ପୁରୀ: ବେଳାଭୂମିରେ ପଡ଼ିଛି ଅଜଣା ମୃତଦେହ

ପୁରୀ: ଆଜି ସକାଳେ ପୁରୀ ବେଳାଭୂମିରେ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଜବତ କରାଯାଇଛି। ସମ୍ଭବତଃ ସେ ଗତକାଲି ରାତିରୁ ସେଠାରେ ମୃତ୍ୟୁବରଣ କରିଛନ୍ତି।
ପୁଲିସ ଠାରୁ ମିଳିଥିବା ସୂଚନାରୁ ପ୍ରକାଶ ଯେ, ପୁରୀ ସମୁଦ୍ରକୂଳର ସିଂହଦ୍ୱାର ଓ ଶ୍ରୀଚୈତନ୍ୟ ଛକ ମଧ୍ୟବର୍ତ୍ତୀ ଅଞ୍ଚଳରେ ଜଣେ ବୟସ୍କ ଲୋକଙ୍କ ମୃତଦେହ ପଡ଼ିଥିବା ଆଜି ସକାଳେ ସ୍ଥାନୀୟ ଲୋକେ ଦେଖି ପୁଲିସକୁ ଖବର ଦେଇଥିଲେ। ମୃତ ବୟସ୍କ ବ୍ୟକ୍ତିଜଣକ ଧୋତି ଓ ପଞ୍ଜବୀ ପିନ୍ଧିିଛନ୍ତି। ଅନୁମାନ କରାଯାଉଛି, ସେ କୌଣସି ଗ୍ରାାମାଞ୍ଚଳରୁ ପୁରୀକୁ ଦେବଦର୍ଶନ କରିବାକୁ ଆସିଥିଲେ। ତାଙ୍କର ପରିଚୟ ମିଳି ନ ଥିବା ବେଳେ ଆନୁମାନିକ ବୟସ ୬୦ରୁ ୭୦ ବର୍ଷ ଭିତରେ ହେବ ବୋଲିି କୁହାଯାଉଛି। ଅପରପକ୍ଷେ ପୁରୀ ବେଳାଭୂମି ରାତିରେ ଯାଞ୍ଚ ହେଉ ନ ଥିବା ଏହି ଘଟଣାରୁ ସ୍ପଷ୍ଟ ହୋଇଛି। ତେବେ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।ଏ ନେଇ ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧିତ ଖବର