କ୍ଲାସିକ୍‌ ବିଉଟି ରାଜଶ୍ରୀ ଜଣେ ସଫଳ ଲୁଗା ବ୍ୟବସାୟୀ !

କ୍ଲାସିକ୍‌ ବିଉଟିି ଅଭିନେତ୍ରୀ ରାଜଶ୍ରୀଙ୍କ ଜନ୍ମ ୧୯୪୪ ମସିହା ଅକ୍ଟୋବର ୮ ତାରିଖରେ ହୋଇଥିଲା । ରାଜଶ୍ରୀ ହେଉଛନ୍ତି ପ୍ରଖ୍ୟାତ ନିର୍ମାତା-ନିର୍ଦ୍ଦେଶକ ଭି.ଶାନ୍ତାରାମ ଓ ତାଙ୍କର ଦ୍ୱିତୀୟ ପତ୍ନୀ ଜୟଶ୍ରୀଙ୍କ କନ୍ୟା । ଚଳଚ୍ଚିତ୍ର ପରିବାରରେ ଜନ୍ମ ହୋଇଥିବା କାରଣରୁ ତାଙ୍କ ମନରେ ଅଭିନୟ ଓ ନୃତ୍ୟପ୍ରତି ପିଲାଦିନରୁ ଦୁର୍ବଳତା ଥିଲା । ଏଥିଲାଗି ସେ ଶିଶୁ କଳାକାରଭାବେ ଅଭିନୟ ଜୀବନ ଆରମ୍ଭ କରିଥିଲେ।

ରାଜଶ୍ରୀଙ୍କୁ ପିତା ଭି,ଶାନ୍ତାରାମ୍‌ ହିଁ ନାୟିକା ରୂପେ ଲଞ୍ଚ କରିଥିଲେ ଫିଲ୍ମ ‘ଗୀତ୍‌ ଗାୟା ପଥ୍‌ ରୋଁନେ’ ରେ । ଏହି ଫିଲ୍ମ ମଧ୍ୟ ଉଭୟ ଜିତେନ୍ଦ୍ର ଓ ରାଜଶ୍ରୀଙ୍କୁ ଷ୍ଟାର୍‌ ବନାଇଥିଲା । ଏହାପରେ ରାଜଶ୍ରୀ ଆଉ ପଛକୁ ଫେରି ଚାହିଁ ନଥିଲେ । ରାଜଶ୍ରୀଙ୍କ ଅନ୍ୟ ଉଲ୍ଲେଖନୀୟ ସିନେମା ହେଲା-ବ୍ରହ୍ମଚାରୀ, ନୈନା , ଦିଲନେ ପୁକାରା,ଜାନ୍‌ଓ୍ଵାର୍‌, ଶହନାଇ, ଗୁନାହୋଁ କା ଦେବତା, ସଗାଇ, ସ୍ତ୍ରୀ,ଶୁବହକା ତାରା, ଜି ଚାହତା ହେ, ଦୋ ଦିଲ୍‌, ଗୃହସ୍ଥୀ, ସୁହାଗ୍‌ ରାତ୍‌, ମୋହବତ୍‌ ଜିନ୍ଦେଗୀ ହେ ଏବଂ ଆରାଉଣ୍ଡ ଦ ଓ୍ଵାଲ୍‌ର୍ଡ୍‌ ଇନ୍‌ ,ଏଇଟ୍‌ ଡଲାର୍ସ, । ରାଜଶ୍ରୀ ମୋଟ୍‌ ୧୭ଟି ହିନ୍ଦୀ ସିନେମାରେ ଅଭିନୟ କରିଥିଲେ।

ସେ ରାଜ କପୁର, ଜିତେନ୍ଦ୍ର, ଶମ୍ମୀ କପୁର, ଶଶୀ କପୁର, ରାଜ କୁମାରଙ୍କ ପରି ଲୋକପ୍ରିୟ ତାରକାଙ୍କ ବିପକ୍ଷରେ ନାୟିକା ହେବାର ସୌଭାଗ୍ୟ ଲାଭ କରିଥିଲେ । ଷାଠିଏ ଦଶକର ସୁପରହିଟ୍‌ ସିନେମା ‘ବ୍ରହ୍ମଚାରୀ’ର ଲୋକପ୍ରିୟ ଗୀତ ଦିଲକୀ ଝରକୋଁ ମେଁ ତୁଝ୍‌କୋ ବିଠାକର୍‌, ରଖୁଙ୍ଗା ମେଁ ଦିଲ୍‌କେ ପାଶ୍‌ ….ରେ ଶମ୍ମୀ କପୁର ଓ ରାଜଶ୍ରୀଙ୍କ ଅଭିନୟକୁ ଏଯାଏଁ ଭୁଲି ପାରିନାହାଁନ୍ତି ସିନେପ୍ରେମୀ ।

ଗ୍ରେଗ୍‌ ଓ ରାଜଶ୍ରୀଙ୍କର ବୈଦିକ ରୀତିନୀତି ଅନୁଯାୟୀ ବାହାଘର ପରେ ରାଜଶ୍ରୀ ସ୍ଥାୟୀ ରୂପେ ଆମେରିକାରେ ବସବାସ କରିବାରେ ଲାଗିଲେ । ଗ୍ରେଗ୍‌ ଓ ରାଜଶ୍ରୀଙ୍କର ଏକ କନ୍ୟା ଅଛନ୍ତି। ବିଗତ ତିରିଶି ବର୍ଷ ଧରି ସେ ଆମେରିକାରେ ଜଣେ ସଫଳ ଲୁଗା ବ୍ୟବସାୟୀ  । 

ନିର୍ମାତା-ନିର୍ଦ୍ଦେଶକ ଭି.ଶାନ୍ତାରାମ ଓ ତାଙ୍କର ଦ୍ୱିତୀୟ ପତ୍ନୀ ଜୟଶ୍ରୀଙ୍କ କନ୍ୟା ତଥା ଲୋକପ୍ରିୟ ନାୟିକା ରାଜଶ୍ରୀ ଥରେ ସୋ’ମ୍ୟାନ୍‌ ରାଜ କପୁରଙ୍କ ସହିତ ‘ ଆରାଉଣ୍ଡ ଦ ଓ୍ଵାଲର୍ଡ ଇନ୍‌ ଏଇଟ୍‌ ଡଲାର୍ସ’ର ସୁଟିଂ ପାଇଁ ଆମେରିକା ଯାଇଥିଲେ । ସେହି ସୁଟିଂ ସମୟରେ ଜଣେ ଆମେରିକୀୟ ଛାତ୍ର ଗ୍ରେଗ୍‌ ଚାପମ୍ୟାନ୍‌ଙ୍କ ସହିତ ରାଜଶ୍ରୀଙ୍କଙ୍କର ଦେଖା ହୋଇଥିଲା । ପ୍ରଥମ ଦେଖାରେ ପ୍ରେମ ହେଲା ଏବଂ ଏହାପରେ ଏ ଦୁହେଁ ପ୍ରାୟ ତିନି ବର୍ଷ ଯାଏଁ ପ୍ରେମ ସଂପର୍କରେ ରହିଲେ । ଅବଶେଷରେ ଗ୍ରେଗ୍‌ ଓ ରାଜଶ୍ରୀଙ୍କର ବୈଦିକ ରୀତିନୀତି ଅନୁଯାୟୀ ବାହାଘର ଧୂମଧାମ୍‌ରେ ହୋଇଥିଲା । ଏହାପରେ ରାଜଶ୍ରୀ ସ୍ଥାୟୀ ରୂପେ ଆମେରିକାରେ ବସବାସ କରିବାରେ ଲାଗିଲେ । ଗ୍ରେଗ୍‌ ଓ ରାଜଶ୍ରୀଙ୍କର ଏକ କନ୍ୟା ଅଛନ୍ତି। ବିଗତ ତିରିଶି ବର୍ଷ ଧରି ସେ ଆମେରିକାରେ ଜଣେ ସଫଳ ଲୁଗା ବ୍ୟବସାୟୀ ଭାବେ କାର୍ଯ୍ୟରତ । ତଥାପି ତାଙ୍କର ଏବେ ବି ସିନେମା ପ୍ରତି ଆଗ୍ରହ ରହିଛି।
ଅଭିନୟ, ନୃତ୍ୟ ସାଙ୍ଗକୁ ସୌନ୍ଦର୍ଯ୍ୟର ପ୍ରତିମା ଥିଲେ ଅଭିନେତ୍ରୀ ରାଜଶ୍ରୀ ।

ସମ୍ବନ୍ଧିତ ଖବର