ଭଞ୍ଜନଗରରେ କଣ୍ଢେଇ ନୃତ୍ୟ ମାଧ୍ୟମରେ କରୋନା ଟିକା ସଚେତନତା 

ଭଞ୍ଜନଗର: କରୋନା ମାହାମାରୀରୁ ରକ୍ଷା ପାଇବାକୁ ହେଲେ ବର୍ତ୍ତମାନ ସ୍ଥିତିରେ ଟିକା ହିଁ ଏକ ମାତ୍ର ବିକଳ୍ପ ସାଜିଛି। ସହରାଞ୍ଚଳରେ ଟିକା ନେବା ପାଇଁ ଲୋକ ମାନେ ପ୍ରତିଯୋଗିତା କରୁଥିବା ବେ୍ଳେ ଗ୍ରାମାଞ୍ଚଳ ଲୋକ ମାନେ ବିଭିନ୍ନ ଭ୍ରାନ୍ତ ଧାରଣ ନେଇ ଟିକା ନେବାକୁ ପଛଘୁଞ୍ଚା ଦେଉଛନ୍ତି। ଅନେକ ସମୟରେ ଟିକା ନନେବା ପାଇଁ ସ୍ବାସ୍ଥ କର୍ମୀଙ୍କ ସହ ଯୁକ୍ତତର୍କ କରୁଛନ୍ତି। ଏଭଳି ପରିସ୍ଥିତିରେ ଲୋକ ମାନଙ୍କୁ ସଚେତନ କରିବା ପାଇଁ ପ୍ରଶାସନ ପକ୍ଷରୁ କଣ୍ଢେଇ ନାଚ ମାଧ୍ୟମରେ ଲୋକଙ୍କୁ ଟିକାକରଣ ନେଇ ସଚେତନ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ୧୧ ଗୋଟି ଲୋକ ନୃତ୍ୟ ଦଳ ଅଗାମୀ ଦିନରେ ବ୍ଳକ୍ର ବିଭିନ୍ନ ଗ୍ରାମକୁ ଯାଇ ସଚେତନ କରିବା ପାଇଁ ଯୋଜନା ହୋଇଥିବା ବେଳେ ଆଜି ଏହାର ଶୁଭାରମ୍ଭ ହୋଇଛି। ଜିଲ୍ଲା ସଂସ୍କୃତି ଅଧିକାରୀ ଅକ୍ଷୟ କୁମାର ସେଠୀ,ଜିଲ୍ଲା କଳା ଓ ସଂସ୍କୃତି ଉପ ସଭାପତି ସନ୍ତୋଷ କୁମାର ପାଢୀ,ବ୍ଳକ୍ କଳା ଓ ସଂସ୍କୃତି ଉପ ସଭାପତି ଜଗଦୀଶ ପାଣିଗ୍ରାହି ସଭ୍ୟ ସୁଶାନ୍ତ କୁମାର ପାଣିଗ୍ରାହି,ବବ୍ରୁବାହାନ ଗୌଡ,ମମିତା କୁମାରୀ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।

ସମ୍ବନ୍ଧିତ ଖବର