ମନ୍ତ୍ରୀଙ୍କ ପରାମର୍ଶ

ଥରେ ଗୋଟିଏ ଛୋଟ ରାଜ୍ୟର ରାଜା ଖବର ପାଇଲେ ଯେ ତାଙ୍କ ରାଜ୍ୟ ଉପରେ ପଡ଼ୋଶୀ ବଡ଼ ରାଜ୍ୟ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଛି। ସେ ଭୟ ପାଇଗଲେ ଏବଂ ନିଜର ଅତି ପ୍ରାଜ୍ଞ ବୃଦ୍ଧ ମନ୍ତ୍ରୀଙ୍କ ପରାମର୍ଶ ଲୋଡ଼ିଲେ।

ବୃଦ୍ଧ ମନ୍ତ୍ରୀ ଏହା ଶୁଣି କହିଲେ- ମହାରାଜ ଏବେ ସେମାନେ ପ୍ରସ୍ତୁତ ହେଉଛନ୍ତି। ତେଣୁ ଆମେ କାଳ ବିଳମ୍ବ ନ କରି ଅତର୍କିତ ଭାବେ ପ୍ରଥମେ ଆକ୍ରମଣ କରିବା। ଏମିତି ହେଲେ ଆମେ ମାନସିକ ସ୍ତରରେ ସେମାନଙ୍କ ଠାରୁ ଉପରେ ରହିବା। ଦ୍ବିତୀୟ କଥା ମୁଁ ଆପଣଙ୍କ ସହିତ ଯୁଦ୍ଧକୁ ଯିବି।

ରାଜା ରାଜି ହେଲେ। ଦୁଇ ରାତି ଭିତରେ ଅତି ଗୋପନୀୟ ଭାବେ ପ୍ରସ୍ତୁତ ହୋଇ ରାଜା ନିଜର କ୍ଷୁଦ୍ର ଅଥଚ ଦକ୍ଷ ସେନା ବଳ ନେଇ ରାତିରେ ପଡ଼ୋଶୀ ରାଜ୍ୟରେ ପ୍ରବେଶ କଲେ। ଗୋଟିଏ ପୋଲ ସେହି ରାଜ୍ୟ ଦ୍ବୟକୁ ସଂଯୋଗ କରୁଥିଲା। ପୋଲ ଟପିଯିବା ପରେ ମନ୍ତ୍ରୀ କହିଲେ- ପୋଲକୁ ଭାଙ୍ଗି ଦିଅ।

ରାଜା ଏଥିରେ ବିସ୍ମିତ ହେଲେ ବି ମନ୍ତ୍ରୀଙ୍କ କଥା ମାନି ସେଭଳି ଆଦେଶ ଦେଲେ। ଏବେ ସୈନ୍ୟମାନଙ୍କ ଲାଗି ପରାଜିତ ହେଲେ ବି ପଛଘୁଞ୍ଚା ଦେବାର ବାଟ ନ ଥିଲା।

ମନ୍ତ୍ରୀ ହୁଁଙ୍କାର ଦେଲେ ଆକ୍ରମଣ କର। କେହି କିଛି ବୁଝିବା ପୂର୍ବରୁ ଏହି ସୈନିକମାନେ ଖେଦି ଗଲେ ଓ ଆକ୍ରମଣ କଲେ। ପଛକୁ ପଳାୟନ ଳାଗି ଉପାୟ ନ ଥିବାରୁ ପ୍ରାଣମୂର୍ଚ୍ଛା ଲଢ଼ିଲେ ଏବଂ ଶେଷରେ ଜିତିଲେ।

ବିଜୟ ପରେ ମନ୍ତ୍ରୀ କହିଲେ ବିକଳ୍ପର ମାର୍ଗ ଥିଲେ, ପ୍ରୟାସରେ ହାଲୁକା ପଣ ଆସିଯାଏ। ପୋଲ ଭାଙ୍ଗିଯିବା ପରେ ଯୁଦ୍ଧ କରି ଜିତିବା ନ ହେଲେ ମରିବା ଛଡ଼ା ଆଉ କିଛି ବିକଳ୍ପ ନଥିବାରୁ ଆମେ ଏମିତି ଲଢ଼ିଲୁ ଯେମିତି ତାହା ଆମ ଶେଷ ଯୁଦ୍ଧ। ତେଣୁ ଜିତିଲୁ।

ସମ୍ବନ୍ଧିତ ଖବର