ବୁଦ୍ଧଙ୍କ ଠାରୁ ଗାନ୍ଧୀ ଯାଏଁ

କଥାଟିଏ - ଯାଯାବର

ଇତିହାସର ଚରିତ୍ର ବଡ଼ ବିଚିତ୍ର। ଆଜିକୁ ଅଢ଼େଇ ହଜାର ବର୍ଷ ତଳେ ରାଜ ପଦ, ଐଶ୍ବର୍ଯ୍ୟ ଓ ଧନସ˚ପଦ ଛାଡ଼ି ଭିକ୍ଷୁକ ହୋଇଥିବା ଜଣେ ବ୍ୟକ୍ତି ଆଜି ଇତିହାସର ଉଜ୍ଜ୍ବଳତମ ପୁରୁଷମାନଙ୍କ ଧାଡ଼ିରେ ସବା ଆଗରେ। ସେଇ ଧାଡ଼ିରେ ଛିଡ଼ା ହେବା ଲାଗି କେତେ ଚକ୍ରବର୍ତ୍ତୀ ସମ୍ରାଟ କେତେ ପ୍ରୟାସ କରି ନାହାନ୍ତି ସତେ? ସେ ହେଲେ ଗୌତମ ବୁଦ୍ଧ।

କେବଳ ସେ ନୁହନ୍ତି, ଏହି ମାନବ ଜାତିକୁ ଦିଗ ଦେଖାଇଥିବା ତଥା ସାରା ପୃଥିବୀକୁ ପ୍ରଭାବିତ କରିଥିବା ବ୍ୟକ୍ତିିମାନଙ୍କ ମଧୢରୁ କେହି ଜଣେ ହେଲେ ରାଜା ବା ସମ୍ରାଟ ଅଥବା ପୃଥିବୀର ସବୁଠାରୁ ଅଧିକ ଧନୀ ବ୍ୟକ୍ତି ନ ଥିଲେ। ମହାବୀର, ଯୀଶୁ, ନାନକ ଏବ˚ ଗାନ୍ଧୀ ଇତ୍ୟାଦି ସମସ୍ତେ ଥିଲେ ନିଃସ୍ବ ଓ ଫକିର ତୁଲ୍ୟ।

ରାତି ଅଧରେ ନିଜ ପରିବାର, ରାଜପ୍ରାସାଦ ଆଦି ସବୁ କିଛି ଛାଡ଼ି ପଳାଇଥିବା ଗୌତମ ଅନେକ ବର୍ଷ ପରେ ଘରକୁ ଫେରିଲେ। ସେତେବେଳକୁ ସେ ବୁଦ୍ଧତ୍ବ ପାଇସାରିଥିଲେ। ପିତା ଶୁଦ୍ଧୋଦନ ତାଙ୍କୁ ପଚାରିଲେ- ପୁତ୍ର, ଏବେ ତୁମେ ରହିବ ତ?

ବୁଦ୍ଧ ଶାନ୍ତ ସ୍ବରରେ କହିଲେ- ନା, ପିତା, ମୁଁ ପୁଣି ଚାଲିଯିବି।

ଶୁଦ୍ଧୋଦନ ହତାଶା ଓ ବିରକ୍ତିଭରା କଣ୍ଠରେ କହିଲେ- ଗୌତମ ତୁମେ ଯାହା ସବୁ ଛାଡ଼ି ଚାଲିଯାଉଛ, ସେ ସବୁ ପାଇବା ଲାଗି ଲୋକେ ପିଢ଼ି ପରେ ପିଢ଼ି ପରିଶ୍ରମ କରନ୍ତି, ଯୁଦ୍ଧ କରନ୍ତି; ଏପରି କି ପ୍ରାଣବଳି ଦିଅନ୍ତି। ତୁମେ ଏହାର ମୂଲ୍ୟ ବୁଝିପାରୁନାହଁ କେମିତି? ଏ ରାଜ ପଦ, ରାଜପ୍ରାସାଦ ଓ ରାଜ୍ୟ ଛାଡ଼ି ତୁମେ ଭିକ୍ଷା ବୃତ୍ତି କରିବାକୁ ବାହାରିଯାଉଛ କେମିତି?

ସ୍ମିତ ହସି ଗୌତମ କହିଲେ- ପିତା, ମୁଁ ମୋ ଭିତରେ ଥିବା ହୀରାର ସନ୍ଧାନ ପାଇସାରିଛି। ଏବେ ମୋ ଲାଗି ବାହାରର ହୀରା ମୂଲ୍ୟହୀନ। ଏହା କହି ଗୌତମ ଖାଲି ପାଦରେ ଚାଲି ଚାଲି ଅଦୃଶ୍ୟ ହୋଇଗଲେ।

ସମ୍ବନ୍ଧିତ ଖବର