ଥରେ ଗୋଟିଏ ବଡ଼ ତାଲାର ଚାବି ହଜିଗଲା। ତାକୁ ଖୋଲାଯିବ କେମିତି? ସବୁ ଉପାୟ ସରିଗଲା ପରେ ଘର ମାଲିକ ତାଙ୍କର ଜଣେ ପରିଚାରକକୁ ଡାକି ହାତୁଡ଼ିରେ ପିଟି ତାଲାକୁ ଭାଙ୍ଗିବାକୁ ଆଦେଶ ଦେଲେ। ପରିଚାରକ ବଡ଼ ହାତୁଡ଼ିଟିଏ ଆଣି ତାଲାକୁ ବାଡ଼େଇ ବାଡ଼େଇ ଥକିଲା ହେଲେ, ତାଲା ଭାଙ୍ଗିଲା ନାହିଁ। ଏବେ ଘର ମାଲିକ ବାଧୢ ହୋଇ ଜଣେ ଲୋକକୁ ପାଖ ବଜାରକୁ ପଠାଇଲେ ଚାବି ମିସ୍ତ୍ରିକୁ ଡାକି ଆଣିବା ଲାଗି। ଚାବି ମିସ୍ତ୍ରି ଆସି ଗୋଟିଏ ମାପ ନେଲା ଏବ˚ କିଛି ସମୟ ଭିତରେ ଚାବିଟିଏ ତିଆରି କରିଦେଲା। ଚାବିଟି ପୂରାଇ ବାମକୁ ଟିକିଏ ମୋଡ଼ିଦେଲା ମାତ୍ରକେ ତାଲା ଫିଟିଗଲା।
ଏହା ପରେ ହାତୁଡ଼ି ଚାବିକୁ ପଚାରିଲା- ଭାଇ ମୁଁ ଗଳଦଘର୍ମ ହୋଇଗଲି, ତାଲା ଫିଟିଲା ନାହିଁ। ତୁ ଏମିତି କ’ଣ କଲୁ ଯେ ତାଲା ଫିଟିଗଲା।
ଚାବି କହିଲା- ହାତୁଡ଼ି ଭାଇ, ତୁମେ ତାଲାକୁ ଉପରୁ ବାଡ଼େଇ ତାକୁ ଖୋଲିବାକୁ ଚାହିଁଲ। କିନ୍ତୁ ତା’ ହୃଦୟକୁ ଛୁଇଁ ପାରିଲ ନାହିଁ। ମୁଁ ତା’ ଭିତରକୁ ପଶିଲି ଏବ˚ ତା’ ହୃଦୟକୁ ଛୁଇଁଦେଲି। ତେଣୁ ସେ ଫିଟିଗଲା।
କଥାଟି କହିସାରି ପ୍ରଧାନ ଶିକ୍ଷକ କହିଲେ, ଦଣ୍ତ ଦେବା ହେଉଛି ହାତୁଡ଼ି କରୁଥିବା କାମ ଭଳି। ଆମେମାନେ ଯଦି ଚାବି ଭଳି ପିଲାର ହୃଦୟକୁ କୋମଳ ଭାବେ ଛୁଇଁ ପାରିବା ତେବେ ସେମାନେ ପୂରା ଖୋଲିଯିବେ। ପାଠ ପଢ଼ିବେ ଏବ˚ ସୁସ˚ସ୍କୃତ ବି ହୋଇଯିବେ।