ସ୍କୁଲ ଶିକ୍ଷା: ରାଜ୍ୟରେ ନୂତନ ଶିକ୍ଷାନୀତିର ରୂପାୟନ ପ୍ରଭାବୀ ଶିକ୍ଷା ବ୍ୟବସ୍ଥା କିଭଳି ସମ୍ଭବ

ଅର୍ଦ୍ଧେନ୍ଦୁ ଶେଖର ଷଡ଼ଙ୍ଗୀ

ନୂତନ ଶିକ୍ଷାନୀତି, ୨୦୨୦ ବର୍ତ୍ତମାନର ୧୦+୨ ଢାଞ୍ଚା ବଦଳରେ ସ୍କୁଲ ଶିକ୍ଷା ପାଇଁ ଗୋଟିଏ ୫+୩+୩+୪ ଢାଞ୍ଚା ପ୍ରଣୟନ କରିଛି। ବିଭିନ୍ନ ବୟସରେ ଶିଶୁମାନଙ୍କର ଜ୍ଞାନ ଆହରଣ ପାଇଁ ସ୍ବାଭାବିକ ଆଗ୍ରହ ଓ ସକ୍ଷମତା ଏବ˚ ବୌଦ୍ଧିକ ବିକାଶର ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏହି ଢାଞ୍ଚାର ପ୍ରତ୍ୟେକ ସ୍ତରରେ ଶିକ୍ଷାଦାନର ପ୍ରଣାଳୀ ଏବ˚ ପାଠ୍ୟକ୍ରମର ରୂପରେଖ ସ୍ଥିର କରାଯାଇଛି। ଶିଶୁଟିଏ ୩ ବର୍ଷ ବୟସରୁ ଆରମ୍ଭ କରି ୧୮ ବର୍ଷ ବୟସ ହେଲା ବେଳକୁ ସ୍କୁଲ ଶିକ୍ଷା ଶେଷ କରିଥିବ। ଅଙ୍ଗନବାଡ଼ି କେନ୍ଦ୍ରରେ ଏବ˚ ନିକଟସ୍ଥ ପ୍ରାଥମିକ ବିଦ୍ୟାଳୟରେ ସ˚ଲଗ୍ନ ଶିଶୁଶ୍ରେଣୀ ମାଧୢମରେ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇ ସାରି ଶିଶୁଟି ପ୍ରାଥମିକ ଶିକ୍ଷା ଗ୍ରହଣ ପାଇଁ କିପରି ପ୍ରସ୍ତୁତ ହୋଇପାରିବ, ଏ ବିଷୟରେ ନୂତନ ଶିକ୍ଷାନୀତିର ଦିଗ୍‌ଦର୍ଶନ ଆମେ ପୂର୍ବରୁ ବିଚାର କରିଛୁ; ଏବ˚ ଏଥିପାଇଁ ସେହି ସ୍ତରର ଶିକ୍ଷାୟତନଗୁଡ଼ିକର କିପରି ପୁନର୍ବିନ୍ୟାସ ଆବଶ୍ୟକ ତାହା ମଧୢ ଆଲୋଚନା କରିଛୁ। (‘ସମ୍ବାଦ’ ୧୧/୮) ପରବର୍ତ୍ତୀ ଅର୍ଥାତ୍‌ ପ୍ରଥମରୁ ଦଶମ ଯାଏଁ ଶ୍ରେଣୀମାନଙ୍କରେ ଶିକ୍ଷାଦାନ ବିଷୟରେ ନୂତନ ଶିକ୍ଷାନୀତି ଯେଉଁ ପରିକଳ୍ପନା କରିଛି, ତାହାର ସଫଳ ରୂପାୟନ ପାଇଁ ଆମ ରାଜ୍ୟରେ ଉପସ୍ଥିତ ଶିକ୍ଷାୟତନମାନ କିପରି ସ˚ଗଠିତ ହେବା ସୁବିଧାଜନକ ହେବ, ସେ ବିଷୟରେ ଆମେ ଏଠାରେ ଆଲୋଚନା କରିବା।

ନୂତନ ଶିକ୍ଷାନୀତି ଅନୁସାରେ ଶିଶୁଟିଏ ୩ରୁ ୮ ବର୍ଷ ବୟସ ଯାଏଁ ୫ ବର୍ଷ ପାଇଁ ଯେଉଁ ଆଦ୍ୟ ଶୈଶବ ଯତ୍ନ ଓ ଶିକ୍ଷା ପାଇବ ତାହାର ପ୍ରଥମ ତିନି ବର୍ଷ ଅଙ୍ଗନବାଡ଼ି ଓ ଶିଶୁଶ୍ରେଣୀରେ କଟିବ ଏବ˚ ପରବର୍ତ୍ତୀ ଦୁଇ ବର୍ଷ ସେ ବିଦ୍ୟାଳୟକୁ ଯାଇ ପ୍ରଥମ ଓ ଦ୍ବିତୀୟ ଶ୍ରେଣୀରେ ପଢ଼ିବ। ଏହା ପରେ ସେ ୮ରୁ ୧୧ ବର୍ଷ ବୟସ ଯାଏଁ ୩ ବର୍ଷ ପ୍ରାରମ୍ଭିକ (ପ୍ରାଥମିକ) ଶିକ୍ଷା ପାଇବ। ଶିକ୍ଷାନୀତି ଆଶା କରେ ଯେ ତୃତୀୟ ଶ୍ରେଣୀ ବେଳକୁ ଶିଶୁଟି ମୌଳିକ ଭାଷା ଏବ˚ ସ˚ଖ୍ୟା ଜ୍ଞାନ ଯଥେଷ୍ଟ ରୂପେ ପାଇ ସାରିଥିବ; ଯଦ୍ଦ୍ବାରା ସେ ପରବର୍ତ୍ତୀ ଶ୍ରେଣୀମାନଙ୍କରେ ପାଠ ସହଜରେ ବୁଝି ପାରିବ। ତୃତୀୟରୁ ପଞ୍ଚମ ଶ୍ରେଣୀରେ ପାଠ୍ୟକ୍ରମ ଧୀରେ ଧୀରେ ଅଧିକ ଶ୍ରେଣୀଗୃହ-ବିନିମୟଭିତ୍ତିକ ହୋଇ ଶିଶୁଟିର ବୋଧଶକ୍ତିରେ ବୃଦ୍ଧି ଘଟାଇବ ଏବ˚ ସେ ପାଠ୍ୟପୁସ୍ତକ ପଢ଼ି ବୁଝିବା, ଭାବ ବ୍ୟକ୍ତ କରିବା ଓ ଗାଣିତିକ କର୍ମଣ କରିବା ଇତ୍ୟାଦିର କୁଶଳତା ହାସଲ କରିବ।

ସ୍କୁଲ ଶିକ୍ଷାର ପରବର୍ତ୍ତୀ ସ୍ତରରେ ପହଞ୍ଚିଲା ବେଳକୁ ଶିଶୁଟି ୧୧ ବର୍ଷ ବୟସର ହୋଇସାରିଥିବ ଏବ˚ ୧୪ ବର୍ଷ ସରିଲା ଯାଏଁ ୩ ବର୍ଷରେ ସେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପାଠ ପଢ଼ିବ। ଏହି ଶ୍ରେଣୀମାନଙ୍କରେ ନିର୍ଦ୍ଦିଷ୍ଟ ବିଷୟ ସବୁରେ ଶିକ୍ଷାଦାନ ଆରମ୍ଭ ହେବ ଏବ˚ ଏଥିପାଇଁ ଉକ୍ତ ବିଷୟମାନଙ୍କରେ ବିଶେଷ ଦକ୍ଷତାପ୍ରାପ୍ତ ଶିକ୍ଷକମାନେ ନିଯୁକ୍ତ ହେବେ। ଗଣିତ, ବିଜ୍ଞାନ, ସମାଜବିଜ୍ଞାନ, ସାହିତ୍ୟ ଇତ୍ୟାଦି ବିଷୟମାନଙ୍କର ସ˚ଧାରଣା ଏବ˚ ସିଦ୍ଧାନ୍ତଗୁଡ଼ିକ ଅଧିକ ଗଭୀର ରୂପେ ଅଧୢୟନ ଏବ˚ ଆଲୋଚନା ଏବେ ଠାରୁ ଆରମ୍ଭ ହେବ। ମାଧୢମିକ ସ୍ତରରେ ପିଲାମାନଙ୍କର ଯୌକ୍ତିକ ବିଚାର ଏବ˚ ବିଶ୍ଳେଷଣ ତଥା ଅଭିବ୍ୟକ୍ତିର କ୍ଷମତା ଉପଯୁକ୍ତ ରୂପେ ବିକଶିତ ହେବାର ପ୍ରକ୍ରିୟା ଏହିଠାରୁ ହିଁ ଗତି ଲାଭ କରିବ।
ଚଉଦ ବର୍ଷ ବୟସ ବେଳକୁ ପିଲାଟି ନବମ ଶ୍ରେଣୀରେ ପ୍ରବେଶ କରିବ ଏବ˚ ଦୁଇ ବର୍ଷ ପାଇଁ ମାଧୢମିକ ଶିକ୍ଷା ଲାଭ କରିବ। ନବମ ଓ ଦଶମ ଶ୍ରେଣୀରେ ବିଭିନ୍ନ ବିଷୟ ଅଧୢୟନ ମାଧୢମରେ ତା’ର ଚିନ୍ତନ ଓ ଅଭିବ୍ୟକ୍ତି ଶକ୍ତିର ଉପଯୁକ୍ତ ବିକାଶ ଘଟିବ। ଏହାଛଡ଼ା ସେ ନିଜର ଭବିଷ୍ୟତ୍‌ର କର୍ମ-ଜୀବନ ବିଷୟରେ ସଚେତନ ହେବା ସହିତ ବିଭିନ୍ନ ସା˚ସାରିକ କୁଶଳତା ସହିତ ପରିଚିତି ଲାଭ କରିବ।

ଉପର ଆଲୋଚନାରୁ ଗୋଟିଏ କଥା ସ୍ପଷ୍ଟ ଯେ ନୂତନ ଶିକ୍ଷାନୀତି ସ୍କୁଲ ଶିକ୍ଷା ପାଇଁ ଯେଉଁ ୫+୩+୩+୪ ଢାଞ୍ଚା ପ୍ରବର୍ତ୍ତନ କରିବାକୁ ଯାଉଛି, ସେଥିରେ ଆଦ୍ୟ ଶୈଶବର ମୌଳିକ ଶିକ୍ଷାର ଶେଷ ୨ ବର୍ଷ (ପ୍ରଥମ ଓ ଦ୍ବିତୀୟ ଶ୍ରେଣୀ) ଏବ˚ ପରବର୍ତ୍ତୀ ପ୍ରାରମ୍ଭିକ ଶିକ୍ଷାର ୩ ବର୍ଷ (ତୃତୀୟ-ପଞ୍ଚମ ଶ୍ରେଣୀ)- ଏହି ଦୁଇଟି ସ୍ତରର ଘନିଷ୍ଠ ସମ୍ପର୍କ ରହିଛି। ସେହିପରି ମଧୢମ ସ୍ତରରେ ଥିବା ଷଷ୍ଠ, ସପ୍ତମ ଏବ˚ ଅଷ୍ଟମ ଶ୍ରେଣୀଗୁଡ଼ିକର ମାଧୢମିକ ଶିକ୍ଷାର ନବମ ଏବ˚ ଦଶମ ଶ୍ରେଣୀ ସହିତ ବିଶେଷ ସମ୍ପର୍କ ରହିଛି। ପ୍ରାରମ୍ଭିକ/ପ୍ରାଥମିକ ଶିକ୍ଷା ଶେଷରେ ଶିଶୁଟି ଯେଉଁ ମୌଳିକ ଭାଷା ଓ ସ˚ଖ୍ୟା ଜ୍ଞାନ ସହିତ ଉଚ୍ଚତର ଶିକ୍ଷା ପାଇଁ ଆବଶ୍ୟକ ବୋଧ ଶକ୍ତି ଲାଭ କରିଥାଏ, ସେଠାରୁ ମାଧୢମିକ ସ୍ତରର ଶିକ୍ଷାକୁ ଯିବା ପାଇଁ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପାଠ୍ୟକ୍ରମ ଗୋଟିଏ ସ˚ଯୋଗକାରୀ ପୋଲ ସଦୃଶ। ଏହି ତିନି ଶ୍ରେଣୀରେ ନିର୍ଦ୍ଦିଷ୍ଟ ବିଷୟମାନଙ୍କରେ ଶିକ୍ଷା ଲାଭ କରିବା ସହିତ ଶିଶୁଟିର ବିଶ୍ଳେଷଣ କରିବାର, ପ୍ରଶ୍ନ କରିବାର ଏବ˚ କୌଣସି ବିଷୟର ଯୌକ୍ତିକତା ବିଚାର କରିବାର କ୍ଷମତା ବିକଶିତ ହେବ, ଯାହା ମାଧୢମିକ ଶ୍ରେଣୀମାନଙ୍କରେ ଶିକ୍ଷା ଗ୍ରହଣ ପାଇଁ ଅପରିହାର୍ଯ୍ୟ। ଏଣୁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ସହିତ ମାଧୢମିକ ଶିକ୍ଷାର ଅବିଚ୍ଛେଦ୍ୟ ସମ୍ପର୍କ ରହିଛି। ସରଜମିନ୍‌ରେ ଏକତ୍ର ଗୋଟିଏ ଶିକ୍ଷାନୁଷ୍ଠାନରେ ଅବସ୍ଥିତି ଦ୍ବାରା ଏହା ବାସ୍ତବତାରେ ପରିଣତ ହେବା ଆବଶ୍ୟକ। ବର୍ତ୍ତମାନ ଦେଖାଯାଉ ଆମ ରାଜ୍ୟରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ଥିବା ବିଦ୍ୟାଳୟ ମାନଙ୍କର ବାସ୍ତବ ପରିସ୍ଥିତି କ’ଣ ରହିଛି। ଆମେ କେବଳ ସରକାରୀ ଏବ˚ ଅନୁଦାନପ୍ରାପ୍ତ ବିଦ୍ୟାଳୟଗୁଡ଼ିକୁ ବିଚାରକୁ ନେବା।
ପ୍ରଥମେ ହାଇସ୍କୁଲ ଗୁଡ଼ିକ କଥା ବିଚାର କରାଯାଉ। ୨୧୮୯ଟି ହାଇସ୍କୁଲରେ କେବଳ ନବମ ଓ ଦଶମ ଦୁଇଟି ଶ୍ରେଣୀ ଅଛି। ଏହି ସ୍ତରରେ ଗଣିତ, ବିଜ୍ଞାନ, ସମାଜବିଜ୍ଞାନ, ଇ˚ରେଜୀ, ସାହିତ୍ୟ ଇତ୍ୟାଦି ବିଭିନ୍ନ ବିଷୟ ସେହି ବିଷୟମାନଙ୍କରେ ଯଥେଷ୍ଟ ଜ୍ଞାନ ଥିବା ବିଷୟ-ଶିକ୍ଷକମାନଙ୍କ ଦ୍ବାରା ପଢ଼ାଯିବ। ଏଥି ପାଇଁ ଅନ୍ତତଃ ୫ ଜଣ ସ୍ନାତକ ଶିକ୍ଷକ ଆବଶ୍ୟକ। କେବଳ ଦୁଇଟି ଶ୍ରେଣୀ ଥାଇ ପୃଥକ୍‌ ହାଇସ୍କୁଲଟିଏ ହେଲେ ଦିନକୁ ୮x୨=୧୬ଟି କ୍ଲାସ୍‌ ହେବ। ଅଥଚ ୫ ଜଣ ଶିକ୍ଷକ ୫x୮=୪୦ (ଅନ୍ତତଃ ୩୨)ଟି କ୍ଲାସ୍‌ ନେଇ ପାରିଥା’ନ୍ତେ। ଏଣୁ ଆମେ ଅଯଥା ମାନବ ସମ୍ବଳର ଅପଚୟ କରୁ ନାହୁଁ କି? ଏହାଛଡ଼ା ତ ସ˚ସ୍କୃତ, ହିନ୍ଦୀ ଏବ˚ ଶାରୀରିକ ଶିକ୍ଷା ପାଇଁ ଆହୁରି ଶିକ୍ଷକ ରହିବେ, ଯିଏ ସପ୍ତାହରେ ୬ଟି ୮ଟି କ୍ଲାସ୍‌ ନେଇ ବାକି ସମୟ ବେକାର ବସିବେ।

ଅନ୍ୟ ପକ୍ଷରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀଗୁଡ଼ିକୁ ହାଇସ୍କୁଲରେ ଯୋଡ଼ି ଦିଆଗଲେ, ଶିକ୍ଷକମାନଙ୍କର ଉପଯୁକ୍ତ ବିନିଯୋଗ ହୋଇପାରିବ। ନବମ-ଦଶମ ଶ୍ରେଣୀରେ କ୍ଲାସ୍‌ଗୁଡ଼ିକ ନେବା ସହିତ ସେମାନେ ଆହୁରି ୧୬ଟି କ୍ଲାସ୍‌ ନେଇ ପାରିବେ। ଏଣୁ ଆଉ କେବଳ ଜଣେ ଶିକ୍ଷକ ନିଯୁକ୍ତ କଲେ ଷଷ୍ଠରୁ ଦଶମ ଯାଏ ସବୁ ଶ୍ରେଣୀର ଶିକ୍ଷାଦାନ କାର୍ଯ୍ୟ ହୋଇପାରିବ। ଏଥିସହିତ ଷଷ୍ଠରୁ ଅଷ୍ଟମ ଶ୍ରେଣୀର ପିଲାମାନେ ବିଷୟବସ୍ତୁ ଉପରେ ଯଥୋଚିତ ଜ୍ଞାନ ଥିବା ବିଷୟ-ଶିକ୍ଷକମାନଙ୍କ ଠାରୁ ଶିକ୍ଷା ପାଇପାରିବେ- ଯାହା ନୂତନ ଶିକ୍ଷାନୀତିର ଲକ୍ଷ୍ୟ। ଏଣୁ ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀକୁ ନବମ ଏବ˚ ଦଶମ ଶ୍ରେଣୀ ସହିତ ଯୋଡ଼ି ହାଇସ୍କୁଲମାନ ଗଠନ କରିବା ଉଚିତ। ମୋଟ ଉପରେ ନୂତନ ବ୍ୟବସ୍ଥାରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ଥାଇ (ଶିଶୁ ଶ୍ରେଣୀ ସହିତ) ପ୍ରାଥମିକ ବିଦ୍ୟାଳୟ ଗୋଟିଏ ପ୍ରକାରର ଏବ˚ ଷଷ୍ଠରୁ ଦଶମ ଶ୍ରେଣୀ ଯାଏଁ ଥାଇ ହାଇସ୍କୁଲ ଆଉ ଗୋଟିଏ ପ୍ରକାରର; କେବଳ ଏହି ଦୁଇ ପ୍ରକାରର ଶିକ୍ଷାନୁଷ୍ଠାନ ଆମର ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ରହିବା ଉଚିତ ହେବ। ଏହାକୁ କାର୍ଯ୍ୟକାରୀ କରିବା ପ୍ରଥମ ଦେଖାରେ ଗୋଟିଏ ଜଟିଳ ବ୍ୟାପାର ପରି ଜଣାପଡୁଥିଲେ ମଧୢ ବାସ୍ତବରେ ସେତେ ଜଟିଳ ନୁହେଁ ଏବ˚ ଆଦୌ ଅସାଧୢ ନୁହେଁ। ଉପରନ୍ତୁ ଏଥିରୁ ଶିକ୍ଷାର ମାନ ବୃଦ୍ଧି, ମାନବ ସମ୍ବଳର ଉପଯୁକ୍ତ ବିନିଯୋଗ ଏବ˚ ବ୍ୟୟ ସଞ୍ଚୟ ପରି ଅନେକ ଦିଗରୁ ଯେଉଁ ଉପକାର ମିଳିବ ସେ ଦୃଷ୍ଟିରୁ ଏହି ପୁନର୍ବିନ୍ୟାସ ଏକାନ୍ତ ସ୍ପୃହଣୀୟ। ଏହା ନିମ୍ନ ପ୍ରକାରେ କରାଯାଇପାରିବ।

(୧) ବର୍ତ୍ତମାନ ମଧୢ ଷଷ୍ଠରୁ ଦଶମ ଯାଏଁ ୫ଟି ଶ୍ରେଣୀ ଥିବା ୩୦୬୦ଟି ହାଇସ୍କୁଲ ରହିଛି। ଏଥିରେ କୌଣସି ପରିବର୍ତ୍ତନ ଦରକାର ନାହିଁ।
(୨) ୨୧୮୯ଟି ହାଇସ୍କୁଲରେ କେବଳ ନବମ ଓ ଦଶମ ଶ୍ରେଣୀ ରହିଛି। ସେହିପରି ୨୪୧୯ଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରହିଛି, ଯେଉଁଥିରେ କେବଳ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ରହିଛି। ଏହି ଉଚ୍ଚ ପ୍ରାଥମିକ ଶ୍ରେଣୀଗୁଡ଼ିକରୁ ଅଧିକା˚ଶଙ୍କୁ ସରଜମିନରେ ଅବସ୍ଥିତି ଦେଖି କେବଳ ନବମ ଓ ଦଶମ ଶ୍ରେଣୀ ଥିବା ହାଇସ୍କୁଲ ସହିତ ଯୋଡ଼ି ଦିଆଯାଇପାରିବ।
(୩) ୨୯୪୬ଟି ହାଇସ୍କୁଲରେ ପ୍ରଥମରୁ ଦଶମ ଶ୍ରେଣୀ ଯାଏଁ ରହିଛି। ଏହି ହାଇସ୍କୁଲଗୁଡ଼ିକରୁ ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀଗୁଡ଼ିକୁ ପୃଥକ୍‌ କରି ପ୍ରାଥମିକ ବିଦ୍ୟାଳୟ ଗଠନ କରାଯିବ। ଏହି ପୃଥକ୍‌ ପ୍ରାଥମିକ ବିଦ୍ୟାଳୟଗୁଡ଼ିକ ପାଇଁ ନୂତନ ସ୍କୁଲ ଗୃହ ନିର୍ମାଣ କରିବାକୁ ପଡ଼ିବ। ସ୍ଥାନ ବିଶେଷରେ ଯେଉଁ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ଥିବା ସ୍କୁଲଗୁଡ଼ିକ ହାଇସ୍କୁଲକୁ ଉଠିଯିବ, ସେମାନଙ୍କର ସ୍କୁଲ ଘରଗୁଡ଼ିକ ଏହି ନୂଆ ପ୍ରାଥମିକ ସ୍କୁଲ ପାଇଁ ବ୍ୟବହୃତ ହୋଇପାରିବ।
(୪) ପ୍ରଥମରୁ ପଞ୍ଚମ ଶ୍ରେଣୀ ଥିବା ୨୮,୫୬୨ ପ୍ରାଥମିକ ବିଦ୍ୟାଳୟରେ କୌଣସି ପରିବର୍ତ୍ତନ ଦରକାର ନାହିଁ।
(୫) ପ୍ରଥମରୁ ଅଷ୍ଟମ ଶ୍ରେଣୀ ଯାଏଁ ଥିବା ଯେଉଁ ୧୩,୯୩୩ଟି ବିଦ୍ୟାଳୟ ରହିଛି, ସେମାନଙ୍କର ପୁନର୍ବିନ୍ୟାସ ଅପେକ୍ଷାକୃତ କଷ୍ଟସାଧୢ ଏବ˚ ବ୍ୟୟ ସାପେକ୍ଷ ହେବ। ତେବେ ଏଗୁଡ଼ିକ ପ୍ରାୟ ସରକାରଙ୍କ ଦ୍ବାରା ଚାଳିତ ହୋଇ ଥିବାରୁ ପୁନର୍ବିନ୍ୟାସରେ ବିଶେଷ ସମସ୍ୟା ହେବନାହିଁ। ଏହି ସ୍କୁଲ ଗୁଡ଼ିକର ପ୍ରଥମରୁ ପଞ୍ଚମ ଯାଏଁ ଶ୍ରେଣୀଗୁଡ଼ିକୁ ନେଇ ଗୋଟିଏ ପୃଥକ୍‌ ପ୍ରାଥମିକ ବିଦ୍ୟାଳୟ ଗଠନ କରାଯିବ, ଯାହା ବର୍ତ୍ତମାନର ସ୍କୁଲ ଗୃହରେ ଚାଲିବ। ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀଗୁଡ଼ିକୁ ନେଇ ଗୋଟିଏ ନୂତନ ବିଦ୍ୟାଳୟ ଗଠନ କରାଯିବ, ଯାହା ୨ ବର୍ଷ ମଧୢରେ ସମ୍ପୂର୍ଣ୍ଣ ହାଇସ୍କୁଲରେ ପରିଣତ ହେବ। ଏଥିପାଇଁ ପୃଥକ୍‌ ସ୍କୁଲ ଘର ତିଆରି କରିବା ଦରକାର ହେବ ଏବ˚ ନୂତନ ଶିକ୍ଷକ ନିଯୁକ୍ତ କରିବାକୁ ପଡ଼ିବ। ମଝି ଶ୍ରେଣୀମାନଙ୍କରେ ପିଲାମାନେ ପାଠ ଛାଡ଼ି ନ ଦେବାର ଲକ୍ଷ୍ୟ ଯଦି ହାସଲ ହୁଏ, ତା’ ହେଲେ ରାଜ୍ୟରେ ପ୍ରାୟ ଏହି ସ˚ଖ୍ୟକ ଅଧିକା ହାଇସ୍କୁଲ ଦରକାର ପଡ଼ିବ। ଏହି ସ୍କୁଲଗୁଡ଼ିକରେ ବର୍ତ୍ତମାନ ୪ ଜଣ ସ୍ନାତକ ଶିକ୍ଷକ ନିଯୁକ୍ତ କରିବାକୁ ପଡ଼ିବ ଏବ˚ ନବମ-ଦଶମ ଶ୍ରେଣୀ ଖୋଲିଲେ ଆଉ ଦୁଇ ଜଣ ସ୍ନାତକ ଶିକ୍ଷକ ନିଯୁକ୍ତ ହେବେ। ତେବେ ଏହି ସମସ୍ତ ୧୩୯୩୩ ସ୍ଥାନରେ ନୂତନ ହାଇସ୍କୁଲ ଗଠନ ଆବଶ୍ୟକ ହେବ ନାହିଁ। ଯେଉଁଠାରେ ଏ ପ୍ରକାର ବିଦ୍ୟାଳୟ ଥିବା ସ୍ଥାନରେ ହାଇସ୍କୁଲଟିଏ ଅଛି, ସେଠାରେ ଏହି ଶ୍ରେଣୀଗୁଡ଼ିକ ଉକ୍ତ ହାଇସ୍କୁଲରେ ମିଶିଯିବ। ବିଶେଷ କରି ଯେଉଁ ସ୍ଥାନରେ ବାଳିକାମାନଙ୍କ ପାଇଁ ଏ ପ୍ରକାର ସ୍ବତନ୍ତ୍ର ବିଦ୍ୟାଳୟ ରହିଛି, ଏହି ଶ୍ରେଣୀଗୁଡ଼ିକ ନିକଟସ୍ଥ ହାଇସ୍କୁଲରେ ମିଶାଇ ଦିଆଯାଇପାରିବ। ଅତି ନିକଟରେ (୨-୩ କିଲୋମିଟର) ଥିଲେ, ଏ ପ୍ରକାର ଏକାଧିକ ବିଦ୍ୟାଳୟକୁ ମିଶାଇ ଗୋଟିଏ ହାଇସ୍କୁଲ ସ୍ଥାପନ କରାଯାଇପାରେ। ଏ ସବୁ ପୁନର୍ବିନ୍ୟାସ ସରଜମିନ ତଥ୍ୟ ଭିତ୍ତିରେ ଟିକିନିଖି ରୂପେ କରିବାକୁ ପଡ଼ିବ।

ସରକାର ଯଦି ଆମର ପରାମର୍ଶକୁ ଯୁକ୍ତିଯୁକ୍ତ ମନେ କରନ୍ତି ଏବ˚ ଏ ପ୍ରକାର ପୁନର୍ବିନ୍ୟାସ ହାତକୁ ନିଅନ୍ତି, ତେବେ ଆମ ସ୍କୁଲ ଶିକ୍ଷା ବ୍ୟବସ୍ଥାରେ ପ୍ରାଥମିକ ବିଦ୍ୟାଳୟ ଏବ˚ ମାଧୢମିକ (ଉଚ୍ଚ) ବିଦ୍ୟାଳୟ ଏହି ଦୁଇ ପ୍ରକାରର ଶିକ୍ଷାୟତନ ରହିବ। ଯେଉଁ ଅଣ ସ୍ନାତକ ଶିକ୍ଷକମାନେ ବର୍ତ୍ତମାନର ପ୍ରାଥମିକ ବା ଉଚ୍ଚ ପ୍ରାଥମିକ ଶ୍ରେଣୀମାନଙ୍କରେ ଶିକ୍ଷାଦାନ ପାଇଁ ନିଯୁକ୍ତ ହୋଇଛନ୍ତି, ସେମାନେ ପ୍ରାଥମିକ ବିଦ୍ୟାଳୟ ମାନଙ୍କରେ ଅବସ୍ଥାପିତ ହେବେ। ଷଷ୍ଠରୁ ଦଶମ ଶ୍ରେଣୀମାନଙ୍କରେ କେବଳ ପ୍ରଶିକ୍ଷିତ ସ୍ନାତକ ଶିକ୍ଷକମାନେ ହିଁ ଶିକ୍ଷାଦାନ କରିବେ। ଏ ପ୍ରକାର ବ୍ୟବସ୍ଥା ଦ୍ବାରା ହିଁ ସ୍କୁଲ ଶିକ୍ଷା ସୁସଂଗଠିତ ହୋଇ ରାଜ୍ୟରେ ନୂତନ ଶିକ୍ଷାନୀତିର ଲକ୍ଷ୍ୟ ହାସଲ ହୋଇପାରିବ।
ମୋ- ୮୯୧୭୫୭୯୦୭୫

ସମ୍ବନ୍ଧିତ ଖବର