ପଦ୍ମା ନଦୀର ସେତୁ

ଆଜିକୁ ୪୯ ବର୍ଷ ତଳେ ଅର୍ଥାତ୍‌ ୧୯୭୧ ମସିହା ଡିସେମ୍ବର ୧୬ ତାରିଖରେ ପାକିସ୍ତାନର ଏକ ଅ˚ଶ ରୂପେ ପୂର୍ବ ପାକିସ୍ତାନର ବିଲୟ ଘଟି ବା˚ଲାଦେଶ ନାମକ ଏକ ନୂତନ କ୍ଷୁଦ୍ର ରାଷ୍ଟ୍ରର ସୃଷ୍ଟି ହୋଇଥିଲା। ଏହା ଉତ୍ତାରେ ତାର ଅସ୍ମିତାର ସନ୍ତକ ସ୍ବରୂପ ଯଦି ଆଉ କିଛି ଦୃଶ୍ୟମାନ ହୋଇଛି, ତେବେ ତାହା ହେଉଛି ବର୍ତ୍ତମାନ ପ୍ରାୟ ସ˚ପୂର୍ଣ୍ଣ ହେବାକୁ ବସିଥିବା ପଦ୍ମା ନଦୀର ସେତୁ। ବା˚ଲାଦେଶର ସର୍ବାଧିକ ପ୍ରସାରିତ ଇ˚ରେଜୀ ଦୈନିକ ‘ଦ ଡେଲି ଷ୍ଟାର‌୍‌’ ଅନୁସାରେ ୬.୩ କିଲୋମିଟର ଦୈର୍ଘ୍ୟ ବିଶିଷ୍ଟ ଏହି ସେତୁ ବା˚ଲାଦେଶର ସବୁଠାରୁ ଅଧିକ ମହତ୍ତ୍ବାକା˚କ୍ଷୀ ପ୍ରକଳ୍ପ ରୂପେ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ଅତ୍ୟନ୍ତ ଦୃଢ଼ ଇଚ୍ଛା ଶକ୍ତିର ପରିଚୟ ପ୍ରଦାନ କରିଥାଏ, ଯାହା ସେ ସମ୍ଭବତଃ ତାଙ୍କ ପିତା ‘ବଙ୍ଗ ବନ୍ଧୁ’ ଶେଖ ମୁଜିବଙ୍କ ଠାରୁ ଉତ୍ତରାଧିକାର ସୂତ୍ରରେ ଲାଭ କରିଛନ୍ତି ଏବ˚ ଯାହା ବଳରେ ପ୍ରାୟ ଅର୍ଧ ଶତାବ୍ଦୀ ପୂର୍ବରୁ ‘ବଙ୍ଗ ବନ୍ଧୁ’ ବା˚ଲାଦେଶକୁ ଏକ ସ୍ବାଧୀନ ସାର୍ବଭୌମ ରାଷ୍ଟ୍ରରେ ପରିଣତ କରିଥିଲେ। ଏହି ୧୬ ତାରିଖ ଦିନ ଯେତେବେଳେ ବା˚ଲାଦେଶ ତାର ଅସ୍ତିତ୍ବର ସୁବର୍ଣ୍ଣ ଜୁବୁଲି ସମ୍ବତ୍ସର ପାଳନ କରିବାକୁ ପ୍ରସ୍ତୁତ ହେଉଛି; ଭାରତ ମଧୢ ଏହି ଦିନ ତାର ପଚାଶତମ ‘ବିଜୟ ଦିବସ’ର ପୂର୍ତ୍ତି ପାଳନ କରିଛି; ଯେଉଁ ଚମତ୍କାର ଭାରତୀୟ ବିଜୟ ପଶ୍ଚିମ ପାକିସ୍ତାନକୁ ଭୂଲୁ˚ଠିତ କରି ପୂର୍ବ ପାକିସ୍ତାନ ଲାଗି ବା˚ଲାଦେଶ ସ୍ବପ୍ନ ଚରିତାର୍ଥ କରିବାରେ ସହାୟକ ହୋଇଥିଲା।

କହିବା ନିଷ୍ପ୍ରୟୋଜନ ଯେ ଏହି ଯୁଦ୍ଧ ଯେ କେବଳ ବା˚ଲାଦେଶୀ ମୁକ୍ତି ଯୋଦ୍ଧାମାନଙ୍କୁ ସେମାନଙ୍କ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥିଲା ତାହା ନୁହେଁ, ଏହି ଯୁଦ୍ଧ କାଳରେ ପୂର୍ବ ପାକିସ୍ତାନରୁ ଭାରତକୁ ଚାଲି ଆସିଥିବା ଲକ୍ଷ ଲକ୍ଷ ଶରଣାର୍ଥୀଙ୍କୁ ଆଶ୍ରୟ ପ୍ରଦାନ କରି ଭାରତ ଅତ୍ୟନ୍ତ ବିଶାଳ ବୋଝର ଦାୟିତ୍ବ ନେଇ ଉଦାହରଣୀୟ ହୃଦୟବତ୍ତାର ପରିଚୟ ଦେଇଥିଲା। ସେହି ସମୟରେ ପଶ୍ଚିମ ପାକିସ୍ତାନ ଦ୍ବାରା ପୂର୍ବ ପାକିସ୍ତାନରେ ଯେଉଁଭଳି ଗଣ ଧର୍ଷଣ ଓ ଗଣ ସ˚ହାରର ଲୀଳା ସ˚ଘଟିତ କରାଯାଇଥିଲା, ତାର ଦ୍ବିତୀୟ ଦୃଷ୍ଟାନ୍ତ ବିଶ୍ବ ଇତିହାସରେ ନାହିଁ କହିଲେ ଚଳେ। କିନ୍ତୁ, ସେତେବେଳେ ଯୁକ୍ତରାଷ୍ଟ୍ର ଆମେରିକା ସମେତ ଅନ୍ୟାନ୍ୟ ପାଶ୍ଚାତ୍ୟ ରାଷ୍ଟ୍ରଗୁଡ଼ିକ ସେମାନଙ୍କ ଏକ ପ୍ରିୟ ରାଷ୍ଟ୍ର ପାକିସ୍ତାନର ଏତାଦୃଶ କାର୍ଯ୍ୟକଳାପ ପ୍ରତି ସଂପୂର୍ଣ୍ଣ ବୀତସ୍ପୃହ ରହିଥିଲେ। ସୁତରା˚, ଏଭଳି ଏକ ପରିସ୍ଥିତିରେ ଭାରତ ତାର ଏହି କ୍ଷୁଦ୍ର ପଡ଼ୋଶୀ ସକାଶେ ଯେଉଁ ଦୃଢ଼ତା ଏବ˚ ଅଙ୍ଗୀକାରବୋଧ ପ୍ରଦର୍ଶନ କରିଥିଲା, ତାହା ସମସ୍ତେ ଆଶା କରୁଥିବା ଭଳି ବା˚ଲାଦେଶର ହୃସୟରେ ଶ୍ରଦ୍ଧାର ଚିହ୍ନ ସ୍ବରୂପ ଚିରକାଳ ଉତ୍‌କୀର୍ଣ୍ଣ ହୋଇ ରହିଯିବା ହୁଏତ ଏକ ସ୍ବାଭାବିକତା ହୋଇଥାଆନ୍ତା। କିନ୍ତୁ ବିଡ଼ମ୍ବନା, ଏହି ଦୀର୍ଘ ଅର୍ଧ ଶତାବ୍ଦୀ ମଧୢରେ ପଦ୍ମାରେ ବହୁତ ଜଳ ପ୍ରବାହିତ ହୋଇ ସାରିଛି ଏବ˚ ଭାରତ ଓ ବା˚ଲାଦେଶ ମଧୢରେ ଥିବା ସ˚ପର୍କରେ ଅନେକ ପରିବର୍ତ୍ତନ ପରିଦୃଷ୍ଟ ହୋଇଛି; ଯାହାର ଏକ ସ୍ମାରକୀ ସ୍ବରୂପ ଆଜି ଛିଡ଼ା ହୋଇଛି ବିଶାଳ ପଦ୍ମା ନଦୀର ସେତୁ।

ଏ ସ˚ପର୍କରେ କିଛି ଧାରଣା ଲାଭ କରିବାକୁ ହେଲେ ଏହି ଅତ୍ୟନ୍ତ ଉଚ୍ଚାଭିଳାଷୀ ସେତୁ ନିର୍ମାଣ ପଛରେ ଥିବା ଘଟଣାକ୍ରମକୁ ଅନୁଧୢାନ କରିବାକୁ ହେବ। ଆଜିକୁ ନଅ ବର୍ଷ ତଳେ ଅର୍ଥାତ୍‌ ୨୦୧୧ ମସିହାରେ ବା˚ଲାଦେଶର ସର୍ବାଧିକ ବନ୍ଧୁଭାବାପନ୍ନ ରାଷ୍ଟ୍ର ଭାରତ ପକ୍ଷରୁ ୧ ବିଲିଅନ୍‌ ଆମେରିକୀୟ ଡଲାରର ଋଣ ସାହାଯ୍ୟ ଘୋଷଣା ସହିତ ଏହି ସେତୁ ନିର୍ମାଣର ପରିକଳ୍ପନା ଆରମ୍ଭ ହୋଇଥିଲା। ଦୁଇ ରାଷ୍ଟ୍ର ମଧୢରେ ହୋଇଥିବା ବୁଝାମଣାର ସର୍ତ୍ତ ଅନୁଯାୟୀ ଆବଶ୍ୟକ ଅବଶିଷ୍ଟ ୩ ବିଲିଅନ ଡଲାର ଅର୍ଥ ବା˚ଲାଦେଶ ବିଶ୍ବ ବ୍ୟାଙ୍କ୍‌ ସମେତ ବିଭିନ୍ନ ଅନ୍ତର୍ଜାତୀୟ ବ୍ୟାଙ୍କ୍‌ରୁ ଋଣ ସୂତ୍ରରେ ଆଣିବ। କିନ୍ତୁ ବା˚ଲାଦେଶରେ ବ୍ୟାପକ ଦୁର୍ନୀତିକୁ କାରଣ ଭାବେ ଦର୍ଶାଇ ୨୦୧୩ ମସିହାରେ ଏହି ସ˚ସ୍ଥାଗୁଡ଼ିକ ଅର୍ଥ ଦେବାକୁ ପ୍ରତ୍ୟାଖ୍ୟାନ କଲେ। କହିବା ବାହୁଲ୍ୟ ଏହା ଦ୍ବାରା ବା˚ଲାଦେଶ ଗଭୀର ମାନସିକ ଆଘାତର ଶରବ୍ୟ ହୋଇଥିଲା। ୨୦୧୫ ଜୁନ୍‌ରେ ନରେନ୍ଦ୍ର ମୋଦୀ ବା˚ଲାଦେଶ ଗସ୍ତ କରିଥିଲେ। ସେହି ସମୟରେ ବିଶେଷ ଅଗ୍ରଗତି ଲାଭ କରି ନ ଥିବା ଏହି ସେତୁ ପ୍ରକଳ୍ପ ଲାଗି ସେ ୨୦୦ ନିୟୁତ ଡଲାର ଅର୍ଥ ତତ୍କାଳ ପ୍ରଦାନ କରିବା ସହିତ ଅତିରିକ୍ତ ୨ ବିଲିଅନ ଡଲାରର ଋଣ ସାହାଯ୍ୟର ପ୍ରସ୍ତାବ ପ୍ରଦାନ କରିଥିଲେ। ତା ପରେ ସେହି ବର୍ଷ ଡିସେମ୍ବରରେ ଏହାକୁ ନିର୍ମାଣ କରିବା ଲାଗି ଟେଣ୍ତର ଲାଭ କରି ସାରିଥିବା ଚୀନ ଦେଶର ‘ଚୀନା ରେଲୱେ ବ୍ରିଜ୍‌ କ˚ପାନି’ ପକ୍ଷରୁ କାର୍ଯ୍ୟ ପ୍ରାରମ୍ଭ କରାଗଲା। ତେବେ ଏହାର ୧୦ ମାସ ପରେ ଅତ୍ୟନ୍ତ ଅଭିସନ୍ଧିମୂଳକ ଭାବେ ଚୀନ ରାଷ୍ଟ୍ରପତି ସି ଜିନ ପିଙ୍ଗ ବା˚ଲାଦେଶରେ ପଦାର୍ପଣ କରିବା ସହିତ (ତିରିଶ ବର୍ଷ ବ୍ୟବଧାନରେ କୌଣସି ଚୀନା ରାଷ୍ଟ୍ରପତିଙ୍କ ଦ୍ବାରା ଏହା ଥିଲା ପ୍ରଥମ ବା˚ଲାଦେଶ ଗସ୍ତ) ତତ୍‌କ୍ଷଣାତ୍‌ ୨୪ ବିଲିଅନ୍‌ ଡଲାର ଅର୍ଥ ପ୍ରଦାନ କରିବା ଲାଗି ଚୁକ୍ତିପତ୍ର ସ୍ବାକ୍ଷର କଲେ। ଏହାର ୯ ମାସ ପରେ ଅର୍ଥାତ୍‌ ୨୦୧୭, ସେପ୍ଟେମ୍ବର ମାସ ବେଳକୁ ସେତୁର ୩୭ତମ ଏବ˚ ୩୮ତମ ସ୍ତମ୍ଭ ଉପରେ ପ୍ରଥମ ଅତିକାୟ ‘ସ୍ପାନ୍‌’ ସ୍ଥାପନ କରାଗଲା। କିନ୍ତୁ, ବିଡ଼ମ୍ବନା, ପ୍ରାୟ ସଂପୂର୍ଣ୍ଣ ହୋଇ ସାରିଥିବା ବା˚ଲାଦେଶର ଗୌରବ ଭାବେ ଅଭିହିତ ଏହି ସେତୁ ଆଜି ଭାରତ ଅନୁପ୍ରାଣିତ ପ୍ରକଳ୍ପ ଭାବେ ନୁହେଁ, ବର˚ ଚୀନ ସାହାଯ୍ୟ ପ୍ରାପ୍ତ ଏବ˚ ଚୀନା ହାତରେ ନିର୍ମିତ ଏକ ଅଭିନବ ପ୍ରକଳ୍ପ ଭାବେ ପରିଚିତି ଲାଭ କରିଛି।

‘ଟାଇମ’ ପତ୍ରିକା ଦ୍ବାରା ପ୍ରକାଶିତ ଏକ ଆଲେଖ୍ୟ କହିଥାଏ ଯେ ବା˚ଲାଦେଶ ସହିତ ଭାରତର ଘନିଷ୍ଠତା ସତ୍ତ୍ବେ ଚୀନ ସେଠାରେ ଯେଉଁଭଳି ଅତ୍ୟନ୍ତ ବିପୁଳ ପରିମାଣର ପୁ˚ଜି ବିନିଯୋଗ କରି ଚାଲିଛି, ତା’ ସହିତ ତାଳ ଦେବା ହୁଏ’ତ ଭାରତ ଲାଗି ସମ୍ଭବପର ହୋଇ ନ ପାରେ। ସୁତରା˚, ଏହା ଏବେ ପ୍ରାଞ୍ଜଳ ହୋଇଛି ଯେ ଭାରତର ଏହି କ୍ଷୁଦ୍ର ମିତ୍ର ପ‌େଡ଼ାଶୀକୁ ନିଜ ଅକ୍ତିଆରକୁ ଆଣିବା ଲାଗି ଚୀନ ପକ୍ଷରୁ ବିପୁଳ ଅର୍ଥ ବିନିଯୋଗର ଥୋପ ଫିଙ୍ଗା ଯାଇଛି। ଯେଉଁମାନେ ଅନ୍ୟ ରାଷ୍ଟ୍ର ପ୍ରତି ଚୀନର ଏଭଳି ଅଯାଚିତ ବଦାନ୍ୟତା ଉପରେ ଦୃଷ୍ଟି ରଖିଥାନ୍ତି, ସେମାନଙ୍କୁ ଜଣା କିଭଳି ମିତ୍ରତା ସୃଷ୍ଟି ଆଳରେ ଚୀନ ଏଭଳି ପଦକ୍ଷେପ ଜରିଆରେ ବଶମ୍ବଦ ରାଷ୍ଟ୍ର ସୃଷ୍ଟି କରିବାକୁ ଚାହିଁଥାଏ, ଯାହାର ପ୍ରମାଣ ଭାବେ ଏବେ ଶ୍ରୀଲଙ୍କା, ପାକିସ୍ତାନ ଏବ˚ ଏପରିକି ନେପାଳ ବିଦ୍ୟମାନ। ଗତ କାଲି ବା˚ଲାଦେଶ ଉଦ୍ଭବର ସୁବର୍ଣ୍ଣ ଜୟନ୍ତୀ ପାଳନ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓ ଶେଖ ହସିନାଙ୍କ ମଧୢରେ ଏକ ଆଲୋଚନା ସମାପ୍ତ ହୋଇଛି। ଏହି ଆଲୋଚନାରେ ଉଭୟ ରାଷ୍ଟ୍ର ମଧୢରେ ସଡ଼କ, ରେଳ ଓ ଆକାଶ ମାର୍ଗରେ ସାମଗ୍ରୀ ତଥା ନାଗରିକ ଚଳାଚଳର ସମ୍ଭାବନାକୁ ଅତ୍ୟନ୍ତ ପ୍ରଶସ୍ତ କରାଯାଇଛି। ସେଥି ଲାଗି ଭାରତ ପକ୍ଷରୁ ବା˚ଲାଦେଶରେ ଅନେକ ଭିତ୍ତିଭୂମିଗତ ବିକାଶ କରାଯିବ, ଯାହା ଏହି ଦୁଇ ଦେଶ ମଧୢରେ ସ˚ପର୍କର ଏକ ନୂତନ ଅଧୢାୟ ସୃଷ୍ଟି କରିବ ବୋଲି ଆଶା ପ୍ରକାଶ କରାଯାଉଛି। କିନ୍ତୁ ଏହା ମଧୢ ସତ ଯେ ‘ବେଲ୍‌ଟ ରୋଡ୍‌’ ପ୍ରକଳ୍ପ ସ˚ଦର୍ଭରେ ହସିନା ଚୀନ ସହିତ ମଧୢ ରହିବାକୁ ଆଗ୍ରହୀ, ଯେଉଁ ଚୀନ ସ୍ବାଧୀନ ବା˚ଲାଦେଶକୁ ୧୯୭୧ରେ ସ୍ବୀକୃତି ପ୍ରଦାନ କରି ନ ଥିଲା ଏବ˚ ତାର ଜାତିସ˚ଘରେ ପ୍ରବେଶ ଉଦ୍ୟମକୁ ଭିଟୋ ଦ୍ବାରା ଖାରଜ କରି ଦେଇଥିଲା।

ଏହି ପରିପ୍ରେକ୍ଷୀରେ କୁହାଯାଇଥାଏ ଯେ ଶେଖ ହସିନା ଜଣେ ଅତ୍ୟନ୍ତ ବାସ୍ତବତାବାଦୀ ନେତ୍ରୀ, ଯିଏ ପରିସ୍ଥିତି ଅନୁଯାୟୀ ପଦକ୍ଷେପ ନେବାକୁ ଆଗ୍ରହୀ। ଏହାର ପ୍ରମାଣ ମଧୢ ଏବେ ଦେଖିବାକୁ ମିଳିଛି, ଯେତେବେଳେ ଚୀନର ବଦାନ୍ୟତା ସତ୍ତ୍ବେ ବା˚ଲାଦେଶ ପକ୍ଷରୁ ଚୀନ ଦ୍ବାରା ବିକଶିତ କରୋନା ପ୍ରତିଷେଧକକୁ ଗ୍ରହଣ କରିବାକୁ ସିଧାସଳଖ ପ୍ରତ୍ୟାଖ୍ୟାନ କରାଯାଇ ଭାରତର ସେରମ ଇନ୍‌ଷ୍ଟିଚ୍ୟୁଟ୍‌ ଦ୍ବାରା ପ୍ରସ୍ତୁତ ଟିକା କିଣିବା ଲାଗି ସମ୍ମତି ପ୍ରଦାନ କରାଯାଇଛି। ଏଥିରୁ ଏକ ଆଶା ସ˚ଚାର ହୋଇଛି ଯେ ହୁଏ’ତ ଚୀନର ‘ଅକ୍ଟୋପସୀୟ ପାଶ’କୁ ହୁଗୁଳା କରି ବା˚ଲାଦେଶକୁ ପୁଣି ନିଜ ପକ୍ଷକୁ ଫେରାଇ ଆଣିବା ଭାରତ ପକ୍ଷରେ ସମ୍ଭବପର ହୋଇପାରେ। କିନ୍ତୁ ଯେଉଁମାନେ ଚୀନର ସାମ୍ରାଜ୍ୟବାଦୀ ଜାନ୍ତବ କ୍ଷୁଧାର ଚରିତ୍ରକୁ ବୁଝନ୍ତି ସେମାନେ ଜାଣନ୍ତି କୌଣସି ରାଷ୍ଟ୍ରକୁ ଉଦରସାତ୍‌ କରିବା ଲାଗି ଚୀନ ବୁଢ଼ିଆଣୀସୁଲଭ ଧୈର୍ଯ୍ୟ ପ୍ରଦର୍ଶନ କରିପାରେ। ସୁଦୂର ୟୁରୋପୀୟ ରାଷ୍ଟ୍ର ଇଟାଲି ଏହା ଏବେ ହୃଦୟଙ୍ଗମ କରିସାରିଛି। ବା˚ଲାଦେଶ ତାହା ଯେତେ ଶୀଘ୍ର ବୁଝିବ, ତାହା ସେହି ରାଷ୍ଟ୍ର ଲାଗି ସେତେ ଅନୁକୂଳ।

ସମ୍ବନ୍ଧିତ ଖବର