ଜୟପୁର: କାରକୁ ଧକ୍କା ଦେଲା ଟ୍ରକ, ଜଣେ ମୃତ, ୫ ଗୁରୁତର, ଅଳ୍ପକେ ବର୍ତ୍ତିଲେ ନବଦମ୍ପତି

ଜୟପୁର: ବିଶାଖାପାଟଣାରେ ବିବାହ ସାରି କୋରାପୁଟ ଜିଲ୍ଲା ମାଥିଲିକୁ କାର ଯୋଗେ ଏକ ପରିବାର ଫେରୁଥିବା ବେଳେ କାରଟିକୁ ଏକ ଟ୍ରକ୍‌ ଧକ୍କା ଦେଇଛି। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିଥିିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ତେବେ ଏହି ଦୁର୍ଘଟଣାରେ ନବବିବାହିତ ଦମ୍ପତି ଗୁରୂୁତରଭାବେ ଆହତ ହୋଇଛନ୍ତି। ଆହତମାନଙ୍କୁ ଉଦ୍ଧାର କରାଯାଇ ବିଶାଖାପାଟଣା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ମାଥିଲିର କେ ପ୍ରବିତଙ୍କର ବିଶାଖାବାଟରାର ଭାର୍ଗବୀ ଦୋରାଙ୍କ ସହିତ ବିବାହ ହୋଇଥଇଲା। ବିବାହ ପରେ ନବଦମ୍ପତ୍ତି ଓ ସେମାନଙ୍କ ପରିବାର ବିଶାଖାପାଟଣାରୁ କାର ଯୋଗେ ଆଜି ଘରକୁ ଫେରୁଥିଲେ। ସିମିଳିଗୁଡ଼ା ଥାନା ଅନ୍ତର୍ଗତ ୨୬ ନମ୍ବର ଜାତୀୟ ରାଜପଥର ମାଳିଡଲିଆମ୍ବ ନିକଟରେ ସାମନା ପଟୁ ଆସୁଥିବା ଏକ ଟ୍ରକ୍‌ ସେମାନଙ୍କ କାରକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ କେ ପ୍ରବିତଙ୍କ ପିଉସୀଙ୍କର ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୫ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।

ସମ୍ବନ୍ଧିତ ଖବର