କାବୁଲିବାଲା

ଗଲା ସପ୍ତମ ଦଶକ ବା ତା’ର ପୂର୍ବବର୍ତ୍ତୀ କାଳର କଥା ଯଦି କାହା କାହା ସ୍ମୃତିପଟଳରେ ନିଷ୍ପ୍ରଭ ଭାବେ ହେଲେ ସୁଦ୍ଧା ଉଜ୍ଜୀବିତ ହୋଇ ରହିଥିବ, ତେବେ ଛୋଟ ବଡ଼ ସହରରେ କଦବା କେମିତି ଦେଖିବାକୁ ମିଳୁଥିବା ଦୀର୍ଘ, ସୁଗଠିତ, ଶ୍ମଶ୍ରୁଯୁକ୍ତ ଏବ˚ ପିଠିରେ ବିଶାଳ ମୁଣା ଧରି ଦ୍ରୁତ ଓ ପ୍ରଶସ୍ତ ପଦବ୍ରଜରେ ଯାଉଥିବା ସ୍ପର୍ଦ୍ଧାବାନ କାବୁଲିବାଲାମାନଙ୍କୁ ସେମାନେ ମନେ ପକାଇ ପାରୁଥିବେ। ଏମାନେ ସମସ୍ତେ ପ୍ରାୟତଃ ଥିଲେ କଲିକତାରେ ଅସ୍ଥାୟୀ ଭାବେ ବସବାସ କରୁଥିବା ଆଫଗାନ ଦଳଗୁଡ଼ିକର ସଦସ୍ୟ, ଯେଉଁମାନେ ସେମାନଙ୍କ ହୃଦୟରେ ସର୍ବଦା ମାତୃଭୂମିର ସ୍ମୃତି ଏବ˚ ଆତ୍ମସମ୍ମାନକୁ ଧାରଣ କରି ବ୍ୟବସାୟ କରିବା ଉଦ୍ଦେଶ୍ୟରେ ବିଚରଣ କରୁଥିଲେ ଏବ˚ ଯେଉଁ ଗୋଟିଏ ଗୁଣ ସେମାନଙ୍କ ସ˚ଜ୍ଞା ପାଲଟି ଥିଲା, ତାହା ହେଲା ସେମାନେ ହେଉଛନ୍ତି ‘ଜବାବରେ ପକ୍କା।’ ସପ୍ତମ ଦଶକରୁ ଆଜି ମଧୢରେ ପ୍ରାୟ ଅର୍ଦ୍ଧ ଶତାବ୍ଦୀ କାଳ ଅତିକ୍ରାନ୍ତ ହୋଇ ସାରିଛି ଏବ˚ ସେମାନଙ୍କ ପ୍ରିୟ ଦେଶ ବିଭିନ୍ନ ସମୟରେ ବୃହତ୍‌ ଶକ୍ତିଗୁଡ଼ିକର କ୍ରୀଡ଼ନକରେ ପରିଣତ ହେବା ସହିତ ରକ୍ତାକ୍ତ ସ˚ଘର୍ଷ ଏବ˚ ଆତଙ୍କବାଦ ଇତ୍ୟାଦି ଦ୍ବାରା ଜର୍ଜର ହୋଇ ଅନିଶ୍ଚିତତା ମଧୢରେ ଗତି କରିବାର ଦୁର୍ଭାଗ୍ୟକୁ ବରଣ କରିଛି। ଏହି ପରିପ୍ରେକ୍ଷୀରେ ଆଫଗାନିସ୍ତାନ ସଦ୍ୟ ଏବ˚ ପୁନଶ୍ଚ ତାଲିବାନ ଦ୍ବାରା ଅଧିକୃତ ହେବା ପରେ ଯେଉଁ ତିନିଟି ବିଶେଷ ଦୃଶ୍ୟ ବିଶ୍ବ ସମୁଦାୟକୁ ଚକିତ କରି ଦେଇଛି, ତହିଁରେ ଆମ ଧାରଣାରେ ବିଦ୍ୟମାନ ସେହି ପୁରୁଣା କାବୁଲିବାଲାମାନେ କିଭଳି ଖାପ ଖାଇ ଥାଆନ୍ତି, ତାହା ଉପରେ ଏକ ସ˚କ୍ଷିପ୍ତ ଆଲୋଚନା ଏହି ଲେଖାର ଉଦ୍ଦେଶ୍ୟ।

ଏହି ଧାରାରେ ପ୍ରଥମ ଦୃଶ୍ୟଟି ହେଲା ମାତ୍ର ୭୦ ହଜାର ପାଖାପାଖି ସଦସ୍ୟ ବିଶିଷ୍ଟ ତାଲିବାନ ବାହିନୀ ଆଗରେ ଅତ୍ୟନ୍ତ ସୁପ୍ରଶିକ୍ଷିତ ଏବ˚ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର-ସଜ୍ଜିତ ଦୁଇ ଲକ୍ଷରୁ ଅଧିକ ସୈନ୍ୟ ସମ୍ବଳିତ ଆଫଗାନିସ୍ତାନ ସେନାବାହିନୀ ବିନା ଯୁଦ୍ଧରେ ଆତ୍ମ-ସମର୍ପଣ କରିବା। ଏକ ଅନୁଧୢାନ ଅନୁସାରେ ସାମରିକ ଶକ୍ତି ଆଧାରରେ କ୍ରମାନ୍ବୟରେ ସ୍ଥାନିତ ଦେଶମାନଙ୍କ ତାଲିକାରେ ଆଫଗାନିସ୍ତାନ (ଉଭୟ ସ୍ଥଳ ଏବ˚ ଆକାଶ ବାହିନୀ ଦ୍ବାରା ସମୃଦ୍ଧ)ର ସ୍ଥାନ ଥିଲା ଅଠସ୍ତରି, ଯାହା ମାତ୍ର ଦୁଇ ଦଶନ୍ଧି ସମୟ ଖଣ୍ତ ମଧୢରେ ସୃଷ୍ଟି ହୋଇଥିବା ଏକ ସେନା ବଳ ହିସାବରେ ଅତ୍ୟନ୍ତ ଉତ୍ସାହଜନକ। ସୁତରା˚, ଏଭଳି ଏକ ସାମରିକ ଶକ୍ତିର ନିଃଶବ୍ଦ ପତନ ବିସ୍ମୟ ସୃଷ୍ଟି କରିବା ସ୍ବାଭାବିକ। ଅବଶ୍ୟ, ଅନେକ ବିଶେଷଜ୍ଞ ଏହାର ବ୍ୟବଚ୍ଛେଦ କରି କିଛି ସମ୍ଭାବ୍ୟ କାରଣରେ ଉପନୀତ ହେଲେଣି; ଯହିଁରୁ ଗୋଟିଏ କହିଥାଏ ଯେ ଆଫଗାନୀ ପରିବେଶରେ ଏବ˚ ଆଫଗାନୀ କୌଶଳରେ ସମର ବିଦ୍ୟାର ପ୍ରଶିକ୍ଷଣ ପ୍ରଦାନ କରା ନ ଯାଇ ବିଦେଶର ‘ମିଲିଟାରି ଏକାଡେମି’ଗୁଡ଼ିକରେ ପ୍ରଶିକ୍ଷଣର ବ୍ୟବସ୍ଥା ଅପରିଣାମଦର୍ଶିତା ଥିଲା, ଯାହା ସମ୍ଭବତଃ ସେମାନଙ୍କ ଠାରେ ଯଥେଷ୍ଟ ଆତ୍ମବିଶ୍ବାସ ସୃଷ୍ଟିରେ ବିଫଳ ହେଲା। ଆଉ ଏକ ମତାନୁସାରେ ସା˚ପ୍ରତିକ ବିଶ୍ବରେ ସମ୍ମୁଖ ଯୁଦ୍ଧର ସମ୍ଭାବନା ଅତ୍ୟନ୍ତ ନଗଣ୍ୟ ହୋଇଥିବାରୁ ଅଧିକା˚ଶ ରାଷ୍ଟ୍ରର ସେନାବାହିନୀ ଏଭଳି ବାସ୍ତବତା ଲାଗି ପ୍ରାୟତଃ ପ୍ରସ୍ତୁତ ହୋଇ ରହି ନାହାନ୍ତି; ଏପରିକି ଅଳ୍ପ କିଛି ଦେଶକୁ ବାଦ୍‌ ଦେଲେ ଅଧିକା˚ଶ ଦେଶର ସେନାବାହିନୀ ଏଭଳି ଯୁଦ୍ଧ ଅନୁଭୂତି ବିବର୍ଜିତ ଏବ˚ ସେମାନଙ୍କ କାର୍ଯ୍ୟ କେବଳ ଆବଶ୍ୟକତା ଅନୁସାରେ ଆତଙ୍କବାଦ ବା କୌଣସି ଆଭ୍ୟନ୍ତରୀଣ ବିଦ୍ରୋହ ଆଦିର ମୁକାବିଲାରେ ସୀମିତ ରହିଛି।

ତଥାପି ଏହା ମଧୢ ସ୍ବୀକାର କରିବାକୁ ହେବ ଯେ କୌଣସି ଏକ ସେନା-ବାହିନୀର ଦୀର୍ଘକାଳୀନ ପର˚ପରା ସେମାନଙ୍କ ଠାରେ ସର୍ବଦା ଯୁଦ୍ଧ ଲାଗି ପ୍ରସ୍ତୁତ ହୋଇ ରହିବାର ଡି.ଏନ୍‌.ଏ. ସୃଷ୍ଟି କରିଥାଏ, ଯାହା ଆଫଗାନିସ୍ତାନ ଜାତୀୟ ସେନାବାହିନୀ ଠାରେ ଅନୁପସ୍ଥିତ ଥିଲା। ସୁତରା˚, ଆମେରିକା ଦ୍ବାରା ଅପ୍ରତ୍ୟାଶିତ ସେନା ପ୍ରତ୍ୟାହାର ସେମାନଙ୍କୁ ଯେଉଁ ଏକ ବାସ୍ତବ ସମର ମଞ୍ଚରେ ରିହର୍ସାଲ କରିବାକୁ ଛିଡ଼ା କରାଇ ଦେଲା, ତହିଁରେ ପୃଷ୍ଠଭଙ୍ଗ ଦେବା ଛଡ଼ା ଅସହାୟ ଆଫଗାନ ସେନା ନିକଟରେ ବିଶେଷ କୌଣସି ବିକଳ୍ପ ନ ଥିଲା। ଗଣମାଧୢମରେ ପ୍ରକାଶିତ ତଥ୍ୟ ଅନୁସାରେ ଜୋ ବାଇଡେନ୍‌ଙ୍କ ଦ୍ବାରା ହଠାତ୍‌ ସୈନ୍ୟ ଅପସାରଣର ଘୋଷଣା ପରେ ଆମେରିକୀୟ ସେନା ସେମାନଙ୍କ ପ୍ରସ୍ଥାନ ସ˚ପର୍କିତ ଜ˚ଜାଳରେ ଏଭଳି ମଜ୍ଜି ରହିଥିଲେ ଯେ ଆଫଗାନ ସେନାଙ୍କ ସହିତ ସେମାନଙ୍କ ସ˚ପର୍କ ଚ୍ଛିନ୍ନ ହୋଇ ଯାଇଥିଲା; ଏପରିକି ଅନେକ ସାମରିକ ଯାନର ଚାବି ହସ୍ତାନ୍ତର ନ କରି ସେମାନେ ଆଫଗାନିସ୍ତାନ ଛାଡ଼ି ଚାଲିଯାଇଥିଲେ। ସୁତରା˚, ଆଫଗାନ ସେନାର ସାହସରେ ଦ୍ରୁତ ସ୍ଖଳନ ଏବ˚ ଘଟଣାଚକ୍ରରେ ଏକ ବିଶାଳ ଯୁବ ଆଫଗାନ ସେନାବାହିନୀ ‘ଭୀରୁ’ ବୋଲି ଲା˚ଛନାର ଶିକାର ହେବା ସ୍ବାଭାବିକ ଥିଲା। ଏଥିରେ ରହିଥିବା ବିଡ଼ମ୍ବନାଟି ହେଉଛି କାବୁଲିବାଲାଙ୍କ ଚରିତ୍ରରେ ଭୀରୁତା ପ୍ରାୟତଃ ସ୍ଥାନ ପାଇ ନ ଥାଏ!

ଏହା ପରେ ଦ୍ବିତୀୟ ଓ ତୃତୀୟ ଦୃଶ୍ୟପଟ; ଯାହା ପରିଦୃଷ୍ଟ ହୋଇଛି ଯଥାକ୍ରମେ ରାଜଧାନୀ କାବୁଲ ଓ ଜଲାଲାବାଦରେ। ଉଭୟ ଦୃଶ୍ୟ ପରସ୍ପରର ବିପରୀତ ହୋଇଥିଲେ ମଧୢ ତହିଁରୁ ଗୋଟିଏ ସ˚କେତ ମିଳିଥାଏ। ସେହି ଦୃଶ୍ୟ ଦ୍ବୟରୁ ଗୋଟିଏ ହେଲା କାବୁଲର ଅବିଶ୍ବାସ୍ୟ ଭାବେ ଦ୍ରୁତ ପତନ ପରେ ହଜାର ହଜାର ଭୟଭୀତ କାବୁଲବାସୀଙ୍କ ବିକଳ ପଳାୟନ, ଯହିଁରେ ପୃଥିବୀର ଇତିହାସରେ କେବେ ଘଟି ନ ଥିବା ଭଳି ହଜାର ହଜାର ସାଧାରଣ ଲୋକେ କାବୁଲ ବିମାନ ବନ୍ଦରରେ ପହଞ୍ଚି ମାଲବାହୀ ବିମାନରେ ଖୁନ୍ଦାଖୁନ୍ଦି ହୋଇ କୌଣସିମତେ କାବୁଲ ପରିତ୍ୟାଗ କରିବାର ଉଦ୍ୟମ କରିଥିଲେ; ଯେଉଁଠି ସେମାନଙ୍କ ନିକଟରେ ନା ଥିଲା କୌଣସି ନିର୍ଦ୍ଦିଷ୍ଟ ଗନ୍ତବ୍ୟ ନା କୌଣସି ଯୋଜନା ନା କୌଣସି ‘ଲଗେଜ୍‌’। କହିବା ଅନାବଶ୍ୟକ ଯେ ଗଲା ଦୁଇ ଦଶନ୍ଧିର ତାଲିବାନ-ଶୂନ୍ୟ ଉଦାରବାଦୀ ସାମାଜିକ ପରିବେଶର ସର୍ବାଧିକ ହିତାଧିକାରୀ ହୋଇଥିବା କାବୁଲ, ଯେଉଁଠି ସପିଂ ମଲ୍‌, ରାତ୍ରି କ୍ଲବ୍‌, ସିନେମା ଓ ରେସ୍ତୋରାଁ ଠାରୁ ଆରମ୍ଭ କରି ନାରୀ ମୁକ୍ତି ଓ ଅନ୍ୟାନ୍ୟ ଉଦାରବାଦୀ ଆଭିମୁଖ୍ୟ ଅତି ପ୍ରାଞ୍ଜଳ ଭାବେ ଦୃଶ୍ୟମାନ ହୋଇଥିଲା; ଏକ ପରିବର୍ତ୍ତିତ ପରିସ୍ଥିତିରେ ତାଲିବାନ ଦ୍ବାରା ସର୍ବାଧିକ ଯାତନାର ଶିକାର ହେବାର ଆଶଙ୍କା ମଧୢ ବହନ କରୁଥିଲା। ତେଣୁ କାବୁଲବାସୀଙ୍କ ଭଳି ପଳାୟନର ଚିତ୍ର ଅନ୍ୟ କୌଣସି ଆଫଗାନ ସହରରୁ ଆସିିନାହିଁ।

ଅପର ପକ୍ଷରେ ଅନ୍ୟ ଦୃଶ୍ୟଟିରେ ଦେଖିବାକୁ ମିଳିଛି ଯେ ଗଲା ବୁଧବାର ଦିନ ତାଲିବାନ ଦ୍ବାରା କବଳିତ ଜଲାଲାବାଦ ସହରରେ ଶହ ଶହ ସାଧାରଣ ନାଗରିକ ଏକ ଶାନ୍ତିପୂର୍ଣ୍ଣ ପ୍ରତିବାଦ ଶୋଭାଯାତ୍ରାରେ ବାହାରି ବିଭିନ୍ନ ସରକାରୀ ଦପ୍ତରରେ ଉଡୁଥିବା ତାଲିବାନ ପତାକାକୁ ଖସାଇ ସେଠାରେ ଆଫଗାନିସ୍ତାନ ଜାତୀୟ ପତାକା ସ୍ଥାପନ କରାଯିବାର ଉଦ୍ୟମ କରିଥିଲେ। ଅତ୍ୟନ୍ତ ସ୍ବାଭାବିକ ଭାବେ ନିର୍ଦୟୀ ତାଲିବାନ ଦ୍ବାରା ଅବିଚାରିତ ଗୁଳି ବର୍ଷଣରେ ତିନି ଜଣଙ୍କ ପ୍ରାଣହାନି ଘଟିଛି। ତେବେ, ଏହି ଦୁଇଟି ଘଟଣା ଯେଉଁ ଗୋଟିଏ ସ˚କେତ ପ୍ରଦାନ କରିଥାଏ, ତାହା ହେଲା ପଳାୟନ ହେଉ ଅଥବା ପ୍ରତିବାଦ; ଏହା ଜରିଆରେ ଆଫଗାନମାନେ ଜଣାଇ ଦେଇଛନ୍ତି ଯେ ଦୁଇ ଦଶନ୍ଧି ତଳେ ସେମାନେ ଯେମିତି ତାଲିବାନ ଅନୁପ୍ରବେଶ ଓ ଶାସନକୁ ନିରବରେ ସ୍ବୀକାର କରି ନେଇଥିଲେ, ଏବେ ସମ୍ଭବତଃ ସେମିତି କରିବେ ନାହିଁ; ଏମାନେ ତାଲିବାନ ଅଧୀନସ୍ଥ ହୋଇ ରହିବାକୁ ଅନିଚ୍ଛୁକ। ଫଳରେ, ସେମାନେ ତାଲିବାନ ଠାରୁ ଦୂରେଇ ଯାଇ ପାରନ୍ତି ଅଥବା ତାଲିବାନକୁ ଦୂର କରିବାର ଉଦ୍ୟମ କରିପାରନ୍ତି। ଏହି କାବୁଲିବାଲାମାନେ ହୁଏ’ତ ଆଫଗାନିସ୍ତାନର ଭାଗ୍ୟ ପରିବର୍ତ୍ତନରେ ନିର୍ଣ୍ଣାୟକ ହୋଇ ପାରନ୍ତି।

ପରିଶେଷରେ ଏହା ମଧୢ ସତ ଯେ ତାଲିବାନମାନଙ୍କ ଶରୀରରେ ମଧୢ କାବୁଲିବାଲାର ରକ୍ତ ପ୍ରବାହିତ, ଯାହା ସେମାନଙ୍କୁ ଏକ ସାହସୀ ଓ ଯୁଦ୍ଧପଟୁ ବାହିନୀରେ ପରିଣତ କରିଛି। କିନ୍ତୁ ଚରମ ମୌଳବାଦର ଶିକ୍ଷା ସେମାନଙ୍କ ଦୃଷ୍ଟିପଟଳକୁ ଏଭଳି ସ˚କୁଚିତ କରିଛି ଯେ ସେମାନେ ଆତଙ୍କବାଦୀରେ ପରିଣତ ହୋଇଛନ୍ତି। କେବଳ ସେତିକି ନୁହେଁ, ନିଜ ଆଚରଣରେ ସେମାନେ ଏଭଳି ‘ଅଣ-କାବୁଲିବାଲା’(ଶରଣାପନ୍ନଙ୍କୁ ହତ୍ୟା କରିବା ଭଳି) ସୁଲଭ ଆଭିମୁଖ୍ୟ ପ୍ରଦର୍ଶନ କରୁଛନ୍ତି ଯେ ଏବେ ସେମାନେ ପ୍ରଦାନ କରୁଥିବା ସର୍ବକ୍ଷମା ବା ନାରୀ ସ୍ବାଧୀନତା ବଜାୟ ରଖିବାର ପ୍ରତିଶ୍ରୁତି କାହାର ବିଶ୍ବାସଯୋଗ୍ୟ ହେଉନାହିଁ; ସୁତରା˚, ‘ଜବାବରେ ପକ୍କା’ ବୋଲି ଖ୍ୟାତ କାବୁଲିବାଲାମାନଙ୍କ ଲାଗି ତାଲିବାନ ହେଉଛି ଏକ ବଡ଼ ପରାଜୟ!

ସମ୍ବନ୍ଧିତ ଖବର