ପର୍ଯ୍ୟଟନ ଶିଳ୍ପ ଓ ଭାରତ

ଶରତ ଚନ୍ଦ୍ର ମିଶ୍ର

କରୋନା ମହାମାରୀ ଦ୍ବାରା ବିଶେଷ ଭାବରେ କ୍ଷତିଗ୍ରସ୍ତ ହୋଇଥିବା ଶିଳ୍ପମାନଙ୍କ ମଧୢରୁ ପର୍ଯ୍ୟଟନ ଅନ୍ୟତମ। ଜାତିିସ˚ଘର ବିଶ୍ବ ପର୍ଯ୍ୟଟନ ସ˚ଗଠନର ହିସାବ ଅନୁଯାୟୀ ଏ ଶିଳ୍ପ ଶତକଡ଼ା ୫୮ରୁ ୭୮ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତ ହୋଇଛି ଓ ପ୍ରାୟ ନଅ ଟ୍ରିଲିଅନ ଡଲାର୍‌ର କ୍ଷତି ସହନ କରିଛି। କୋଭିଡ୍ ପୂର୍ବରୁ ଯେ କୌଣସି ମୁହୂର୍ତ୍ତରେ ପାଞ୍ଚ ଲକ୍ଷ ବ୍ୟକ୍ତି ବିମାନ ଯାତ୍ରୀ ଥିଲେ ଓ ୧୨୩୧ ମିଲିଅନ (ନିୟୁତ) ବ୍ୟକ୍ତି ବାର୍ଷିକ ପର୍ଯ୍ୟଟନରେ ୧୨୨୦ ବିଲିଅନ (ଶହେ କୋଟି) ଆମେରିକାନ ଡଲାର ଖର୍ଚ୍ଚ କରୁଥିଲେ। ପାଶ୍ଚାତ୍ୟ ଦେଶମାନଙ୍କର ତୁଳନାରେ ଆମ ଦେଶର ପର୍ଯ୍ୟଟନ ଆୟ ଅପେକ୍ଷାକୃତ କମ୍‌ ହେଲେ ମଧୢ ଏ ଶିଳ୍ପରୁ ବାର୍ଷିକ ୧୬.୯୧ ଲକ୍ଷ କୋଟି ଟଙ୍କା ଆୟ ହେଉଥିଲା ଓ ପ୍ରାୟ ୪୨ ମିଲିଅନ୍‌ ବ୍ୟକ୍ତିଙ୍କର କର୍ମ ସ˚ସ୍ଥାନରେ ଏହା ସାହାଯ୍ୟକାରୀ ଥିଲା।

ପୃଥିବୀରେ ପର୍ଯ୍ୟଟକମାନେ ଯଥାକ୍ରମେ ଫ୍ରାନ୍‌ସ, ସ୍ପେନ, ଆମେରିକା, ଚୀନ, ଇଟାଲି ଆଦି ଭ୍ରମଣ କରିବାକୁ ଅଧିକ ପସନ୍ଦ କରନ୍ତି ଓ ପର୍ଯ୍ୟଟକ ଭାବରେ ଅଧିକ ଖର୍ଚ୍ଚ କରନ୍ତି ଚୀନ, ଆମେରିକା, ଜର୍ମାନି, ଇ˚ଲଣ୍ତ ଓ ଫ୍ରାନ୍‌ସର ଅଧିବାସୀମାନେ। ଭାରତକୁ ଆସୁଥିବା ପର୍ଯ୍ୟଟନମାନଙ୍କ ମଧୢରେ ସର୍ବାଧିକ ହେଲେ ବ˚ଗଳାଦେଶୀ ଓ ତତ୍‌ ପ‌େର ଆମେରିକା, ଇ˚ଲଣ୍ତ, ଅଷ୍ଟ୍ରେଲିଆ ଓ ଚୀନ୍‌ ଅଧିବାସୀ। ଭାରତର ଅନ୍ୟ ସବୁ ପର୍ଯ୍ୟଟନ କ୍ଷେତ୍ର ଅପେକ୍ଷା ମେଡିକାଲ କ୍ଷେତ୍ରରେ ପର୍ଯ୍ୟଟକ ସ˚ଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଦେଶୀ ପର୍ଯ୍ୟଟକମାନେ ଭାରତରେ ତାମିଲନାଡୁ, ମହାରାଷ୍ଟ୍ର ଓ ଉତ୍ତରପ୍ରଦେଶକୁ ଅଧିକ ଭ୍ରମଣ କରୁଛନ୍ତି ଓ ନଗରମାନଙ୍କ ମଧୢରେ ପର୍ଯ୍ୟଟକଙ୍କ ପ୍ରିୟ ସ୍ଥାନ ହେଲା ଦିଲ୍ଲୀ, ମୁମ୍ବାଇ, ଆଗ୍ରା, ଚେନାଇ ଓ ଜୟପୁର।

ଏହା ଗୋଟିଏ ଆୟକାରୀ ଶିଳ୍ପ। ବିଦେଶୀ ପର୍ଯ୍ୟଟକଙ୍କ ସ˚ଖ୍ୟା ଅନୁସାରେ ବିଦେଶୀ ମୁଦ୍ରା ଅର୍ଜନ ହୁଏ। ପୃଥିବୀର ଅଧିକା˚ଶ ଦେଶ ବର୍ତ୍ତମାନ ପର୍ଯ୍ୟଟନ ଶିଳ୍ପର ବିକାଶ କରି ଅର୍ଥ ଉପାର୍ଜନରେ ଆଗ୍ରହୀ।

ପର୍ଯ୍ୟଟନ ନାନାଦି ପ୍ରକାର। ବିଭିନ୍ନ ଜାଗାରେ ଆମୋଦ ପ୍ରମୋଦ ନିମନ୍ତେ ପରିଭ୍ରମଣ ଏହାର ପ୍ରଧାନ ଅ˚ଶ। ନିଜର ଆଗ୍ରହର ବସ୍ତୁ ଦେଖିବା ଯଥା ଭିନ୍ନ ଭିନ୍ନ ନଗର, ପ୍ରାକୃତିକ ଦୃଶ୍ୟ, ସମୁଦ୍ର କୂଳ, ପର୍ବତ, ନଦୀ ଓ କଳାକୃତି (ଭାରତରେ ତାଜମହଲ ଓ କୁତବମିନାର ଭଳି) ଦର୍ଶନୀୟ ବସ୍ତୁ। ଦ୍ବିତୀୟଟି ଶିକ୍ଷାଗତ ପରିଭ୍ରମଣ। ଏଥିରେ ବିଶ୍ବବିଦ୍ୟାଳୟ ଓ କଲେଜ ଶିକ୍ଷା ପାଇଁ ପରିଭ୍ରମଣ କରାଯାଏ ଓ ପ୍ରମୁଖ ଭାବେ ଛାତ୍ରଛାତ୍ରୀମାନେ ଏହାର ଅଂଶବିଶେଷ। ଗବେଷକମାନେ ତଥ୍ୟ ସ˚ଗ୍ରହ ନିମନ୍ତେ ଓ ଆଉ କେତେକ ପ୍ରତ୍ନତାତ୍ତ୍ବିକ ଐତିହାସିକ କାରଣରୁ ବିଭିନ୍ନ ଜାଗା ପରିଦର୍ଶନ କରନ୍ତି। ଧର୍ମ ସ˚କ୍ରାନ୍ତ ପରିଭ୍ରମଣ ମଧୢରେ ବିଭିନ୍ନ ତୀର୍ଥସ୍ଥାନ ଭ୍ରମଣ କରିବା, ରଥଯାତ୍ରା ଓ କୁମ୍ଭମେଳା ପରି ଅନୁଷ୍ଠାନ ଦର୍ଶନ କରିବା ଓ ମୁସଲମାନମାନଙ୍କର ହଜ୍‌, ଉମରା, ଆଜମିର ସରିଫ ଭଳି ଦରଘା ଆଦି ଦର୍ଶନ କରିବା ଓ ବିଭିନ୍ନ ଧର୍ମାବଲମ୍ବୀମାନଙ୍କ ଦ୍ବାରା ଅମୃତସର ସୁବର୍ଣ୍ଣ ମନ୍ଦିର ପରିଦର୍ଶନ ଏହାର ଅନ୍ତର୍ଗତ। ଭାରତବର୍ଷର ଅଧିକା˚ଶ ପରିଭ୍ରମଣକାରୀ ବା ପର୍ଯ୍ୟଟକ ତୀର୍ଥଯାତ୍ରା ଏବଂ ସେମାନଙ୍କ ତୀର୍ଥଯାତ୍ରା ସହିତ ଅନ୍ୟାନ୍ୟ ପରିଦର୍ଶନ ଯୋଡ଼ା ହୋଇଥାଏ। ଏହି ପ୍ରକାର ପର୍ଯ୍ୟଟକମାନେ ମୁଖ୍ୟତଃ ମଧୢବିତ୍ତ ଓ ନିମ୍ନ ମଧୢବିତ୍ତ ଶ୍ରେଣୀର ଏବଂ ସେମାନଙ୍କର ଆର୍ଥିକ ସମ୍ବଳ ସୀମିତ। ଅଧୁନା କ୍ରୀଡ଼ାଜନିତ ପର୍ଯ୍ୟଟନ ବିଶେଷ ଭାବରେ ବୃଦ୍ଧି ପାଉଛି। ନାନାଦି ପ୍ରତିଯୋଗିତା ଦେଖିବା ନିମନ୍ତେ ଦେଶ ବିଦେଶରୁ ଲୋକେ ଠୁଳ ହେଉଛନ୍ତି। ଅନେକ ଜାପାନୀ ଓ ଦକ୍ଷିଣ କୋରିଆର ଲୋକ ଗଲ୍‌ଫ ଖେଳିବା ନିମନ୍ତେ ଥାଇଲାଣ୍ତ, ଫିଲିପାଇନ୍‌ସ ଓ ସିଙ୍ଗାପୁର ଆସୁଛନ୍ତି ଓ ହାତଖୋଲା ଖର୍ଚ୍ଚ କରୁଛନ୍ତି।

ଏବେ ଆମେରିକା, ଇ˚ଲଣ୍ତ, କାନାଡା ଓ ଅଷ୍ଟ୍ରେଲିଆରେ ବହୁ ଚୀନା, ଭାରତୀୟ, ପାକିସ୍ତାନୀ, ମାଲୟେସିଆନ୍‌, ସିଙ୍ଗାପୁର ଓ ମଧୢପ୍ରାଚ୍ୟରୁ ଛାତ୍ର ପଢୁଛନ୍ତି ଓ ଏଇ ଛାତ୍ରଛାତ୍ରୀମାନଙ୍କ ବିଶ୍ବବିଦ୍ୟାଳୟ ଫି ବାବଦରେ ସେଇ ଦେଶମାନେ ଲାଭବାନ ହେଉଛନ୍ତି। ଚିକିତ୍ସା ନିମନ୍ତେ ଅନେକ ଲୋକ ଆମେରିକା ଓ ଦକ୍ଷିଣ ପୂର୍ବ ଏସିଆର ସିଙ୍ଗାପୁର ଯାଉଛନ୍ତି। ବର୍ତ୍ତମାନ ଦିଲ୍ଲୀ ଓ ମୁମ୍ବାଇରେ ସୁଲଭ ମୂଲ୍ୟରେ ଉଚ୍ଚମାନର ଚିକିତ୍ସା ଉପଲବ୍‌ଧ ହେବା ଫଳରେ ବହୁ ବିଦେଶୀ ଚିକିତ୍ସା ନିମନ୍ତେ ଏହି ସହର ଦ୍ବୟକୁ ଆସୁଛନ୍ତି।

କେତେକ କ୍ଷେତ୍ରରେ ପର୍ଯ୍ୟଟନ ଶିଳ୍ପ ସହିତ ଯୌନତାର ସ˚ପର୍କ ରହିଛି। ପାଶ୍ଚାତ୍ୟ ଦେଶର କେତେକ ପର୍ଯ୍ୟଟକ ଏ ଲାଳସା ମେଣ୍ଟାଇବା ନିମନ୍ତେ ଦକ୍ଷିଣ ଫ୍ରାନ୍‌ସ, ସ୍ପେନ୍‌, ଇଟାଲି, ଥାଇଲାଣ୍ତ ଓ ଫିଲିପାଇନ୍‌ସ ଯାଆନ୍ତି। ଏହି ପ୍ରକାର ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବା ନିମନ୍ତେ ଉଦ୍ୟମ କଲେ ନିଜର ସ˚ସ୍କୃତି ହାନି ଅବଶ୍ୟମ୍ଭାବୀ। ବହୁ ପରିମାଣରେ ପର୍ଯ୍ୟଟକ ବିଦେଶରୁ ବ୍ୟବହାର୍ଯ୍ୟ ପଦାର୍ଥ, ସୌଖିନ ଜିନିଷ ଓ ନିଜ ଦେଶରେ ଲବ୍‌ଧ ହେଉନଥିବା ସାମଗ୍ରୀ କିଣିବାକୁ ଚାହାନ୍ତି। ବଜାର କରିବା ମହିଳାମାନଙ୍କର ଏକ ସହଜାତ ପ୍ରକୃତି। ସିଙ୍ଗାପୁରରେ ଭାରତୀୟମାନେ ସବୁଠାରୁ ଅଧିକ ଅର୍ଥ ଖର୍ଚ୍ଚ କରନ୍ତି। ଆମେରିକାରେ ଅଧିକ ଖର୍ଚ୍ଚ କରୁଥିବା ପର୍ଯ୍ୟଟକମାନେ ହେଲେ ଯଥାକ୍ରମେ କାନାଡା, ମେକ୍‌ସିକୋ ଓ ଭାରତର ପର୍ଯ୍ୟଟକ। ବର୍ତ୍ତମାନ ଭାରତରେ ଏକ ସ୍ବଚ୍ଛଳ ଶ୍ରେଣୀ ଗଢ଼ି ଉଠିଛି। ସେମାନେ କିନ୍ତୁ ତାଙ୍କ ବଳକା ଅର୍ଥ ଭାରତରେ ବ୍ୟୟ ନ କରି ବିଦେଶରେ କରୁଛନ୍ତି। ସେମାନେ କିପରି ନିଜର ବଳକା ଅର୍ଥର ସି˚ହ ଭାଗ ଭାରତରେ ଖର୍ଚ୍ଚ କରିବେ, ସେଥି ନିମନ୍ତେ ପ୍ରଯତ୍ନ ହେବା ଆବଶ୍ୟକ।

ପର୍ଯ୍ୟଟନ ଶିଳ୍ପର ବିକାଶ ନିମନ୍ତେ ବିଦେଶରେ ବ୍ୟାପକ ପ୍ରଚାର, ବିଦେଶୀ ପର୍ଯ୍ୟଟକ ସ˚ଯୋଜନା ସ˚ସ୍ଥା ସହିତ ଭାରତୀୟ ପର୍ଯ୍ୟଟନ ସ˚ଯୋଜକମାନଙ୍କର ସ˚ପର୍କ ଓ ସହଯୋଗ ଆବଶ୍ୟକ। ଭିସା କ୍ଷେତ୍ରରେ ମଧୢ କେତେକ କୋହଳତା ଅବଲମ୍ବନ କରିବା ଜରୁରୀ। ଚୀନ୍‌ବାସୀ ଓ ଭାରତୀୟମାନେ ପୃଥିବୀରେ ଅଧିକ ସ˚ଖ୍ୟାରେ ବିଦେଶରେ ବସବାସ କରୁଛନ୍ତି। ଛାତ୍ର ଭିସା ଓ ଟୁରିଷ୍ଟ ଭିସା ନେଇ ଆମେରିକା, ଇ˚ଲଣ୍ତ ଯାଇଥିବା ବ୍ୟକ୍ତି, ସେ ଦେଶମାନଙ୍କରେ ଚାକିରି ବାକିରି କରି ରହିଯାଉଛନ୍ତି। ଭାରତୀୟମାନଙ୍କୁ ସେଥିଯୋଗୁଁ ଅଧିକା˚ଶ ଦେଶ ଅପ୍ରବାସୀ ବୋଲି ବିବେଚନା କରନ୍ତି। ବିଦେଶ ଭ୍ରମଣ ଲାଗି କେତେକ ଦେଶରେ ଭିସା ବ୍ୟବସ୍ଥା କୋହଳ ତ କେତେକ ଦେଶରେ ତାହା କଠୋର। ଜଣେ ପର୍ଯ୍ୟଟକ ଏକାଧିକ ଦେଶ ଭ୍ରମଣ କରୁଥିବାରୁ ଭିସା ଲାଗୁ ନ ଥିବା ଦେଶକୁ ବା ସହଜରେ ଭିସା ମିଳିଯାଉଥିବା ଦେଶକୁ ଅଧିକ ପସନ୍ଦ କରେ।

ଅନ୍ତର୍ଜାତୀୟ ବିମାନ ସେବା ଓ ଆଭ୍ୟନ୍ତରୀଣ ବିମାନ ସେବା ମଧୢରେ ଯୋଗାଯୋଗ ଓ ସ˚ହତି ନିହାତି ଆବଶ୍ୟକ। ନିଜ ଦେଶରୁ ଅନ୍ୟ ଦେଶର ବିଭିନ୍ନ ପ୍ରାନ୍ତକୁ ତାହା ଦ୍ବାରା ସିଟ୍‌ ଆରକ୍ଷଣ ହୋଇପାରିବ। ବିମାନ ବନ୍ଦରରେ ଅବତରଣ ସଙ୍ଗେ ସଙ୍ଗେ ଉଡ଼ା ସୂତ୍ରରେ ମୋଟର ଗାଡ଼ି ଓ ବିଶ୍ବାସଯୋଗ୍ୟ ଏବଂ ନିରାପଦ ଟ୍ୟାକ୍‌ସି ସେବା ନିହାତି ଜରୁରୀ। ଯାତ୍ରୀମାନେ ଯେମିତି ବିମାନ ବନ୍ଦରରେ ହଇରାଣ ନ ହୁଅନ୍ତି, ସେହି ଦିଗ‌େର ମଧ୍ୟ ଦୃଷ୍ଟି ରଖାଯିବା ଉଚିତ।

ଯେଉଁ ସ˚ଖ୍ୟାରେ ଟୁରିଷ୍ଟ୍‌ ଆଶା କରାଯାଏ, ସେଇ ସ˚ଖ୍ୟାରେ ହୋଟେଲ୍‌ ରୁମ ମଧୢ ମିଳିବା ଆବଶ୍ୟକ। ସବୁ ଟୁରିଷ୍ଟମାନେ ପଞ୍ଚତାରକା ହୋଟେଲ୍‌ରେ ରହିପାରିବେ ନାହିଁ। ସେମାନଙ୍କ ନିମନ୍ତେ ଦୁଇ ବା ତିନି ତାରକା ହୋଟେଲ୍‌ ରୁମ୍‌ ମିଳିବା ଆବଶ୍ୟକ। ହୋଟେଲରେ ତାଜା ଓ ସ୍ବାସ୍ଥ୍ୟକର ଖାଦ୍ୟ, ଗମନାଗମନର ସୁବିଧା, ଟୁର୍‌ ଅପରେଟରଙ୍କ ଅଫିସ, ବିଦେଶୀ ମୁଦ୍ରା ବିନିମୟ ସୁବିଧା ଓ ଦାମୀ ହୋଟେଲ୍‌ମାନଙ୍କରେ ଚିତ୍ତ ବିନୋଦନର ବ୍ୟବସ୍ଥା ରହିବା ଆବଶ୍ୟକ। ଟୁରିଷ୍ଟମାନଙ୍କର ଓ ସେମାନଙ୍କର ପଦାର୍ଥମାନଙ୍କର ନିରାପତ୍ତା ହୋଟେଲ୍‌ର ଦାୟିତ୍ବ।

କୌଣସି ପର୍ଯ୍ୟଟକ ସକାଶେ ସେ ଭ୍ରମଣ କରୁଥିବା ଦେଶରେ ଗାଇଡ୍‌ ବ୍ୟବସ୍ଥାଟି ଦକ୍ଷ ଓ ସାଧୁ ହେବା ଆବଶ୍ୟକ। ଅନେକ ଗାଇଡ୍ କମିସନ ପାଇବା ଆଶାରେ ପର୍ଯ୍ୟଟକମାନଙ୍କୁ କିଛି ନିର୍ଦ୍ଦିଷ୍ଟ ଦୋକାନ ବା ହୋଟେଲ୍‌ ଆଦିରେ ପହଞ୍ଚାଇ ଦିଅନ୍ତି। ଏହା ଠିକ୍‌ ନୁହେ। ଭ୍ରମଣ କରୁଥିବା ଦେଶରେ ପୁଲିସ ବ୍ୟବସ୍ଥା ଓ ବିଚାର ବ୍ୟବସ୍ଥା ତୁରନ୍ତ ନ୍ୟାୟ ପ୍ରଦାନକାରୀ ହେବା ବାଞ୍ଛନୀୟ। ଜଣେ ପର୍ଯ୍ୟଟକ ମାସ ମାସ ଧରି ନ୍ୟାୟ ପାଇବା ନିମନ୍ତେ କୋର୍ଟ କଚେରିକୁ ଅପେକ୍ଷା କରିପାରିବ ନାହିଁ।

ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରିବା ନିମନ୍ତେ ଦେଶ ଦେଶ ମଧ୍ୟରେ ତୀବ୍ର ପ୍ରତିଯୋଗିତା ଚାଲିଛି। ଆମ ଦେଶରେ ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କଲା ଭଳି ନାନା ଜିନିଷ ଥିଲେ ମଧୢ ବିଶ୍ବ ପର୍ଯ୍ୟଟନ ଆୟର ମାତ୍ର .୪୪ ଭାଗ ଆମକୁ ମିଳୁଛି। ପୁନଶ୍ଚ ଆମ ଦେଶରେ ବିଦେଶୀ ପର୍ଯ୍ୟଟକଙ୍କ ଅପେକ୍ଷା ଦେଶ ମଧୢରେ ଭ୍ରମଣ କରୁଥିବା ଭାରତୀୟ ପର୍ଯ୍ୟଟକଙ୍କ ସ˚ଖ୍ୟା ୧୦୦ ଗୁଣ ଅଧିକ। ଆମ ମୁଦ୍ରାର ବିନିମୟ ହାର ପାଶ୍ଚାତ୍ୟ ଦେଶର ମୁଦ୍ରାମାନଙ୍କ ସହିତ ଅନେକ କମ୍‌ ହେତୁ ଓ ଆମ ଦେଶରେ ସେବାର ଦାମ୍‌ ଅତ୍ୟନ୍ତ ଶସ୍ତା ହେତୁ, ଯେତେ ପରିମାଣରେ ଟୁରିଷ୍ଟ ଆସୁଛନ୍ତି, ସେଇ ପରିମାଣରେ ଆୟ ହେଉନାହିଁ। ଆମ ଦେଶରେ ପାର୍ଶ୍ବବର୍ତ୍ତୀ ଦେଶମାନଙ୍କରୁ ପର୍ଯ୍ୟଟକମାନଙ୍କୁ ଆକର୍ଷଣ କରିବା ଜାତୀୟ ସୁରକ୍ଷା ଦିଗରୁ ହିତକର ନୁହେଁ। ପୁନଶ୍ଚ ପାର୍ଶ୍ବବର୍ତ୍ତୀ ଦେଶମାନଙ୍କର ଆର୍ଥିକ ବ୍ୟବସ୍ଥା ସେପରି ଉତ୍ସାହଜନକ ନ ଥିବାରୁ, ସେମାନେ ବହୁ ସ˚ଖ୍ୟାରେ ଆସିଲେ ମଧୢ, ତଦ୍‌ଜନିତ ଆୟ ଭଲ ହେଉନାହିଁ। ସାଉଦି ଆରବ ହଜ୍‌ରୁ ବିଶେଷ ଆର୍ଥିକ ଫାଇଦା ପାଉନାହିଁ। ଆମ ଓଡ଼ିଶାରେ ଟୁରିଷ୍ଟମାନେ ମୁଖ୍ୟତଃ ପ୍ରାଚୀନ କୀର୍ତ୍ତିରାଜି ଦର୍ଶନ କରନ୍ତି। ସେହି ହେତୁ ଓଡ଼ିଶା ଆସିବା ନିମନ୍ତେ ଟୁରିଷ୍ଟମାନଙ୍କ ଆଗ୍ରହ ସୀମିତ। ଓଡ଼ିଶାରେ ବର୍ତ୍ତମାନ କେତେକ ଉଚ୍ଚମାନର ଶିକ୍ଷାନୁଷ୍ଠାନ ଓ ଭଲ ହସ୍‌ପିଟାଲ ଗଢ଼ି ଉଠିଛି। ପଡ଼ୋଶୀ ରାଜ୍ୟମାନଙ୍କରୁ ଛାତ୍ରମାନେ ଓ ରୋଗୀମାନେ ଓଡ଼ିଶା ଆସୁଛନ୍ତି। ଏ ଦିଗରେ ଅଧିକ ଧୢାନ ଦେଲେ ଓଡ଼ିଶା ଶିକ୍ଷା ଟୁରିଜମ୍‌ ଓ ମେଡିକାଲ ଟୁରିଜମ୍‌ରୁ ଅଧିକ ଲାଭବାନ୍‌ ହୋଇପାରିବ।

ମୋଟାମୋଟି ଭାବରେ ଦେଶର ଆର୍ଥିକ ସ୍ବଚ୍ଛଳତା, ଉତ୍ତମ ବଜାର, ସୁଶାସନ ଓ ନିରାପତ୍ତା ବ୍ୟବସ୍ଥା ପର୍ଯ୍ୟଟକମାନଙ୍କୁ ଆକୃଷ୍ଟ କରାଏ। ବହୁ ସ˚ଖ୍ୟାରେ ଦେଶବାସୀ ବିଦେଶରେ ସ୍ବଚ୍ଛଳ ଭାବରେ ବସବାସ କରିଥିଲେ ପର୍ଯ୍ୟଟନ ଶିଳ୍ପ ନିମନ୍ତେ ସହାୟକ ହୁଏ। ଏଇ ସବୁ କାରକଗୁଡ଼ିକ ବିଚାରକୁ ନେଲେ ଭାରତ ତଥା ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପ ବିଶେଷ ଉତ୍ସାହଜନକ ନ ହେବା ଆଶ୍ଚର୍ଯ୍ୟର କଥା ନୁହେଁ।

ମୋ-୯୯୩୭୪୨୨୫୨୧

ସମ୍ବନ୍ଧିତ ଖବର