ଜାତୀୟ ଭଲିବଲ୍ ରେଫରୀ ପରୀକ୍ଷାରେ ମୟୂରଭଞ୍ଜ ପୁଲିସ୍ କନେଷ୍ଟବଳଙ୍କ କୃତିତ୍ବ

ଓଡ଼ିଶାରୁ ୨୩ଜଣଙ୍କ ମଧ୍ୟରେ ସ୍ଥାନ ପାଇଲେ ରାଜେଶ ଦାସ;ମୟୂରଭଞ୍ଜରୁ ଏକମାତ୍ର ବ୍ୟକ୍ତି

ବାରିପଦା: ଜାତୀୟ ଭଲିବଲ୍ ରେଫରୀ ପରୀକ୍ଷାରେ ମୟୂରଭଞ୍ଜ ଜିଲ୍ଲା ପୁଲିସ୍ ବିଭାଗରେ କାର୍ଯ୍ୟରତ କନେଷ୍ଟବଳ ରାଜେଶ ଦାସ(ରିଙ୍କୁ) କୃତିତ୍ବ ହାସଲ କରିଛନ୍ତି। ଭଲିବଲ୍ ଫେଡେରେସନ ଅଫ୍ ଇଣ୍ଡିଆ ପକ୍ଷରୁ ସୋମବାର ଦିନ ପ୍ରକାଶ ପାଇଥିବା ଏହି ଫଳାଫଳରେ ଜିଲ୍ଲାରୁ ଏକମାତ୍ର ରେଫରୀ ଭାବେ ରିଙ୍କୁ ମନୋନୀତ ହୋଇଛନ୍ତି।

୨୦୧୯ ଡିସେମ୍ବର ୨୮ରେ ଭୁବନେଶ୍ବରସ୍ଥିତ କିଟରେ ହୋଇଥିବା ଜାତୀୟ ରେଫରୀ ପରୀକ୍ଷାରେ ସମଗ୍ର ରାଜ୍ୟରୁ ୧୧୧ଜଣ ଅଂଶଗ୍ରହଣ କରିଥିଲେ। ଫଳାଫଳରେ ରାଜ୍ୟରୁ ୨୩ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି। ଏନେଇ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି। ଏହାପରେ ବିଭିନ୍ନ ଜାତୀୟସ୍ତରର ଭଲିବଲ୍ ପ୍ରତିଯୋଗିତାରେ ରେଫରୀ ଭାବେ କାର୍ଯ୍ୟ କରିବାକୁ ରିଙ୍କୁ ଯୋଗ୍ୟତା ଅର୍ଜନ କରିଛନ୍ତି।

ମୟୂରଭଞ୍ଜ ପୁଲିସ୍ ପକ୍ଷରୁ ରିଙ୍କୁଙ୍କର ଏପରି ସଫଳତାରେ ଖୁସି ଜାହିର କରାଯାଇଛି। ପୂର୍ବରୁ ସେ ଜିଲ୍ଲା ପୁଲିସ୍ ଭଲିବଲ୍ ଟିମ୍ରେ ପ୍ରତିନିଧିତ୍ବ କରିସାରିଛନ୍ତି। ଏପରିକି ଜଣେ ରାଜ୍ୟସ୍ତରୀୟ ଭଲିବଲ୍ ରେଫରୀ ଭାବେ ମଧ୍ୟ କାର୍ଯ୍ୟ କରିସାରିଛନ୍ତି। ବର୍ତ୍ତମାନ ରିଙ୍କୁ ବାରିପଦା ସଦର ଏସଡିପିଓଙ୍କ କାର୍ଯ୍ୟାଳୟରେ କାର୍ଯ୍ୟରତ ଅଛନ୍ତି।

ସମ୍ବନ୍ଧିତ ଖବର