ଗିରଫ ହେଲେ ୨ କ୍ୟାଡର ନକ୍ସଲ

ମାଲକାନଗିରି: ସୀମାନ୍ତ ଛତିଶଗଡ଼ର ଦନ୍ତେୱାଡା ପୁଲିସକୁ ମିଳିଛି ବଡ଼ ସଫଳତା । ଦୁଇ ଟପ କ୍ୟାଡର ମାଓବାଦୀଙ୍କୁ ଗିରଫ କଲା ଦନ୍ତେୱାଡା ପୁଲିସ। ଏମାନଙ୍କ ନାଁରେ ୧୩ ଲକ୍ଷ ଟଙ୍କା ପୁରସ୍କାର ରଖିଥିଲେ ଛତିଶଗଡ଼ ସରକାର। ଗିରଫ ମାଓବାଦୀ ହେଲେ କଟେକଲ୍ୟାଣ ଏରିଆ କମିଟି ଡ଼େପୁଟି କମାଣ୍ଡର ଗୁଡି ମାଣ୍ଡୱବୀ। ଅନ୍ୟ ଜଣେ ଭୀମା ମାଣ୍ଡୱବୀ। ସେ ମଧ୍ୟ କଟେକଲ୍ୟାଣ ଏରିଆ କମିଟି ମାଓ ସଙ୍ଗଠନର କମାଣ୍ଡର ଭାବେ କାମ କରୁଥିଲା। ଗୁଡ଼ି ନାଁରେ ୮ ଲକ୍ଷ ଓ ଭୀମା ତା ନାଁରେ ରହିଥିଲା ୫ ଲକ୍ଷ ଟଙ୍କା ପୁରସ୍କାର। ଏମାନେ ଦୀର୍ଘ ବର୍ଷ ହେବ ମାଓ ସଙ୍ଗଠନରେ ରହି ଅନେକ ହିଂସାକାଣ୍ଡ କରି ଆତଙ୍କ ଖେଳାଉ ଥିଲେ। ଗୁଇନ୍ଦା ସୂଚନା ଅନୁସାରେ ଏକ ସ୍ୱତନ୍ତ୍ର ଟିମ ବଜେଜି ଭଳି ଦୁର୍ଗମ ଗାଁରେ ପହଁଞ୍ଚି ଦୁଇ ହାର୍ଡ କୋର ମାଓବାଦୀଙ୍କୁ ଠାବ କରି ଗିରଫ କରିବାରେ ପୁଲିସ ସଫଳ ହୋଇଛି। ତେବେ ଏହି ଦୁଇ ମାଓ ନେତାକୁ ପୁଲିସ ଗିରଫ କଲାପରେ ନିଶ୍ଚିତ ଭାବେ ମାଓ ସଙ୍ଗଠନ ଏକ ବଡ଼ ଝଟକା ହୋଇଥିବା କୁହାଯାଇଛି।

ସମ୍ବନ୍ଧିତ ଖବର