କୋରପୁଟରୁ ଦାମନଯୋଡି ୨୭ କିମି ଧାଇଁଲେ ୩ ଭାଇଭଉଣୀ

କୋରାପୁଟ: କୋରାପୁଟ ଜିଲ୍ଲା ଜୟପୁର ସହରର ତିନି ବିସ୍ମୟ କୁନି ଧାବକ ଓ ଧାବିକା ହେଉଛନ୍ତି ଯମୁନା, ହରୀଶ ଓ ତପସ୍ୟା। ଆଜି କୋରାପୁଟ ମୁଖ୍ୟାଳୟରୁ ଦାମନଯୋଡି ଯାଏ ଧାଇଁ ଆଲୋଚନାର ସରବ୍ୟ ହୋଇଛନ୍ତି। ଦୃଢ ଇଚ୍ଛା ଶକ୍ତି ଆଗରେ ହାର ମାନିଛି ବୟସ। ପୂର୍ବରୁ ଜୟପୁରରୁ ବୋରିଗୁମ୍ମାକୁ ଧାଇଁଥିଲେ ଏହି ୩ ଭାଇଭଉଣୀ। ଆଜି ୪ ଘଣ୍ଟା ୩୫ ମିନିଟରେ ଜାତୀୟ ରାଜପଥ-୨୬ରେ ୨୭ କିମି ରାସ୍ତାକୁ ଅତିକ୍ରମ କରିଛନ୍ତି। ଏହି କୁନି ଧାବକମାନେ ହେଲେ ୩ ଭାଇଭଉଣୀ। ଜୟପୁର ସହରର ବଙ୍ଗଳାବାଡ଼ର ବାସିନ୍ଦା ଜିତେନ୍ଦ୍ର ବାହାଦୂରଙ୍କ ବଡ଼ ଝିଅ ଯମୁନା(୧୦), ପୁଅ ହରୀଶ(୯) ଏବଂ ସାନ ଝିଅ ତପସ୍ୟା(୭)।

ଏହିମାନେ ସ୍ଥାନୀୟ ଉପର କୋଲାବ ପ୍ରକଳ୍ପ ବିଦ୍ୟାଳୟରେ ଯମୁନା ପଞ୍ଚମ, ହରୀଶ ଚତୁର୍ଥ ଏବଂ ତପସ୍ୟା ଦ୍ବିତୀୟ ଶ୍ରେଣୀରେ ପଢୁଛନ୍ତି। ବଡ଼ ହେଲେ ସେନାବାହିନୀରେ ଯୋଗ ଯୋଗ ଦେଇ ଦେଶମାତୃକାର ସେବା କରିବାକୁ ଲକ୍ଷ୍ୟ ଥିବା କହିଛନ୍ତି କୁନିକୁନି ଧାବକଙ୍କ ବାପା ଜିତେନ୍ଦ୍ର। ଆଜି ସକାଳ ୭ ଟା ୨୦ରେ ଯମୁନା, ହରୀଶ ଏବଂ ତପସ୍ୟା ସ୍ଥାନୀୟ ପୁଲିସ ମୁଖ୍ୟାଳୟରେ ପହଞ୍ଚିଥିଲେ। ସାଙ୍ଗରେ ଥିଲେ ଜିତେନ୍ଦ୍ର ଓ ତିନି ଶିଶୁ। ସେଠାରୁ ଏହି ତିନି ଶିଶୁଙ୍କ ସହ ଯାତ୍ରା ଆରମ୍ଭ କରି ଦାମନଯୋଡିରେ ଶେଷ ହୋଇଥିଲା।

ସମ୍ବନ୍ଧିତ ଖବର