ଚୌଦ୍ବାର ବଡ଼ପଦା ଗ୍ରାମରେ କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ରେଳରୋକ

କଟକ/ଚୌଦ୍ୱାର:  ଚୌଦ୍ବାର ବଡ଼ପଦା ଗ୍ରାମ ବଡ଼ସାଆନ୍ତରାପୁର ପଞ୍ଚାୟତ ଠାରେ କୃଷକ ସୁରକ୍ଷା ମଞ୍ଚ ପକ୍ଷରୁ ରେଳ ରୋକ କରାଯାଇଥିବାର ଖବର ମିଳିଛି। ଏଠାରେ ବ୍ରିଜ ଅଣ୍ଡର ପାସ ରୋଡ ନିର୍ମାଣ ଦାବି କରି ଶହ ଶହ ପୁରୁଷ ଓ ମହିଳାଙ୍କ ଦ୍ୱାରା ରେଳ ରୋକ କରାଯାଇଛି। ବାରମ୍ବାର ରେଳବାଇ କର୍ତ୍ତୃପକ୍ଷଙ୍କୁ ଦାବି କରିବା‌ ପରେ କୌଣସି ପଦକ୍ଷପ ନିଆଯାଇ ନଥିବାରୁ ଆଜି ରେଳ ରୋକ କରାଯାଇଛି।

ଘଟଣା ସ୍ଥଳରେ ଜିଆରପିଏଫ ଓ ଚୌଦ୍ୱାର ପୁଲିସ ମୁତୟନ ରହିଛନ୍ତି। ରେଳ ଧାରଣା ଉପରେ ଦୁର୍ଗ-ପୁରୀ ଏକ୍ସପ୍ରେସକୁ ଅଟକାଇ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। କୌଣସି ପ୍ରକାରର ପ୍ରତିଶ୍ରୁତି ନ ମିଳିଲେ ଏହି ରେଳରୋକ ୧୨ ଘଣ୍ଟିଆ କରାଯିବ ବୋଲି ଉକ୍ତ ମଞ୍ଚ ପକ୍ଷରୁ ଚେତାବନୀ ଦିଆଯାଇଛି।

ସମ୍ବନ୍ଧିତ ଖବର