କଟକର ଜଣେ ଭଦ୍ରବ୍ୟକ୍ତି ଫ୍ଲାଟ୍ କିଣିଲେ। ଫ୍ଲାଟ୍ର ମୂଲ୍ୟ ୪୩ ଲକ୍ଷ ଟଙ୍କା। କିନ୍ତୁ ସବ୍ରେଜିଷ୍ଟର ସେହି ମୂଲ୍ୟକୁ ଗ୍ରହଣ କଲେ ନାହିଁ। ସେ ସେଥିରେ ୧୨% ଜିଏସ୍ଟି ମିଶାଇଲେ ଏବ˚ ତା’ ଉପରେ ଷ୍ଟାମ୍ପ୍ଡ୍ୟୁଟି ଏବ˚ କୋର୍ଟ ଫିସ୍ ଆଦାୟ କଲେ। ସେହି ଭଦ୍ରବ୍ୟକ୍ତି ଜିଏସ୍ଟି ଆଦାୟ ବିରୋଧରେ ପ୍ରତିବାଦ କରି ରାଜସ୍ବ ବିଭାଗକୁ ଲେଖିଛନ୍ତି।
ଜିଏସ୍ଟି ବା ଦ୍ରବ୍ୟ ଓ ସେବାକର ଫ୍ଲାଟ୍, ଜମି ବା କୋଠାବାଡ଼ି ବିକ୍ରି ବା ଯୋଗାଣ ଉପରେ ନାହିଁ। ଦ୍ରବ୍ୟ ବା ସେବାର ଯୋଗାଣ ଉପରେ ଜିଏସ୍ଟି ଆଦାୟ ହୁଏ। ଦ୍ରବ୍ୟ ଓ ସେବାକର ଅଧିନିୟମର ଧାରା ୨, ଖଣ୍ତ (୫୨) ଅନୁସାରେ ଦ୍ରବ୍ୟ ଅର୍ଥ ଯେ କୌଣସି ଅସ୍ଥାବର ସ˚ପତ୍ତି (Movable Property)। ଅର୍ଥାତ୍ ଆଇନ ଅନୁସାରେ ସ୍ଥାବର ସ˚ପତ୍ତି (Immovable Property) ଦ୍ରବ୍ୟ ଅନ୍ତର୍ଭୁକ୍ତ ନୁହେଁ। ସେମିତି ଫ୍ଲାଟ୍ ବା କୋଠାବାଡ଼ି ବିକ୍ରି ସେବା ଅନ୍ତର୍ଭୁକ୍ତ ମଧୢ ନୁହେଁ। ଦ୍ରବ୍ୟ ଓ ସେବାକର ଅଧିନିୟମର ଦ୍ବିତୀୟ ଅନୁସୂଚିର ଖଣ୍ତ ୫ (ଖ) ଅନୁସାରେ ଯଦି ନିର୍ମାଣ ହେବା କିମ୍ବା ସ˚ପୂର୍ଣ୍ଣ ହେବା ପୂର୍ବରୁ ଗୃହ ନିର୍ମାଣକାରୀ ବ୍ୟକ୍ତି ବା ସ˚ସ୍ଥା ସହିତ ଫ୍ଲାଟ୍ ବା କୋଠାବାଡ଼ି କିଣିବାକୁ ଚୁକ୍ତି ହୋଇଥାଏ, ତେବେ ଜିଏସ୍ଟି ଲାଗୁ ହେବ। କିନ୍ତୁ ନିର୍ମାଣ ସମାପ୍ତି ପରେ ଗୃହ ନିର୍ମାଣକାରୀ ବ୍ୟକ୍ତି ବା ସ˚ସ୍ଥା ସମାପ୍ତି ପ୍ରମାଣପତ୍ର ହାସଲ କରିସାରିଲା ପରେ କିମ୍ବା ସେହି କୋଠା ବା ଆପାର୍ଟମେଣ୍ଟରେ କେହି ରହୁଥିଲେ, ଯଦି ବିକ୍ରି ହୁଏ, ତେବେ ଜିଏସ୍ଟି ଲାଗୁ ହେବ ନାହିଁ।
ଗୃହନିର୍ମାଣକାରୀ ବ୍ୟକ୍ତି ଅନେକ ସମୟରେ ଘର ବା ଫ୍ଲାଟ୍ ତିଆରି କରିବା ପୂର୍ବରୁ କିମ୍ବା ନିର୍ମାଣ ଚାଲିଥିବା ବେଳେ ବିକ୍ରି ପାଇଁ ବିଜ୍ଞାପନ ଦେଇଥାନ୍ତି ଏବ˚ ଗ୍ରାହକ ସେମାନଙ୍କ ଠାରୁ କିଣିବାକୁ ଆଗରୁ ଚୁକ୍ତି କରିଥାନ୍ତି ଏବ˚ ଅଗ୍ରିମ କିଛି ଟଙ୍କା ମଧୢ ଦେଇଥାନ୍ତି। ନିର୍ମାଣ ସରିଲା ପରେ ରେଜିଷ୍ଟ୍ରି ହୁଏ। ସେହି କ୍ଷେତ୍ରରେ ଜିଏସ୍ଟି ଲାଗୁ ହେବ। ଯଦି ନିର୍ମାଣ ସରିଲା ପରେ, ସମାପ୍ତି ପ୍ରମାଣପତ୍ର ପାଇଲା ପରେ ବିକ୍ରି ହୁଏ, ତେବେ ତାହା ଅସ୍ଥାବର ସ˚ପତ୍ତି ହୋଇଯାଏ ଏବ˚ ଜିଏସ୍ଟି ଆଦାୟ କରାଯାଇପାରିବ ନାହିଁ। ଉପରୋକ୍ତ କ୍ଷେତ୍ରରେ ଜଣେ ନିଜେ ଫ୍ଲାଟ୍ କିଣି ରହୁଥିଲେ ଏବ˚ କଟକର ସେହି ବ୍ୟକ୍ତିଙ୍କୁ ସେ ସେହି ଫ୍ଲାଟ୍କୁ ବିକ୍ରି କରି ଦେଲେ। ଏହା ଅସ୍ଥାବର ସ˚ପତ୍ତି, ତେଣୁ ଦ୍ରବ୍ୟ ଓ ସେବାକର ଅନ୍ତର୍ଭୁକ୍ତ ନୁହେଁ। ଅସ୍ଥାବର ସମ୍ପତ୍ତି ଉପରେ ଜିଏସ୍ଟି ଆଦାୟ ଅବୈଧ ଓ ନିୟମ ବିରୁଦ୍ଧ। ଏହି ଭଦ୍ରବ୍ୟକ୍ତିଙ୍କ ଠାରୁ ୧୨% ହିସାବରେ ୫ ଲକ୍ଷ ୧୬ ହଜାର ଟଙ୍କା ଏବ˚ ତାହା ଉପରେ ଷ୍ଟାମ୍ପ୍ ଡ୍ୟୁଟି ଓ କୋର୍ଟ ଫିସ୍ ବାବଦକୁ ୩୬ ହଜାର ୧୨୦ ଟଙ୍କା ଅବୈଧ ଭାବେ ଆଦାୟ କରାଯାଇଛି।
ସରକାରୀ ବା ବେସରକାରୀ କର୍ମଚାରୀ କିମ୍ବା ମଧୢବିତ୍ତ ବର୍ଗର ବ୍ୟକ୍ତି ଘର ଖଣ୍ତିଏ କରି ଦେଲେ ଏବ˚ ପୁଅଝିଅ ବାହାଘର କରି ଦେଲେ ତା’ ଜୀବନର ସଞ୍ଚିତ ଧନ ପ୍ରାୟ ସରିଯାଏ। ଚାକିରିଜୀବୀ ତା’ ପେନ୍ସନ୍ରେ ଅବଶିଷ୍ଟ ଜୀବନ ବ˚ଚି ରୁହେ। ତାଙ୍କ ଠାରୁ ଆଇନ ବିରୁଦ୍ଧ ଭାବେ ଟିକସ ଆଦାୟ କରିବା ନିଶ୍ଚିତ ଅନ୍ୟାୟ। ୧୦ ମେ ୨୦୧୯ର ପତ୍ରସ˚ଖ୍ୟା ୧୩୬୫୬ରେ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିବନ୍ଧ ରେଜିଷ୍ଟ୍ରୀକରଣ ମହାନିରୀକ୍ଷକଙ୍କୁ କୋଠାବାଡ଼ି ବିକ୍ରି ସ˚ପର୍କରେ ମୁଖ୍ୟଯନ୍ତ୍ରୀ (କୋଠାବାଡ଼ି)ଙ୍କ ପରାମର୍ଶରେ, କୋଠାବାଡ଼ି ବିକ୍ରିରେ ଅବମୂଲ୍ୟାୟନ ହେଉଥିବାରୁ ଅନ୍ୟାନ୍ୟ ନିର୍ଦ୍ଦେଶ ସହିତ ୧୨% ଜିଏସ୍ଟି ଯୋଗ କରି ମୂଲ୍ୟ ନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହି ନିର୍ଦ୍ଦେଶ ଅବୈଧ ଏବଂ ଦ୍ରବ୍ୟ ଓ ସେବାକର ଆଇନ ବିରୁଦ୍ଧ। ତେଣୁ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଉକ୍ତ ନିର୍ଦ୍ଦେଶକୁ ସ˚ଶୋଧନ କରାଯିବା ଦରକାର ଏବ˚ ୧ ଜୁଲାଇ, ୨୦୧୭ ପରଠୁ ଅର୍ଥାତ୍ ଜିଏସ୍ଟି ପ୍ରଚଳନ ଦିନରୁ ଯେଉଁମାନଙ୍କ ଠାରୁ ଫ୍ଲାଟ୍ ବା କୋଠାବାଡ଼ି ଖରିଦ ଉପରେ ଜିଏସ୍ଟି ଆଦାୟ ହୋଇଛି, ସେମାନଙ୍କୁ ଜିଏସ୍ଟି ପରିମାଣ, ଜିଏସ୍ଟି ପରିମାଣ ଉପରେ ଷ୍ଟାମ୍ପ୍ ଡ୍ୟୁଟି ଓ କୋର୍ଟ ଫିସ୍ ସହିତ ସୁଧ ଫେରସ୍ତ କରାଯାଉ।
ନିର୍ମାଣ ପୂର୍ବରୁ କିମ୍ବା ସମାପ୍ତି ପ୍ରମାଣପତ୍ର ମିଳିବା ପୂର୍ବରୁ ଫ୍ଲାଟ୍ କିମ୍ବା କୋଠା କିଣିବାକୁ ଚୁକ୍ତି ହୋଇଥିଲେ, ନିର୍ମାଣକାରୀ ବ୍ୟକ୍ତି ବା ସ˚ସ୍ଥାକୁ ଜିଏସ୍ଟି ଦେବାକୁ ପଡ଼େ, କିନ୍ତୁ ସେ ଇନ୍ପୁଟ୍ ଯଥା- ସିମେଣ୍ଟ, ଲୁହାଛଡ଼, ବାଲି, ଇଟା, ଗୋଡ଼ି ଇତ୍ୟାଦି ଉପରେ ପୈଠ କରିଥିବା ଟିକସର ଫେରସ୍ତ ବା ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ପାଆନ୍ତି। ଏପରି କ୍ଷେତ୍ରରେ ଯଦି ଫ୍ଲାଟ୍ର ମୂଲ୍ୟ ଜିଏସ୍ଟି ଲାଗୁ ହେବା ପୂର୍ବରୁ ୫୦ ଲକ୍ଷ ଟଙ୍କା ହୋଇଥାଏ, ଯେହେତୁ ନିର୍ମାଣକାରୀ ବ୍ୟକ୍ତି ଜିଏସ୍ଟି ବ୍ୟବସ୍ଥା ଅନୁସାରେ ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ପାଉଛନ୍ତି, ସେ ୫୦ ଲକ୍ଷ ଟଙ୍କାରୁ କମ୍ ମୂଲ୍ୟରେ ଗ୍ରାହକଙ୍କୁ ବିକ୍ରି କରିବା ଉଚିତ। ଯଦି ୩ ଲକ୍ଷ ଟଙ୍କା ଇନ୍ପୁଟ ଟାକ୍ସ କ୍ରେଡିଟ୍ ପାଉଛନ୍ତି, ତେବେ ସେ ଗ୍ରାହକଙ୍କୁ ୪୭ ଲକ୍ଷ ଟଙ୍କାରେ ବିକ୍ରି କରିବା କଥା। ଆପାର୍ଟମେଣ୍ଟ ନିର୍ମାଣ ପୂର୍ବରୁ ଚୁକ୍ତି କରିଥିବା ବ୍ୟକ୍ତି ଫ୍ଲାଟ୍ କିଣି ଯଦି କିଛି ବର୍ଷ ସେହି ଫ୍ଲାଟ୍ରେ ରହି, ବିକ୍ରି କରନ୍ତି (କଟକର ଉପରୋକ୍ତ ଭଦ୍ରବ୍ୟକ୍ତିଙ୍କ କ୍ଷେତ୍ରରେ ହୋଇଛି), ତେବେ ନିର୍ମାଣକାରୀ ବ୍ୟକ୍ତି ବିକ୍ରେତାଙ୍କ ଠାରୁ ଟିକସ ଆଦାୟ କରି ପୈଠ କରିଥିବ। ସେହି ଫ୍ଲାଟ୍ ପୁନଃ ବିକ୍ରି ହେଲା ବେଳେ ଯଦି ସବ୍ରେଜିଷ୍ଟର ମୂଲ୍ୟ ନିର୍ଦ୍ଧାରଣ କରି ଜିଏସ୍ଟି ଆଦାୟ କରନ୍ତି, ତେବେ ସେହି ଫ୍ଲାଟ୍ ଉପରେ ଦୁଇ ଥର ଟିକସ ଆଦାୟ ହେଉଛି; ଇନ୍ପୁଟ୍ ଟାକ୍ସ କ୍ରେଡିଟ୍ ମିଳୁ ନାହିଁ, ଅଥଚ ଟିକସ ଉପରେ ଟିକସ ଆଦାୟ ହେଉଛି, ଯାହା ଜିଏସ୍ଟି ମୂଳନୀତିର ବିରୋଧାଚରଣ କରୁଛି। ଏହା ଜିଏସ୍ଟି ଆଇନ ଅନୁସାରେ ଅବୈଧ ମଧୢ। ଏହି ସବୁ କଥା ବିଚାରକୁ ନେଇ ରାଜସ୍ବ ବିଭାଗ ତୁରନ୍ତ ସ˚ଶୋଧିତ ନିର୍ଦ୍ଦେଶ ଦେବା ଦରକାର ଏବ˚ ଯାହାଙ୍କ ଠାରୁ ଜିଏସ୍ଟି ଲାଗୁ ହେଲା ଦିନରୁ ଆଦାୟ ହୋଇଛି, ତାଙ୍କୁ ତାହା ଫେରସ୍ତ ଦେବା ଆବଶ୍ୟକ।
କେ-୮/୫୪୩, କଳିଙ୍ଗ ବିହାର,
ଘାଟିକିଆ, ଭୁବନେଶ୍ବର
ମୋ: ୯୪୩୭୫୭୮୭୩୩