ଗଲା ଅକ୍‌ଟୋବର ୨୮ ତାରିଖ ଦିନ ପୃଥିବୀର ସର୍ବାଧିକ ବିତ୍ତଶାଳୀ ବ୍ୟକ୍ତି ଏଲନ୍‌ ମସ୍କ୍‌ଙ୍କ ଦ୍ବାରା ‘ଟ୍ବିଟ୍ଟର’ ଦଖଲ ସ˚ପୂର୍ଣ୍ଣ ହେବା ମାତ୍ରକେ ପୂର୍ବରୁ ଏହି ଅନୁଷ୍ଠାନର ଶୀର୍ଷ ସ୍ଥାନରେ ଆସୀନ ତିନି ଅଧିକାରୀଙ୍କୁ କାର୍ଯ୍ୟାନ୍ତର କରିବା ସହ ସେ ତାଙ୍କ ସ୍ବଭାବସୁଲଭ ଢଙ୍ଗରେ ସାମାଜିକ ଗଣମାଧୢମ କ୍ଷେତ୍ର ମଧୢକୁ ଏକ ଦମ୍‌ଦାର ପ୍ରବେଶ କରିଛନ୍ତି। କିନ୍ତୁ, ଏହି ପରିପ୍ରେକ୍ଷୀରେ ତାଙ୍କର ବ୍ୟାବସାୟିକ ବୁଦ୍ଧିମତ୍ତା ଓ ବିଚକ୍ଷଣତା ତଥା ତାଙ୍କର ଜୀବନ-ଦର୍ଶନକୁ କେନ୍ଦ୍ର କରି ଯେଉଁ ଘମାଘୋଟ ଚର୍ଚ୍ଚା ଆରମ୍ଭ ହୋଇଯାଇଛି, ତହିଁରେ ‘ଟ୍ବିଟ୍ଟର’ ଭଳି ଏକ ଅତ୍ୟନ୍ତ ଲୋକପ୍ରିୟ ‘ମାଇକ୍ରୋ-ବ୍ଲଗି˚’ ପ୍ଲାଟଫର୍ମ (ମଞ୍ଚ)ର ଭବିଷ୍ୟତ୍‌ ନେଇ ମଧୢ ପ୍ରଶ୍ନମାନ ଶିର ଉତ୍ତୋଳନ କରିବାରେ ଲାଗିଛନ୍ତି। କେବଳ ସେତିକି ନୁହେଁ, ମସ୍କ୍‌ଙ୍କ ଦ୍ବାରା ବହିଷ୍କୃତ ତିନି ଶୀର୍ଷତମ ଅଧିକାରୀଙ୍କ ମଧୢାରେ ପୂର୍ବତନ ସି.ଇ.ଓ. ପରାଗ ଅଗ୍ରଵାଲ ଏବ˚ ପଲିସି ମୁଖ୍ୟ ବିଜୟା ଗାଡ୍‌ଡେଙ୍କ ଭଳି ଦୁଇ ଜଣ ଭାରତୀୟ ରହିଥିବା କାରଣରୁ ଏ ପ୍ରସଙ୍ଗଟି ଆମ ଦେଶରେ ବିଶେଷ ଜିଜ୍ଞାସୁ କୌତୂହଳ ଜାତ କରିଥିବା ଦେଖିବାକୁ ମିଳିଥାଏ।

Advertisment

ଏଠାରେ ପ୍ରକାଶଯୋଗ୍ୟ ଯେ ‘ଟ୍ବିଟ୍ଟର‌’ର ମୁଖ୍ୟ ପରିଚାଳନା ଅଧିକାରୀ ରୂପେ ପରାଗ ଅଗ୍ରଵାଲଙ୍କ ନିଯୁକ୍ତି ପରେ ଏଲନ୍‌ ମସ୍କ୍‌ (ଜଣେ ଅଦମ୍ୟ ‘ଟ୍ବିଟ୍ଟର’ପ୍ରେମୀ)ଙ୍କ ମଧୢରେ ଏକ ଧାରଣା ଉତ୍ପନ୍ନ ହୋଇଥିଲା ଯେ ଏହି ‘ସାମାଜିକ ଗଣମାଧୢମ ମଞ୍ଚ’ଟି ଏହାର ମଙ୍ଗ ଧାରଣ କରିଥିବା ଉଦାରବାଦୀ ଚେତନାଧାରୀଙ୍କ ଆଗ୍ରହାତିଶଯ୍ୟ କାରଣରୁ ଏହାର ବ୍ୟବହାରକାରୀଙ୍କ ମଧୢରେ ପାତରଅନ୍ତର ପ୍ରଦର୍ଶନ କରୁଛି; ଏପରିକି ଅନେକ ବିଷୟବସ୍ତୁକୁ ସେହି ଚେତନାର ଆଧାରରେ ହସ୍ତକ୍ଷେପ କରାଯାଇ ଅଯଥା ‘କୋମଳ’ କରାଯିବାର ଉଦ୍ୟମ କରାଯାଉଛି। ‘ଟ୍ବିଟ୍ଟର’ ପରିପ୍ରେକ୍ଷୀରେ ଅଭିବ୍ୟକ୍ତିର ସ˚ପୂର୍ଣ୍ଣ ସ୍ବାଧୀନତା ସପକ୍ଷରେ ମସ୍କ୍‌ଙ୍କ ଦୃଢ଼ ମତ ବାରମ୍ବାର ପ୍ରକାଶ ପାଇ ଆସିଛି; ଯହିଁରେ ପୂର୍ବତନ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ର˚ପ୍‌ଙ୍କ ଉପରେ ‘ଟ୍ବିଟ୍ଟର‌’ ଦ୍ବାରା ଜାରି ନିଷେଧାଦେଶ ତାଙ୍କ ସମାଲୋଚନାର ଶରବ୍ୟ ହୋଇଥିଲା। ସୁତରା˚, ଗଲା ବର୍ଷ ଏପ୍ରିଲ ମାସରେ ତାଙ୍କ ଦ୍ବାରା ‘ଟ୍ବିଟ୍ଟର‌’ ଅଧିଗ୍ରହଣର ଉଦ୍ଦେଶ୍ୟ ପ୍ରକଟିତ ହେବା ପରେ ଏପ୍ରିଲ ୧୫ ତାରିଖରେ ଜଣେ ଚୀନୀୟ କାର୍ଟୁନିଷ୍ଟଙ୍କ ଦ୍ବାରା ଅଙ୍କିତ ଏକ ବ୍ୟଙ୍ଗ ଚିତ୍ର ପ୍ରକାଶ ପାଇଥିଲା, ଯହିଁରେ ପ˚ଜୁରୀ ଆବଦ୍ଧ ନୀଳ ବର୍ଣ୍ଣର ପକ୍ଷୀ(‘ଟ୍ବିଟ୍ଟର‌’ର ପ୍ରତୀକ ଚିହ୍ନ)କୁ ମୁକ୍ତ କରିବା ସକାଶେ କିଭଳି ଏଲନ୍‌ ମସ୍କ୍‌ ତା’ର ଦ୍ବାର ଖୋଲି ଦେଇଛନ୍ତି ତାହା ପ୍ରଦର୍ଶିତ ହୋଇଥିଲା ଏବ˚ ତହିଁରେ ସନ୍ନିହିତ ବାର୍ତ୍ତାଟି ଥିଲା- ‘ୟୁ ଆର‌୍‌ ଫ୍ରି ଟୁ ଫ୍ଲାଏ’ ଅର୍ଥାତ୍‌ ‘ତୁମେ ଏବେ ଉଡ଼ିବା ଲାଗି ସ୍ବାଧୀନ’।

ଏହି ଦୃଷ୍ଟିରୁ ‘ଟ୍ବିଟ୍ଟର‌’କୁ ଅଧିକାର କରିବା ପରେ ଏଲନ୍‌ ମସ୍କ୍‌ଙ୍କ ପ୍ରଥମ ଟୁଇଟ୍‌ ରୂପେ ‘ଦ ବାର୍ଡ ଇଜ୍‌ ଫ୍ରିଡ୍‌’ ବା ‘ପକ୍ଷୀଟି ଏବେ ମୁକ୍ତ’ ଭଳି କ୍ଷୁଦ୍ର ବାକ୍ୟଟିଏ ଆତ୍ମପ୍ରକାଶ କରିବା ପ୍ରାସଙ୍ଗିକ ଏବଂ ସ୍ବାଭାବିକ ବୋଲି ମନେ ହୋଇଥାଏ। ଏହି ପରିପ୍ରେକ୍ଷୀରେ ‘ଟ୍ବିଟ୍ଟର‌’ ଅକ୍ତିଆର କରିବା ପଛର ଉଦ୍ଦେଶ୍ୟ ନେଇ ମସ୍କ ପ୍ରଦାନ କରିଥିବା ତର୍କଟି କହିଥାଏ ଯେ ମାନବ ସଭ୍ୟତାର ମଙ୍ଗଳ ସକାଶେ ପୃଥିବୀର ବିଶାଳ ‘ଡିଜିଟାଲ୍‌ ସହର’ରେ ସେ ଏଭଳି ଏକ ଛକଟିଏ ଚାହାଁନ୍ତି, ଯେଉଁଠାରେ ସବୁ ବିଷୟରେ ସ˚ପୂର୍ଣ୍ଣ ମୁକ୍ତ ଏବ˚ ଅସୂୟାରହିତ ଆଲୋଚନା ଓ ବିତର୍କମାନ ସମ୍ଭବ ହୋଇ ପାରୁଥିବ; ସୁତରା˚, ଆମ ଭାଷାରେ କହିଲେ ‘ଟ୍ବିଟ୍ଟର’ ହେବ ମୁକ୍ତ ଏବ˚ ସୌହାର୍ଦ୍ଦ୍ୟପୂର୍ଣ୍ଣ ବିଚାର-ଆଲୋଚନାର ଏକ ଉଷୁମ ଖଟି। କିନ୍ତୁ ସତ କହିଲେ ମସ୍କଙ୍କ ଏଭଳି ଏକ ସାତ୍ତ୍ବିକ ଆଶା ଅଗତ୍ୟା ଭ୍ରମାତ୍ମକ ସାବ୍ୟସ୍ତ ହେବାର ଆଶଙ୍କା ଅଧିକ ଏବ˚ ସ˚ପୂର୍ଣ୍ଣ ‘ମୁକ୍ତ ଅଭିବ୍ୟକ୍ତି’ର ଗୋଟିଏ ମଞ୍ଚ କିଭଳି ଯଥେଚ୍ଛାଚାରର ପରିବେଶ ସୃଷ୍ଟି କରିବ ନାହିଁ ଏବ˚ ଅଧିକ ବିଷ ସ˚ଚାର କରିବ ନାହିଁ; ତା’ର କୌଣସି ସୂତ୍ର ବା ଉପାୟ ଏଲନ ମସ୍କଙ୍କ ନିକଟରେ ଥିବା ଭଳି ଏ ଯାବତ୍‌ ହୃଦ୍‌ବୋଧ ହୋଇ ପାରୁନାହିଁ। କହିବା ଅନାବଶ୍ୟକ ଯେ ଏବେ ମଧୢ ‘ଟ୍ବିଟ୍ଟର‌’, ଅନ୍ୟାନ୍ୟ ସବୁ ସାମାଜିକ ଗଣମାଧୢମ ଭଳି ଅନେକ ପରିମାଣରେ ବିଷ ସ˚ଚାର କରି ଚାଲିଛି। ସୁତରା˚, ପଞ୍ଜୁରି ଆବଦ୍ଧ ଚଢ଼େଇଟିକୁ ମୁକ୍ତ କରି ଦେବାରେ ଏଲନ ମସ୍କ ଲାଭ କରିଥିବା ଆତ୍ମ ତୃପ୍ତି ଯେ ଅଚିରେ ଅଳୀକ ସାବ୍ୟସ୍ତ ହୋଇପାରେ; ଏଥିରେ ସନ୍ଦେହ ନାହିଁ।

ଏବେ ‘ଟ୍ବିଟ୍ଟର’ର ବ୍ୟାବସାୟିକ ଦିଗ ଉପରେ ଏକ ଦୃଷ୍ଟି ନିକ୍ଷେପ କରାଯାଉ। ଏକ ଅତ୍ୟନ୍ତ ବିପୁଳ ଅର୍ଥ ରାଶି ଅର୍ଥାତ୍‌ ୪୪୦୦ ନିୟୁତ ଆମେରିକୀୟ ଡଲାର ମୂଲ୍ୟରେ ‘ଟ୍ବିଟ୍ଟର‌’ର କ୍ରୟ ଯେ ଏକ ବ୍ୟାବସାୟିକ ବୁଦ୍ଧିମତ୍ତାର ପରିଚାୟକ ନୁହେଁ, ଏ ନେଇ ଅଧିକା˚ଶ ବିଶେଷଜ୍ଞ ଏକମତ। ସମ୍ଭବତଃ ଏହି କାରଣରୁ ଏହି ଖର୍ଦ୍ଦି ନେଇ ଗଲା ଏପ୍ରିଲ ମାସରେ ମସ୍କ୍‌ ପ୍ରାରମ୍ଭିକ ଆଗ୍ରହ ପ୍ରଦର୍ଶନ କରିଥିଲେ ହେଁ ପରେ ଏ ଦିଗରେ ଅନିଚ୍ଛା ଏବ˚ ଶିଥିଳତା ପ୍ରଦର୍ଶନ କରିଥିଲେ, ଯାହା ଫଳରେ ‘ଟ୍ବିଟ୍ଟର‌’ ଦ୍ବାରା ଆଗତ ଏକ ଅଦାଲତୀ ମାମଲା ପରିଶେଷରେ ତାଙ୍କୁ ଏହା କ୍ରୟ କରିବାକୁ ବାଧୢ କରିଥିଲା। ଏହା ମଧୢ ଏକ ବାସ୍ତବତା ଯେ ଅଗ୍ରଣୀ ସାମାଜିକ ଗଣମାଧୢମ ମଞ୍ଚଗୁଡ଼ିକ ତୁଳନାରେ ‘ଟ୍ବିଟ୍ଟର’ର ବିସ୍ତାର ସ୍ବଳ୍ପ; ପରିସ˚ଖ୍ୟାନରୁ ଜଣାଯାଏ ଯେ ଚଳିତ ବର୍ଷର ଦ୍ବିତୀୟ ଚଉଠ ଶେଷ ସୁଦ୍ଧା ଦୈନିକ ସକ୍ରିୟ ‘ଟ୍ବିଟ୍ଟର‌’ ବ୍ୟବହାରକାରୀଙ୍କ ସ˚ଖ୍ୟା ଥିଲା ୨୩୮ ନିୟୁତ, ଅଥଚ ଏହାର ପ୍ରତିଦ୍ବନ୍ଦ୍ବୀ ‘ଫେସ୍‌ବୁକ୍‌’ର ଦୈନିକ ସକ୍ରିୟ ବ୍ୟବହାରକାରୀଙ୍କ ସ˚ଖ୍ୟା ହେଉଛି ପ୍ରାୟ ୨୦୦୦ ନିୟୁତ ଏବ˚ ଯଦି ‘ମେଟା’ (ଫେସବୁକ୍‌, ଇନ୍‌ଷ୍ଟାଗ୍ରାମ, ମେସେ˚ଜର ଏବ˚ ହ୍ବାଟ୍‌ସଆପ୍‌’ର ମିଳିତ ମଞ୍ଚ)ର ଦୈନିକ ବ୍ୟବହାରକାରୀଙ୍କ ସ˚ଖ୍ୟା ବିଚାରକୁ ନିଆଯାଏ, ତେବେ ତାହା ହେବ ୩ ବିଲିଅନ୍‌ ବା ୩୦୦୦ ନିୟୁତ। ତେବେ କେବଳ ‘ମେଟା’ ଭଳି ଅତିକାୟ ‘ସାମାଜିକ ଗଣମାଧୢମ ମଞ୍ଚ’ ନୁହେଁ, ‘ପିଣ୍ଟରେଷ୍ଟ’ ଭଳି ଏକ ସାମାଜିକ ଗଣମାଧୢମ ମଞ୍ଚର ମାସିକ ବ୍ୟବହାରକାରୀଙ୍କ ସ˚ଖ୍ୟା ପ୍ରାୟ ୪୪୫ ନିୟୁତ ଏବ˚ ‘ସ୍ନାପ୍‌ଚାଟ୍‌’ର ଦୈନିକ ବ୍ୟବହାରକାରୀଙ୍କ ସ˚ଖ୍ୟା ହେଉଛି ୩୬୩ ନିୟୁତ। ଏହା ସହିତ ମସ୍କଙ୍କ ଲାଗି ଆଉ ଯାହା ଚିନ୍ତାର ବିଷୟ ହୋଇଛି, ତାହା ହେଲା କ˚ପାନିର କ୍ଷତି ପରିମାଣରେ ଘଟି ଚାଲିଥିବା ବାର୍ଷିକ ୧ ପ୍ରତିଶତ ହାରରେ ବୃଦ୍ଧି।

ପ୍ରକାଶ ଥାଉ କି ‘ଟ୍ବିଟ୍ଟର’ର କ୍ରୟ ପ୍ରକରଣରେ କେତେକ ପୁ˚ଜି ନିବେଶକାରୀଙ୍କ ଉତ୍ସାହରେ ଭଟ୍ଟା ପଡ଼ିଥିବା କାରଣରୁ ମସ୍କ ପ୍ରଦାନ କରିଥିବା ୪୪ ବିଲିଅନ ଡଲାରରୁ ପ୍ରାୟ ୨୭ ବିଲିଅନ ସେ ତାଙ୍କ ବ୍ୟକ୍ତିଗତ ଉପାର୍ଜନରୁ ପ୍ରଦାନ କରିବାକୁ ବାଧୢ ହୋଇଛନ୍ତି। କେବଳ ସେତିକି ନୁହେଁ, ଚୁକ୍ତିରେ ଥିବା ‘ଗୋଲଡେନ୍‌ ପାରାଚ୍ୟୁଟ୍‌’ ନିୟମାନୁସାରେ ‘ଟ୍ବିଟ୍ଟର’ର ତିନି ଜଣ ବିଦାୟୀ ଅଧିକାରୀଙ୍କୁ ସେମାନଙ୍କ ପ୍ରତ୍ୟକ୍ଷ ଓ ପରୋକ୍ଷ ପ୍ରାପ୍ୟ ବାବଦରେ ପ୍ରାୟ ୨୦୦ ନିୟୁତ ଡଲାର ମୂଲ୍ୟର ଅର୍ଥ ଏବ˚ ସୁବିଧା ପ୍ରଦାନର ବାଧ୍ୟବାଧକତା ମସ୍କ୍‌ଙ୍କ ବ୍ୟୟ ଭାରକୁ ଆହୁରି ଓଜନିଆ କରିବ। ତଥାପି, ବଡ଼ କଥା ହେଲା ‘ଟେସ୍‌ଲା’ ଏବ˚ ‘ସ୍ପେସ୍‌ ଏକ୍‌ସ’ ଭଳି ଅତ୍ୟନ୍ତ ଉଚ୍ଚାଭିଳାଷୀ ତଥା ସ୍ବଳ୍ପ-ପରୀକ୍ଷିତ ବା ଅପରୀକ୍ଷିତ ଉଦ୍ୟୋଗରେ ବିପୁଳ ସାଫଲ୍ୟ ଲାଭ କରିଥିବା ଏଲନ୍‌ ମସ୍କଙ୍କ ଅଧୀନରେ ‘ଟ୍ବିଟ୍ଟର’ ମଧୢ ସମତୁଲ ପରାକାଷ୍ଠା ପ୍ରଦର୍ଶନ କରିବ ବୋଲି ଅଗଣିତ ‘ଟ୍ବିଟ୍ଟର’-ପ୍ରେମୀ ଆଶାବାଦୀ।

ଉଲ୍ଲେଖଯୋଗ୍ୟ ଯେ ‘ଟ୍ବିଟ୍ଟର‌’ ସର୍ବତ୍ର ରାଜନେତା, ବୁଦ୍ଧିଜୀବୀ ଏବ˚ ସେଲିବ୍ରିଟିମାନଙ୍କ ମଧୢରେ ସର୍ବାଧିକ ଲୋକପ୍ରିୟତା ହାସଲ କରିଛି। ‘ଟ୍ବିଟ୍ଟର‌’ ଦ୍ବାରା ସୃଷ୍ଟ ରାଜନୈତିକ ଝଡ଼ର ପ୍ରଭାବରେ କେତେକ ରାଷ୍ଟ୍ରରେ ସରକାର ଦୋହଲି ଯାଇଛନ୍ତି। ସୁତରା˚, ଏଲନ୍‌ ମସ୍କଙ୍କ ଅଧୀନରେ ଏହାର ଆଭିମୁଖ୍ୟ କ’ଣ ହେବ ତା’ ଉପରେ ବିଭିନ୍ନ ରାଷ୍ଟ୍ରର ସରକାରମାନଙ୍କ ତୀକ୍ଷ୍‌ଣ ଦୃଷ୍ଟି ରହିବ। ତାହାର ଆଭାସ ମିଳି ସାରିଲାଣି; କାରଣ ଏଲନ୍‌ ମସ୍କଙ୍କ ପ୍ରଥମ ଟୁଇଟ୍‌ ଯେ ‘ପକ୍ଷୀଟି ଏବେ ମୁକ୍ତ’, ତା’ର ବୈଦ୍ୟୁତିକ ପ୍ରତ୍ୟୁତ୍ତର ୟୁରୋପିଆନ କମିସନର୍‌ ଟିଏରି ବ୍ରେଟନଙ୍କ ପକ୍ଷରୁ ପାଇ ସାରିଲାଣି ଯେ ‘ୟୁରୋପରେ କିନ୍ତୁ ପକ୍ଷୀ ଆମ ନିୟମ ଅନୁସାରେ ଉଡ଼ିବ।’ ଭାରତ ସରକାର ମଧୢ ସ୍ପଷ୍ଟ କରି ଦେଇଛନ୍ତି ଯେ ଦେଶର ଆଇନ ଅନୁବର୍ତ୍ତୀ ହେବାକୁ ‘ଟ୍ବିଟ୍ଟର’ ବାଧୢ। ଏହି ଦୃଷ୍ଟିରୁ ଏହି ନୀଳ ବିହଙ୍ଗର ଆକାଶ କେତେ ଅସୀମ ହେବ; ତାହା କେବଳ ସମୟ କହିବ।