହେରା (୪୫) ଓ ମନୋରମା ସାହୁ (୩୮)ଙ୍କୁ ଗିରଫ କରାଯାଇଥିଲା। ଚଢ଼ଉ ସମୟରେ ରେଙ୍ଗାଳବେଡ଼ା ଫରେଷ୍ଟର ରମେଶ ଚନ୍ଦ୍ର ତ୍ରିପାଠୀ, ଫରେଷ୍ଟଗାର୍ଡ ଅନସାରୀ ଟପ୍ନୋ ଓ ପାରାଷ୍ଟାଫ ପ୍ରମୁଖ ଉପସ୍ଥିତ ଥିଲେ। ରବିବାର କୋଭିଡ୍‌ ଟେଷ୍ଟ ପରେ ସେମାନଙ୍କୁ କୋର୍ଟ ଚାଲାଣ କରାଯିବ ବୋଲି ରେଞ୍ଜର ଭବାନୀ ଶଙ୍କର ଦାସ ପ୍ରକାଶ କରିଛନ୍ତି।

ସମ୍ବନ୍ଧିତ ଖବର