୩୫୩ ନମ୍ବର ଜାତୀୟ ରାଜପଥରେ ବୋଲେରୋ ସହ ବାଇକ୍ ମୁହାଁମୁହିଁ, ୨ ମୃତ

ନୂଆପଡ଼ା: ୩୫୩ ନମ୍ବର ଜାତୀୟ ରାଜପଥରେ ଆଜି ପୂର୍ବାହ୍ନରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଏଥିରେ ୨ ଜଣ ବାଇକ୍ ଆରୋହୀଙ୍କର ମୃତୁ୍ୟ ହୋଇଥିବା ଜଣାଯାଇଛି । ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ଅନ୍ତର୍ଗତ ଜଡ଼ାମୁଣ୍ଡା ଗାଁ ନିକଟରେ ହୋଇଥିବା ଏହି ଦୁର୍ଘଟଣାରେ ପଲସିପାଣି ସାଲେପଡ଼ା ଗାଁର ଲୋକନାଥ ଶବର ଓ ଟିମନ ଶବରଙ୍କ ମୃତ୍ୟୁ ହୋଇଛି ।

ଦୁର୍ଘଟଣା ପରେ ସ୍ଥାନୀୟ ଅଂଚଳରେ ସାମାନ୍ୟ ଚାପା ଉତ୍ତେଜନା ଦେଖାଯାଇଥିଲା । ସୂଚନା ପାଇ ପୁଲିସ ପହଂଚିବା ପରେ ମୃତଦେହ ୨ଟି ଜବତ କରି ପୁଲିସ ଘଟଣାର ତଦନ୍ତ କରୁଛି । ପୁଲିସ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି ।

ସମ୍ବନ୍ଧିତ ଖବର