ପୋଖରୀରେ ବୁଡି ୨ନାବାଳକଙ୍କ ମୃତ୍ୟୁ

ରାଇରଙ୍ଗପୁର: ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଜାମୁଡାଳି ଗାଁ ମାତକୋମ ସାହିରେ ଖେଳୁଥିବା ବେଳେ ଅସାବଧାନତାରୁ ପୋଖରୀରେ ବୁଡି ସୋମବାର ୨ନାବାଳକଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।

ସୂଚନାଯୋଗ୍ୟ, ଆଜି ସକାଳେ ଜାମୁଡାଳି ଗାଁ ମାତକୋମ ସାହି ନିକଟରେ ଏକ ପୋଖରୀକୁ ଏହି ଦୁଇ ନାବାଳକ ଗାଧେଇବାକୁ ଯାଇଥିଲେ। ସେଠାରେ ଖେଳୁଖେଳୁ ଅସାବଧାନତା ହେତୁ ଜଣକର ଗୋଡା ଖସି ଯାଇଥିଲା ବେଳେ ଅନ୍ୟ ଜଣେ ତାକୁ ବଞ୍ଚାଇକୁ ଚେଷ୍ଟା କରୁଥିବା ବେଳେ ପୋଖରୀରେ ବୁଡି ଦୁହିଁଙ୍କ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି। ତେବେ ଦୁଇନାବାଳକଙ୍କ ମୃତ୍ୟୁ ଖବର ଗ୍ରାମରେ ଶୋକରଛାୟା ଖେଳାଇ ଦେଇଛି।

ସମ୍ବନ୍ଧିତ ଖବର