ଅବକାରୀ ଚଢ଼ଉ: ୨ ଗିରଫ

ରାଉରକେଲା: ଦେଶୀ ମଦ ବିକ୍ରି କରୁଥିବା ଅଭିଯୋଗରେ ଅବକାରୀ ପୁଲିସ ଦୁଇ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବ୍ରାହ୍ମଣୀତରଙ୍ଗ ଥାନା ଅନ୍ତର୍ଗତ ଗୋଇଭଙ୍ଗାର କାନ୍ତି ବାର୍ଲା ଓ ଲାଠିକଟା ଥାନା ଅନ୍ତର୍ଗତ ବେତୱାରାର ସମୀର ଟପ୍ପୋ। ଅଭିଯୁକ୍ତମାନଙ୍କଠାରୁ ୭୮ ଲିଟର ଦେଶୀ ମଦ ଓ ମଦ ଚାଲାଣରେ ବ୍ୟବହୃତ ଏକ ମୋଟର ସାଇକେଲ ଜବତ ହୋଇଛି। ଅଭିଯୁକ୍ତମାନେ ଦୀର୍ଘ ଦିନ ହେଲା ଦେଶୀ ମଦ ବିକ୍ରି କରୁଥିଲେ। ଏନେଇ ଅବକାରୀ ବିଭାଗ ଗୁପ୍ତ ସୂଚନା ପାଇ ଆଜି ଅତର୍କିତ ଚଢ଼ଉ କରିଥି‌ଲା। ଘଟଣାସ୍ଥଳରୁ ଉଭୟଙ୍କୁ ଗିରଫ କରାଯାଇଥିଲା। ଅବକାରୀ ଇନ୍ସପେକ୍ଟର ସ୍ନେହଲତା ନାୟକଙ୍କ ନେତୃତ୍ବରେ ଅନୁଷ୍ଠିତ ଚଢ଼ଉରେ ବହୁ ବିଭାଗୀୟ କର୍ମଚାରୀ ସାମିଲ ଥିଲେ।

ସମ୍ବନ୍ଧିତ ଖବର