ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ; କ୍ଷତିପୂରଣ ଦାବିରେ ରାସ୍ତାରୋକ

ରାଉରକେଲା : ପିଡ଼ିଏସ ଚାଉଳ ବୋଝେଇ ଟ୍ରକ ଧକ୍କାରେ ବୃଦ୍ଧାଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ନୂଆଗାଁ ସୋରଡ଼ା କଦମଟୋଲିର ମାଙ୍ଗୀ ଓରାମ ।

ସୂଚନାଯୋଗ୍ୟ, ଡ୍ରାଇଭରକୁ ଅଟକ ରଖିବା ସହ କ୍ଷତିପୂରଣ ଦାବିରେ ସ୍ଥାନୀୟ ଲୋକ ସରୋଡା ରାଞ୍ଚି ରାସ୍ତା ଅବରୋଧ କରିଛନ୍ତି। ବିଶ୍ରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉତ୍ତେଜିତ ଲୋକଙ୍କୁ ବୁଝାସୁଝା କରୁଛି । ମିଳିଥିବା ସୂଚନା ମୁତାବକ ଆଜି ସଂଧ୍ୟା ପ୍ରାୟ ୬ଟାରେ ମାଙ୍ଗୀ ପିଡ଼ିଏସ ଚାଉଳ ନେବାକୁ ସରୋଡା ପଞ୍ଚାୟତ ଅଫିସକୁ ଆସିଥିଲେ। ଚାଉଳ ଉଠାଇ ପୁଅ ଦେବା ପରେ ଚାଲି ଚାଲି ଘରକୁ ଯାଉଥିଲେ । ରାଉରକେଲା ଏସଟିଆଇ ଛକରୁ ପିଡ଼ିଏସ ଚାଉଳ ବୋଝେଇ ଟ୍ରକ ନୂଆଗାଁ ଚିତାପେଡି ପଂଚାୟତ ଅଫିସ ଯାଉଥିଲା । କଦମଟୋଲୀ ଛକରେ ଟ୍ରକଟି ବୃଦ୍ଧଙ୍କୁ ଧକ୍କା ଦେଇଥିଲା । ଫଳରେ ଘଟଣାସ୍ଥଳରେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର