ନସିରୁଦ୍ଦିନଙ୍କ ଜୋତା

କଥାଟିଏ - ଯାଯାବର

ଥରେ ଗୁରୁ ୟୁଜିକେ କହୁଥିଲେ ଏହି କଥାଟି।

ମୁଲ୍ଲା ନସିରୁଦ୍ଦିନ ପ୍ରତିଦିନ ଛୋଟେଇ ଛୋଟେଇ ଓ ଗୋଡ଼ ଘୋଷାରି ଘୋଷାରି ଚାଲି ଚାଲି ଯାଉଥିବାର ଦେଖାଗଲା। ଜଣେ ତେଣୁ ତାଙ୍କୁ ପଚାରିଲା- ମୁଲ୍ଲା, ତୁମ ଗୋଡ଼ କ’ଣ ଖରାପ ହୋଇଯାଇଛି? ଏମିତି ଚାଲୁଚ କାହିଁକି?

ମୁଲ୍ଲା କହିଲେ- କ’ଣ କହିବି ଜୋତା ହଳେ କିଣିଲି ଯେ ମୋ ପାଦ ମାପ ଠାରୁ ଦୁଇ ନମ୍ବର ଛୋଟ। ଏହାକୁ ପିନ୍ଧି ଚାଲିବା ଯେ କେତେ କଷ୍ଟ ତାହା ତୁମେ ବୁଝିପାରିବ ନାହିଁ। ପୁଣି ଏହା ଦ୍ବାରା ମୋ ପାଦରେ ଫୋଟକା ହୋଇ ଯାଇଛି। ତେଣୁ ଏମିତି ଚାଲିବାକୁ ହେଉଛି।

ଏହା ଶୁଣି ସେହି ଲୋକ କହିଲା- ତୁମେ ବଡ଼ ଅଜବ ‌େଲାକ ମୁଲ୍ଲା। ଏମିତି ଜୋତା କିଏ ପିନ୍ଧେ? ତୁମେ ତାକୁ ଫୋପାଡ଼ି ଦେଉନାହଁ କାହିଁକି?

ମୁଲ୍ଲା ନସିରୁଦ୍ଦିନ କହିଲେ- ମୁଁ ଜାଣିଥିଲି ତୁମ ଭଳି ଗଧ ମୋତେ ସେହି କଥା ହିଁ କହିବ। ଆରେ ବାବୁ, ତୁମେ କାହିଁକି ‌େମା ଠାରୁ ମୋ ସୁଖ ଟିକକ ଛଡ଼ାଇ ନେବାକୁ ବସିଛ? ତୁମେ ବୁଝି ପାରିବ ନାହିଁ ମୁଁ ଯେତେବେଳେ ଘରକୁ ଫେରି ଏ ଜୋତା ଦୁଇଟିକୁ ପାଦରୁ ବାହାର କରେ, ମୋତେ କିଭଳି ଆରାମ ଓ ଆନନ୍ଦ ମିଳେ। ମୋ ଜୀବନରେ ଆଉ କେଉଁ ସୁଖ ଅଛି କି? ସଂଧ୍ୟାରେ ସେଇ ପାଞ୍ଚ ମିନିଟ୍ ଆରାମ ପାଇବି ବୋଲି ତ ଏ‌ଇ ଜୋତା ହଳକ ପିନ୍ଧୁଛି।

ଏହା କହି ସାରି ଗୁରୁ ୟୁଜିକେ କହିଲେ- ନିରନ୍ତର ସୁଖ ଭୋଗ କରୁଥିବା ଲୋକର ସୁଖାନୁଭୂତି ଠାରୁ ଦୁଃଖକଷ୍ଟରେ ରହୁଥିବା ଲୋକର ସୁଖାନୁଭୂତି କାହିଁକି ଅଧିକ ତୀବ୍ର ବୁଝି ହେଲାଟି?

ସମ୍ବନ୍ଧିତ ଖବର