ଦାଦାକୁ କାଠ ଫାଳିଆରେ ପିଟି ହତ୍ୟା, ପୁତୁରା ଫେରାର

ରାଇକିଆ: କନ୍ଧମାଳ ଜିଲ୍ଲା ରାଇକିଆ ବ୍ଲକ୍‌ ରଣବା ପଞ୍ଚାୟତର ଇରୁପୁଟା ଗ୍ରାମରେ ଜମିଜମା ଭାଗବଣ୍ଟାକୁ କେନ୍ଦ୍ର କରି ପୁତୁରା କାଠ ଫାଳିଆରେ ପିଟି ଦାଦା ହରି ନାୟକଙ୍କୁ ହତ୍ୟା କରିଛି। ଘଟଣା ପରେ ଅଭିଯୁକ୍ତ ପୁତୁରା ବିପ୍ର ନାୟକ ଫେରାର ହୋଇଯାଇଛି। ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରଥିବା ‌ବେଳେ ଅଭିଯୁକ୍ତକୁ ଧରିବା ପାଇଁ ତନାଘନା ଆରମ୍ଭ କରିଛି।
ସୂଚନା ପ୍ରକାରେ ଗତ ୨ବର୍ଷ ହେଲା ଜମି ଭାଗବଣ୍ଟାକୁ ନେଇ ଉଭୟ ଦାଦା ଓ ପୁତୁରା ମଧରେ ଝଗଡ଼ା ହୋଇ ଆସୁଥିଲା। ହେଲେ ଗତକାଲି ଘରେ କେହି ନ ଥିବାର ସୁଯୋଗ ପାଇ ଅଭିଯୁକ୍ତ ପୁତୁରା ବିପ୍ର ଏକ କାଠ ଫାଳିଆରେ ଦାଦା ହରିର ମୁଣ୍ଡକୁ ଶକ୍ତ ପାହାର ପକାଇଥିଲା। ଘଟଣାସ୍ଥଳରେ ହରିଙ୍କ ମୃତ୍ୟୁ ହୋଇଥିଲା। ଏନେଇ ପରିବାର ଲୋକେ ରାଇକିଆ ଥାନାରେ ଏତଲା ଦେବା ପରେ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଥିବା ଜଣାପଡ଼ିଛି। ଖୁବଶୀଘ୍ର ଅଭିଯୁକ୍ତକୁ କିରଫ କରାଯିବ ବୋଲି ଥାନାଧିକାରୀ ଶ୍ରୀକାନ୍ତ ଖମାରି ସୂଚନା ଦେଇଛନ୍ତି।
ସମ୍ବନ୍ଧିତ ଖବର