ଲଜ୍ଜା

ଏହା ସତ ଯେ ଯୁଦ୍ଧ ବା ଭିଡ଼-ହି˚ସା ସ˚ଘଟିତ ହେଉଥିବା ସ୍ଥାନରେ ବିବେକଶୂନ୍ୟତା ହିଁ ରାଜୁତି କରିଥାଏ। କିନ୍ତୁ ଅଧିକ ଦୁଃଖଦାୟକ ହେଲା ଏଭଳି ଘଟଣା ଠାରୁ କିଛି ଦୂରରେ ନିଜ ନିଜ ଘରର ବୈଠକ ଖାନାର ବାତାନୁକୂଳିତ ସ୍ବାଚ୍ଛନ୍ଦ୍ୟ ମଧୢରେ ରହିଥିବା ଅଗଣିତ ସଚେତନ ଭାରତୀୟ ମଣିପୁର ସ˚ଦର୍ଭରେ ସବୁ କିଛି ଜାଣି ସୁଦ୍ଧା ଏକ ଭିଡିଓର ଆବିର୍ଭାବ ନ ହେବା ପର୍ଯ୍ୟନ୍ତ ବୀତସ୍ଫୃହ ଓ ନିରବ ରହିଥିଲେ; ଯାହା ମଧୢ ଏକ ପ୍ରକାର ବିବେକଶୂନ୍ୟତା ଏବ˚ ପ୍ରମତ୍ତ ଭିଡ଼ର ବିବେକହୀନତା ଠାରୁ ଅଧିକ ଭୟଙ୍କର, ବିପଜ୍ଜନକ ଏବ˚ ଲଜ୍ଜାଜନକ!

ଗଲା ଗୁରୁବାର ଦିନ ଅତ୍ୟନ୍ତ ବିଚଳିତ କଲା ଭଳି ଏକ ଭିଡିଓ ହଠାତ୍‌ ଭାଇରାଲ ହୋଇ ସମଗ୍ର ଦେଶକୁ ଗଭୀର ଭାବେ ମ୍ରିୟମାଣ କରି ପକାଇଛି। ମଇ ମାସ ୪ ତାରିଖ ଅପରାହ୍‌ଣରେ ଭାରତର ଉତ୍ତର-ପୂର୍ବୀୟ ରାଜ୍ୟ ମଣିପୁରରେ ଏହି ଅକଳ୍ପନୀୟ ମର୍ମ-ବିଦାରକ ଘଟଣାଟି ଘଟିଥିଲା, ଯହିଁରେ ଦେଖିବାକୁ ମିଳିଥିଲା କିଭଳି ପ୍ରାୟ ଏକ ହଜାର ସରିକି ହି˚ସ୍ର ଜନତାଙ୍କ ଏକ ଭିଡ଼ ଦୁଇ ଜଣ ମହିଳାଙ୍କୁ ସ˚ପୂର୍ଣ୍ଣ ନିର୍ବସ୍ତ୍ର କରି ସଡ଼କରେ ଚଲାଇ ନେଉଥିବା ସମୟରେ ବିଭିନ୍ନ ପ୍ରକାର ଶାରୀରିକ ଯାତନା ଦେବାରେ ବ୍ୟସ୍ତ! ପ୍ରକାଶ ଥାଉ କି ଗଲା ମଇ ମାସ ୩ ତାରିଖରୁ ଅର୍ଥାତ୍‌ ଦୁଇ ମାସରୁ ଅଧିକ କାଳ ଧରି ମଣିପୁରକୁ ଦହନ କରି ଚାଲିଥିବା ଏକ ଗୃହଯୁଦ୍ଧ ତୁଲ୍ୟ ପରିସ୍ଥିତିର ପୃଷ୍ଠଭୂମିରେ ଘଟଣାଟି ଘଟିଛି, ଯେଉଁଠି ସ˚ଖ୍ୟାଗରିଷ୍ଠ ‘ମୈତେଇ’ ଗୋଷ୍ଠୀ ଏବ˚ ଜନଜାତି ‘କୁକି’ ଗୋଷ୍ଠୀ ଉଭୟ ପରସ୍ପରର ଘାତକ ନିର୍ଯାତକ ଏବ˚ ପରସ୍ପର ଦ୍ବାରା ନିଃସହାୟ ପୀଡ଼ିତ ରୂପରେ ଦେଖିବାକୁ ମିଳିଥାଆନ୍ତି। ତେବେ, ଏହି ପରିପ୍ରେକ୍ଷୀରେ ଆଲୋଚ୍ୟ ଭିଡିଓ ଠାରୁ ଯାହା ଅଧିକ ବିବ୍ରତକର, ତାହା ହେଲା ଏହି ଭିଡିଓର ଆବିର୍ଭାବ ଅବଶିଷ୍ଟ ଭାରତର ଆଖିରୁ ଏଭଳି ତନ୍ଦ୍ରା ହରଣ କରି ନେଇଛି, ଲାଗୁଛି ସତେ ଯେମିତି ମଣିପୁର ଶାନ୍ତ ଓ ସ୍ଥିିର ଥିବା ବେଳେ ଅଗତ୍ୟା ଏଭଳି ଘଟଣାଟିଏ ଘଟିଯାଇ ସମସ୍ତଙ୍କୁ ଚମକାଇ ଦେଇଛି! ସୁତରା˚, ଏହା ପ୍ରକାରାନ୍ତରେ ଆମ ଭଳି ଭାରତୀୟମାନଙ୍କ ଠାରେ ଭରି ରହିଥିବା ସାମୂହିକ ନିର୍ବେଦତା, ଗଣ ଉଦାସୀନତା ଏବ˚ ସମ୍ବେଦନଶୂନ୍ୟତାକୁ ସ୍ପଷ୍ଟ କରି ଦେଇଥାଏ, ଯାହା କମ୍‌ ଲଜ୍ଜାଜନକ ନୁହେଁ!
ଉଲ୍ଲେଖଯୋଗ୍ୟ ଯେ ଭିଡିଓଟି ଭାଇରାଲ ହୋଇ ମାନ୍ୟବର ସର୍ବୋଚ୍ଚ ଅଦାଲତଙ୍କ ଦୃଷ୍ଟି ଆକର୍ଷଣ କରିବା ଏବ˚ ଅଦାଲତଙ୍କ ଦ୍ବାରା ତୁରନ୍ତ କାର୍ଯ୍ୟାନୁଷ୍ଠାନ ସକାଶେ କେନ୍ଦ୍ର ସରକାରଙ୍କୁ ତାଗିଦା କରାଯିବା ଭଳି ଘଟଣା ଘଟି ନ ଥିଲେ ଏଭଳି ଏକ ଅତ୍ୟନ୍ତ ବିସ୍ଫୋରକ ବ୍ୟାପାରରେ ଅଚଳ ମେରୁ ତୁଲ୍ୟ ନିରବତା ଧାରଣ କରିଥିବା ପ୍ରଧାନମନ୍ତ୍ରୀ ସମ୍ଭବତଃ ମୌନତା ଭଙ୍ଗ କରି ନ ଥାଆନ୍ତେ କି ମଣିପୁରର ଏହି ଘଟଣା ସ˚ପର୍କରେ ୩୬ ସେକେଣ୍ତ ବିଶିଷ୍ଟ ଏକ କ୍ଷୁଦ୍ର ମନ୍ତବ୍ୟଟିଏ ଦେବାକୁ ବାଧୢ ହୋଇ ନ ଥାଆନ୍ତେ! ତେବେ ଅସ˚ଗତିଟି ହେଲା, ତାଙ୍କ ବକ୍ତବ୍ୟରେ ପ୍ରଧାନମନ୍ତ୍ରୀ ଶ˚ସିତ ଘଟଣା ସମ୍ବନ୍ଧରେ ଗଭୀର ଦୁଃଖ ପ୍ରକଟ କରିବା ସହିତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ତବିଧାନର ପ୍ରତିଶ୍ରୁତି ଦେଇଥିବା ବେଳେ ସମ ଶ୍ବାସରେ ଛତିଶଗଡ଼ ଏବ˚ ରାଜସ୍ଥାନରେ ମହିଳାଙ୍କ ଉପରେ ହୋଇଥିବା ନିର୍ଯାତନାର ଉଲ୍ଲେଖ କରିଛନ୍ତି, ଯହିଁରୁ ଅଗତ୍ୟା ଏକ କ୍ଷୁଦ୍ର ମନର ପରିଚୟ ମଧ୍ୟ ମିଳିଥାଏ; କାରଣ ମଣିପୁରର ବିଜେପି ସରକାରକୁ ଘଣ୍ଟ ଘୋଡ଼ାଇବା ଲାଗି ସେ କ˚ଗ୍ରେସ ଶାସିତ ଛତିଶଗଡ଼ ଏବ˚ ରାଜସ୍ଥାନର ଦୃଷ୍ଟାନ୍ତ ପ୍ରଦାନ କରିଛନ୍ତି ଏବଂ ଏଭଳି ସ୍ପର୍ଶକାତର ପ୍ରସଙ୍ଗରେ ମଧ୍ୟ ରାଜନୈତିକ ସଂକୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଉଠି ପାରି ନାହାନ୍ତି। ଏକ ବାସ୍ତବତା ହେଲା, ମଣିପୁର ପରିସ୍ଥିତି ସହିତ ଛତିଶଗଡ଼ ବା ରାଜସ୍ଥାନ କୌଣସି ଦୃଷ୍ଟିରୁ ଆଦୌ ତୁଳନୀୟ ନୁହେଁ। ଏହା ମଧ୍ୟ ଅତ୍ୟନ୍ତ ସ୍ବାଭାବିକ ଯେ କେନ୍ଦ୍ର ମହିଳା ବିକାଶ ଏବ˚ ଶିଶୁ କଲ୍ୟାଣ ବିଭାଗର ମନ୍ତ୍ରୀ ସ୍ମୃତି ଇରାନୀ ତାଙ୍କ ଟ୍ବିଟ୍‌ରେ ମଣିପୁର ଘଟଣା ପରିପ୍ରେକ୍ଷୀରେ ପ୍ରଧାନମନ୍ତ୍ରୀଙ୍କ ମନ୍ତବ୍ୟକୁ ସସମ୍ମାନ ଉଦ୍ଧାର କରିଛନ୍ତି। କିନ୍ତୁ ତା’ ସହିତ କ୍ଷୁଦ୍ରମନାଙ୍କ ତାଲିକାରେ ନିଜକୁ ଯୋଡ଼ି ଦେଇଛନ୍ତି। ପ୍ରକାଶ ଥାଉ କି ନିକଟରେ ମଣିପୁର ଗସ୍ତ କରିଥିବା କ˚ଗ୍ରେସ ନେତା ରାହୁଳ ଗାନ୍ଧୀଙ୍କୁ ସ୍ମୃତି ଇରାନୀ ଏବ˚ ତାଙ୍କ ସତୀର୍ଥଙ୍କ କଟାକ୍ଷର ଶରବ୍ୟ ହେବାକୁ ପଡ଼ିଛି; ନଚେତ୍‌ ମଣିପୁର ବ୍ୟାପାରରେ ଏ ଯାବତ୍‌ ପ୍ରଧାନମନ୍ତ୍ରୀଙ୍କ ସମେତ ଏହି ତୁଙ୍ଗ ବିଜେପି ନେତାଗଣ ପ୍ରାୟ ନିରନ୍ଧ୍ର ନିରବତା ହିଁ ଅବଲମ୍ବନ କରି ଆସିଛନ୍ତି। ତେଣୁ ବିଡ଼ମ୍ବନାଟି ହେଲା ସେହି ନିରବତାର ଭଙ୍ଗ ଏଭଳି ଅରୁଚିକର, ଅନୁଦାର ଏବଂ ଅପରିଣାମଦର୍ଶୀ ମନ୍ତବ୍ୟଗୁଡ଼ିକ ସହିତ ଘଟିଛି!
ଉଲ୍ଲେଖଯୋଗ୍ୟ ଯେ ଗଲା ମଇ ୩ ତାରିଖରେ ସାମାଜିକ ଗଣମାଧୢମରେ ପ୍ରସାରିତ ହୋଇଥିବା ଏକ ମିଥ୍ୟା ସମ୍ବାଦର ପ୍ରତିକ୍ରିୟାରେ ତା’ ପର ଦିନ ହିଁ ଉପରୋକ୍ତ ଘଟଣା ଘଟିଥିଲା ଏବ˚ ଅବଲୀଳା କ୍ରମେ ଦ୍ରୁତ ଗତିରେ ସମଗ୍ର ମଣିପୁର ଗୋଷ୍ଠୀଗତ ଦଙ୍ଗା ଏବ˚ କ୍ରମେ ଏକ ପ୍ରକାର ଗୃହଯୁଦ୍ଧ ମଧୢକୁ ନିକ୍ଷେପିତ ହୋଇଯାଇଥିଲା। ଏକ ଦୃଢ଼ ଧାରଣା ପ୍ରକାଶ ପାଇଥାଏ ଯେ ‘ମୈତେଇ’ ଗୋଷ୍ଠୀର ସଦସ୍ୟ ଭାବେ ମଣିପୁରର ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସି˚ହଙ୍କ ପ୍ରଚ୍ଛନ୍ନ ପ୍ରୋତ୍ସାହନରେ ଏହି ହି˚ସା ବଳବତ୍ତର ଥିବାରୁ ଏହାକୁ ନିୟନ୍ତ୍ରଣ କରିବା କଷ୍ଟସାଧୢ ହୋଇପଡ଼ିଛି। ଏହି ପରିପ୍ରେକ୍ଷୀରେ ଶ˚ସିତ ଘଟଣାକୁ ନେଇ ‘ଇଣ୍ତିଆ ଟୁଡେ’କୁ ମୁଖ୍ୟମନ୍ତ୍ରୀ ବୀରେନ୍ଦ୍ର ସି˚ହ ପ୍ରଦାନ କରିଥିବା ସାକ୍ଷାତକାରରେ ଯାହା ଶୁଣିବାକୁ ମିଳିଥାଏ, ତାହା ହେଲା ଏଭଳି ଘଟଣା ମଣିପୁରରେ ଅନେକ ଘଟୁଛି, ଯେଉଁଥି ଲାଗି ସେଠାରେ ଇଣ୍ଟରନେଟ୍‌ ସେବା ଅଚଳ କରି ଦିଆଯାଇଛି। ଏହା ସ୍ବାଭାବିକ ଯେ ଏଭଳି ଏକ ନିଃସ୍ପୃହ ଉତ୍ତରରେ ମୁଖ୍ୟମନ୍ତ୍ରୀଙ୍କୁ ନେଇ ଗଢ଼ି ଉଠିଥିବା ଧାରଣାଟି ଅଧିକ ଦୃଢ଼ ହୋଇଥାଏ। ଇତିମଧୢରେ ଏକ ଶରଣାର୍ଥୀ ଶିବିରରେ ଆଶ୍ରୟ ନେଇଥିବା ଏହି ପୀଡ଼ିତା ମହିଳା ଦ୍ବୟଙ୍କ ମଧୢରୁ ଜଣେ ଗଣମାଧୢମ ସମକ୍ଷରେ ପ୍ରକାଶ କରିଛନ୍ତି ଯେ ପୁଲିସ ଉପସ୍ଥିତିରେ ହିଁ ସେମାନେ ଏଭଳି ବର୍ବରୋଚିତ ଆକ୍ରମଣ ସହ୍ୟ କରିଥିଲେ ଏବ˚ ସେଠାରେ ସେମାନଙ୍କ ସମ୍ମୁଖରେ ତାଙ୍କ ପରିବାରର ଦୁଇ ଜଣ ପୁରୁଷ ସଦସ୍ୟଙ୍କୁ ହତ୍ୟା ମଧୢ କରାଯାଇଥିଲା। ପୁଲିସ ଉପସ୍ଥିତିରେ ଏଭଳି ଘଟିବା ଏବ˚ ଏହାର ସାତ ଦିନ ପରେ ଏକ ‘ଜିରୋ ଏଫ୍‌.ଆଇ.ଆର‌୍‌.’ ଦାଖଲ ହୋଇଥିବା ସତ୍ତ୍ବେ ଏହି ଘଟଣାରେ କେହି ଜଣେ ହେଲେ ସୁଦ୍ଧା ଗିରଫ ନ ହେବା (ଭିଡିଓ ଭାଇରାଲ ହେବା ପରେ ଜଣେ ମାତ୍ର ଅଭିଯୁକ୍ତକୁ ଗିରଫ କରାଯାଇଛି) ରାଜ୍ୟ ସରକାରଙ୍କ ଅପାରଗତା ଏବ˚ ସେହି କାରଣରୁ ତା’ର ବହିଷ୍କାରଯୋଗ୍ୟତାକୁ ସ୍ପଷ୍ଟ କରିଥାଏ। କିନ୍ତୁ ବିଡ଼ମ୍ବନା ହେଲା, ଦଳୀୟ ସ˚କୀର୍ଣ୍ଣତାରୁ ଊର୍ଦ୍ଧ୍ବକୁ ଉଠିବାରେ କେନ୍ଦ୍ର ସରକାରଙ୍କ ଅକ୍ଷମତା ମଣିପୁରକୁ ଏକ ବାରୁଦ ଗଦାର କବଳିତ କରି ରଖିଛି।
ପ୍ରକାଶ ଥାଉ କି ଭାରତର ଅଧିକା˚ଶ ମୁଖ୍ୟସ୍ରୋତୀୟ ଗଣମାଧୢମ ‘କୋଳାଶ୍ରିତ’ ହେବାର କୃତଜ୍ଞତା ପ୍ରଦର୍ଶନ କରି ମଣିପୁର ହି˚ସା ଓ ତାକୁ ରୋକିବା ନେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବୀତସ୍ଫୃହତାକୁ ଅତ୍ୟନ୍ତ ଗୌଣତାର ସହ ପ୍ରକାଶ କରି ଚାଲିଛନ୍ତି। କିନ୍ତୁ, ଏହାର ବିପରୀତରେ ଯାଇ ମୁଷ୍ଟିମେୟ କେତେକ ଖବରକାଗଜ ଏବ˚ ସାମାଜିକ ଗଣମାଧୢମ ମଞ୍ଚରେ ସକ୍ରିୟ କିଛି ନ୍ୟୁଜ୍‌ ଚ୍ୟାନେଲ ଅବିରତ ଭାବେ ମଣିପୁର ବାସ୍ତବତାର ନଗ୍ନ ଚିତ୍ର ମଧୢ ପ୍ରଦାନ କରିବାରେ ଲାଗିଛନ୍ତି। ଏହି ମର୍ମରେ ଗଲା ଜୁଲାଇ ୧୨ ତାରିଖରେ ‘ଦ ପ୍ରିଣ୍ଟ’ରେ ପ୍ରକାଶିତ ଏକ ସମ୍ବାଦ ପ୍ରଣିଧାନଯୋଗ୍ୟ, ଯହିଁରେ ଦୁଇ ତରୁଣ ସାମ୍ବାଦିକା ଅନନ୍ୟା ଭରଦ୍ବାଜ ଏବ˚ ସୋନାଲ ମାଥାରୁ ଉପରୋକ୍ତ ମହିଳା ଦ୍ବୟଙ୍କ ସମେତ ଅନ୍ୟ ପୀଡ଼ିତାମାନଙ୍କୁ ଭେଟି ସେମାନଙ୍କ ଦାରୁଣ ଯାତନାର କାହାଣୀ ପ୍ରଥମେ ପ୍ରକାଶ କରିଥିଲେ, ଯାହାର ଏକ ସପ୍ତାହ ପରେ ଯାଇ ଏହି ଭିଡିଓଟି ଆତ୍ମପ୍ରକାଶ କରିଛି। ଇଣ୍ଟରନେଟ୍‌ ସେବା ରହିତ ଏକ ହି˚ସା ଜର୍ଜର ରାଜ୍ୟରେ କୋଣ ଅନୁକୋଣକୁ ଯାଇ ସମ୍ବାଦ ସ˚ଗ୍ରହ କରି ତାକୁ ପ୍ରକାଶ କରିବାରେ ସେମାନେ ଓ ତାଙ୍କ ଅନ୍ୟାନ୍ୟ ସତୀର୍ଥମାନେ ଯେଉଁ ଅସାଧାରଣ ସାହସ ଓ କର୍ତ୍ତବ୍ୟ ନିଷ୍ଠା ପ୍ରଦର୍ଶନ କରିଛନ୍ତି, ତାହା ଏହି ସମ୍ବାଦକୁ ପାଠ କରିଥିବା ଅସ˚ଖ୍ୟ ବୁଦ୍ଧିଜୀବୀ ଏବ˚ ସଚେତନ ବିଦ୍ବାନଙ୍କ ବୀତସ୍ଫୃହତା କାରଣରୁ ନିରର୍ଥକ ହୋଇଯାଇଛି। ତାହା ହୋଇ ନ ଥିଲେ ଜୁଲାଇ ୧୨ରେ ଏହି ସମ୍ବାଦ ପ୍ରକାଶିତ ହେବା ମାତ୍ରକେ ଅନ୍ତତଃ ଏକ ମୃଦୁ ଆଲୋଡ଼ନ ତ ସୃଷ୍ଟି କରି ଥାଆନ୍ତା!
ଏହି ସ˚ଦର୍ଭରେ ଯୁକ୍ତି କରାଯାଇପାରେ କି ଏକ ଫଟୋ ବା ଭିଡିଓର ପ୍ରଭାବ ଏକ ଲେଖା ଠାରୁ ସର୍ବଦା ଅଧିକ ପ୍ରଭାବଶାଳୀ ହୋଇଥାଏ। ଏହା ଅବଶ୍ୟ ଅନେକା˚ଶରେ ସତ! ଦୀର୍ଘ କାଳ ଧରି ଚାଲି ଆସିଥିବା ଭିଏତ୍‌ନାମ ଯୁଦ୍ଧ ସେହି ଗୋଟିଏ ଫଟୋଗ୍ରାଫ୍‌ ପ୍ରକାଶିତ ହେବା ପରେ ବନ୍ଦ ହୋଇଯାଇ ନଥିଲା କି, ଯହିଁରେ ‘ନାପାମ୍‌’ ବୋମା ଦ୍ବାରା ବିଧ୍ବସ୍ତ ଓ ଅଗ୍ନି ଗର୍ଭସ୍ଥ ଏକ ଗାଁର ପୃଷ୍ଠଭୂମିରେ କ୍ରନ୍ଦନରତା ଏବ˚ ବିକଳ ଭାବେ ଦୌଡୁଥିବା ଏକ ଉଲଗ୍ନ ଶିଶୁ କନ୍ୟାର ଚିତ୍ର ଦେଖିବାକୁ ମିଳିଥିଲା? ତେଣୁ, ଏବେ ଭାଇରାଲ ହୋଇଥିବା ଭିଡିଓଟି ମଧୢ ପ୍ରାୟ ସମତୁଲ ଭାବେ ସାମୂହିକ ବିବେକ ଦ˚ଶନର କାରଣ ହୋଇଛି! ଏହା ସତ ଯେ ଯୁଦ୍ଧ ବା ଭିଡ଼-ହି˚ସା ସ˚ଘଟିତ ହେଉଥିବା ସ୍ଥାନରେ ବିବେକଶୂନ୍ୟତା ହିଁ ରାଜୁତି କରିଥାଏ। କିନ୍ତୁ ଅଧିକ ଦୁଃଖଦାୟକ ହେଲା ଏଭଳି ଘଟଣା ଠାରୁ କିଛି ଦୂରରେ ନିଜ ନିଜ ଘରର ବୈଠକ ଖାନାର ବାତାନୁକୂଳିତ ସ୍ବାଚ୍ଛନ୍ଦ୍ୟ ମଧୢରେ ରହିଥିବା ଅଗଣିତ ସଚେତନ ଭାରତୀୟ ମଣିପୁର ସ˚ଦର୍ଭରେ ସବୁ କିଛି ଜାଣି ସୁଦ୍ଧା ଏକ ଭିଡିଓର ଆବିର୍ଭାବ ନ ହେବା ପର୍ଯ୍ୟନ୍ତ ବୀତସ୍ଫୃହ ଓ ନିରବ ରହିଥିଲେ; ଯାହା ମଧୢ ଏକ ପ୍ରକାର ବିବେକଶୂନ୍ୟତା ଏବ˚ ପ୍ରମତ୍ତ ଭିଡ଼ର ବିବେକହୀନତା ଠାରୁ ଅଧିକ ଭୟଙ୍କର, ବିପଜ୍ଜନକ ଏବ˚ ଲଜ୍ଜାଜନକ!

ସମ୍ବନ୍ଧିତ ଖବର