ଭଦ୍ରକ କୋର୍ଟ ପରିସରରେ ଜିଲ୍ଲା ଟ୍ରାଞ୍ଜିଟ୍‌ ହାଉସ୍ ପାଇଁ ଶିଳାନ୍ୟାସ

ଭଦ୍ରକ: ଓଡ଼ିଶାରେ ସାଧାରଣ ଲୋକଙ୍କୁ ନ୍ୟାୟ ପ୍ରଦାନ ପାଇଁ ନ୍ୟାୟାଳୟ ଗୁଡିକର ଭିତ୍ତିଭୂମିର ବିକାଶ ପ୍ରକ୍ରିୟାରେ ବୁଧବାର ଦିନ ଓଡିଶାର ୧୭ ଟି ଜିଲ୍ଲାର ୩୦ଟି ନୂତନ ପ୍ରକଳ୍ପ ପାଇଁ  ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ ଚକ୍ରଧାରୀ ଶରଣ ସିଂ ଉଚ୍ଚ ନ୍ୟାୟାଳୟ ପରିସରରୁ  ଆନୁଷ୍ଠାନିକ ଭାବେ ଆଭାସୀ ମାଧ୍ୟମରେ ଉଦଘାଟନ ଓ  ଶିଳାନ୍ୟାସ  କରିଥିଲେ। ଏହି ଉଦଘାଟନ ଓ  ଶିଳାନ୍ୟାସ  ଉତ୍ସବରେ ମୁଖ୍ୟ ବିଚାରପତି ନ୍ୟାୟମୂର୍ତ୍ତୀ  ଚକ୍ରଧାରୀ ଶରଣ ସିଂ ତାଙ୍କ ଉଦଘାଟନୀ ବକ୍ତବ୍ୟରେ ଓଡିଶାର ନ୍ୟାୟ ପ୍ରଦାନ ପ୍ରକ୍ରିୟାରେ ରାଜ୍ୟର ୩୦ଟି ପ୍ରକଳ୍ପ ଭିତ୍ତିଭୂମିର ବିକାଶ ଏକ ପ୍ରମୁଖ ଭାଗିଦାରୀ ହେବ ବୋଲି ପ୍ରକାଶ କରିଥିଲେ।
ଏହି କୋର୍ଟ ବିଲଡିଂ ଗୁଡିକର ନିର୍ମାଣ କାର୍ଯ୍ୟର ପୂର୍ଣାଙ୍ଗତା ପାଇଁ ରାଜ୍ୟର ବିଭିନ୍ନ ଜିଲ୍ଲାର ଜିଲ୍ଲା ବିଚାରପତି, ଉଚ୍ଚ ନ୍ୟାୟାଳୟ ବିଲଡିଂ କମିଟିର କର୍ମକର୍ତ୍ତା, ଓକିଲ ସଂଘର କାର୍ଯ୍ୟକର୍ତ୍ତା ଓ କୋର୍ଟ କର୍ମଚାରୀମାନଙ୍କୁ ଧନ୍ୟବାଦ ଦେଇଥିଲେ। ଉଚ୍ଚନ୍ୟାୟାଳୟ ପକ୍ଷରୁ ଅନୁଷ୍ଠିତ ଏହି ଉଦଘାଟନୀ ଓ ଶିଳାନ୍ୟାସ  ଉତ୍ସବରେ ଅନ୍ୟତମ ଅତିଥି ଭାବେ  ଓଡିଶା ଉଚ୍ଚ ନ୍ୟାୟାଳୟ ର ବିଲଡିଂ କମିଟିର ଅଧ୍ୟକ୍ଷ ମାନ୍ୟବର ବିଚାରପତି ବି ଆର ଷଡଙ୍ଗୀ, ଓଡ଼ିଶା ଉଚ୍ଚ ନ୍ୟାୟାଳୟର ମାନ୍ୟବର ବିଚାରପତି ଶଶିକାନ୍ତ ମିଶ୍ର ପ୍ରମୁଖ ବକ୍ତବ୍ୟ ପ୍ରଦାନ କରିଥିଲେ।
ଏହି ପରିପ୍ରେକ୍ଷୀରେ ଭଦ୍ରକ ଜିଲ୍ଲା ନ୍ୟାୟାଳୟ ପରିସରରେ ଜିଲ୍ଲା ଅଭବହନ ଗୃହ (ଟ୍ରାନ୍ଜିଟ ହାଉସ୍)କୁ ଉଚ୍ଚ ନ୍ୟାୟାଳୟର ମୁଖ୍ୟ ବିଚାରପତି ଚକ୍ରଧର ଶରଣ ସିଂ ଆଭାସୀ ମାଧ୍ୟମରେ ଶିଳାନ୍ୟାସ  କରିଥିଲେ। ଶିଳାନ୍ୟାସ ର ଅଂଶ ସ୍ୱରୂପ ମାନ୍ୟବର ଭଦ୍ରକ ଜିଲ୍ଲା ଦୌରାଜଜ୍ ସଂଗ୍ରାମ କେଶରୀ ପଟ୍ଟନାୟକ ଭଦ୍ରକ ନ୍ୟାୟାଳୟ ପରିସରରେ ଏହି ଫଳକର ପରଦାକୁ ଅନାବରଣ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଭଦ୍ରକ ପୋକ୍ସ କୋର୍ଟର ସ୍ୱତନ୍ତ୍ର  ବିଚାରପତି ମୁକ୍ତି ରଞ୍ଜନ ଶତପଥୀ, ଭଦ୍ରକ ଓକିଲ ସଂଘର ସଂପାଦକ ଦିବ୍ୟସିଂହ ନାୟକ, ବରିଷ୍ଠ ଅଧିବକ୍ତା ଗିରିଧାରୀ ନାଥ, ଅଧିବକ୍ତା ବିଜନ ଜେନା, ଅଧିବକ୍ତା ପ୍ରଫୁଲ୍ଲ ସାମଲ, ଯୁବ ଆଇନଜୀବୀ ବିକାଶ ନାଥ, ଆଇନଜୀବୀ ବିନୋଦ ସାହୁ, ଅଭୟ ରଥ, ଲକ୍ଷ୍ମଣ କର, ବିଚିତ୍ରାନନ୍ଦ ଜେନା, ହୃଷୀକେଶ ବେହେରା, ବିଜୟ ଦାଶ, ସିଭିଲ କୋର୍ଟ ରେଜିଷ୍ଟ୍ରାର ଓ କୋର୍ଟ ମ୍ୟାନେଜର ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ।
ସମ୍ବନ୍ଧିତ ଖବର