ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡ଼ୁ

ଜୟପୁର: କେନ୍ଦ୍ର ଆଦିବାସୀ ଓ ଜଳଶକ୍ତି ମନ୍ତ୍ରୀ ବିଶ୍ବେଶ୍ବର ଟୁଡୁ ଆସନ୍ତା ୩୦ ଏବଂ ୧ମେ ଦୁଇ ଦିନିଆ କୋରାପୁଟ ଜିଲ୍ଲା ଗସ୍ତରେ ଆସୁଥିବା ଜିଲ୍ଲା ବିଜେପି ମିଡିଆ ସଂଯୋଜକ ସଂଜୟ ବେହେରା ସୂଚନା ଦେଇଛନ୍ତି। ୨୯ତାରିଖ ସଂଧ୍ୟାରେ ସେ ଭୁବନେଶ୍ବରରୁ ଟ୍ରେନରେ ବାହାରି ୩୦ତାରିଖ ଦିନ ରାୟଗଡ଼ାରେ ପହଚିଂବେ। ରାୟଗଡ଼ାରୁ କୋରାପୁଟ ଜିଲ୍ଲାକୁ ସେ ରାସ୍ତାରେ ଆସିବେ। କୋରାପୁଟ ଜିଲ୍ଲାରେ ସେ କୁନ୍ଦ୍ରା ବ୍ଲକର ରାଣୀଗଡ଼ ଠାରେ ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ସ୍ଥାପନ ପାଇଁ ଭୁମି ପୂଜା କରିବେ। ଏଠାରୁ କୋରାପୁଟ ଆସି କୋରାପୁଟରେ ବିଜେପି ଦଳୀୟ ସମାବେଶରେ ଦଳର କର୍ମକର୍ତ୍ତାଙ୍କ ସହ ବୈଠକରେ ଭାଗ ନେବେ। ଏହା ପରେ ଜିଲ୍ଲାପ୍ରଶାସନ ସହ ଅନୂସୂଚିତ ଜନଜାତି ବିଭାଗ, ମେଗା ଜଳସେଚନ ପ୍ରକଳ୍ପର ସମୀକ୍ଷା କରିବାର କାର୍ଯ୍ୟକ୍ରମ ରହିଛି। ରାଷ୍ଟ୍ରଦୀପ ପ୍ରସାର ସମିତି ଦ୍ବାରା ଦାମନଯୋଡିରେ ଆୟୋଜିତ ବିଷୁବ ମିଳନ କାର୍ଯ୍ୟକ୍ରମରେ ସଂଧ୍ୟାରେ ଭାଗ ନେଇ ସେଠାରେ ରାତ୍ରୀ ଯାପନ କରିବେ। ୧ତାରିଖ ଦିନ ଦାମନଯୋଡିରେ କିଛି କାର୍ଯ୍ୟକ୍ରମରେ ଭାଗ ନେଇ ଏଠାରୁ ବିଶାଖାପାଟଣା ଏୟାରପୋର୍ଟକୁ ଯିବେ ବୋଲି ଶ୍ରୀ ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର