ବିବାହପରେ ସିନେମାରେ ପାଦ ଦେଇଥିଲେ ଏହି ଅଭିନେତ୍ରୀ

ଅଭିନେତ୍ରୀ ରୋହିଣୀ ହଟ୍ଟଙ୍ଗଡୀ ମାତ୍ର ସାତବର୍ଷ ବୟସରେ ଏକ ମରାଠୀ ନାଟକ ‘ ମ୍ୟାଜିକ୍‌ ଓ୍ଵାଟର’ ରେ ଅଭିନୟ କରିଥିଲେ । ବି.ଏସ୍‌.ସି. ପାସ୍‌ କରିବା ପରେ ଦିନେ ସେ ଏକ ସମ୍ବାଦପତ୍ରରେ ଅଭିନୟ ପାଇଁ ସ୍କଲାରସିପ୍‌ର ବିଜ୍ଞାପନ ଦେଖି ଆବେଦନ କରିଥିଲେ । ୧୯୭୧ ରେ ସେ ତାଙ୍କୁ ନ୍ୟାସନାଲ୍‌ ସ୍କୁଲ୍‌ ଅଫ୍‌ ଡ୍ରାମାରେ ନାମ ଲେଖାଇବାର ସୁଯୋଗ ପାଇଥିଲେ । ସେଠାରେ ତିନି ବର୍ଷ ପଢିବାବେଳେ ଅଭିନେତା ରାଜେନ୍ଦ୍ର ଗୁପ୍ତ, କୀର୍ତ୍ତି ଜୈନ୍‌, ନଶିରୁଦ୍ଦିନ ଶାହା, ଅଜିତ୍‌ ବଚ୍ଛଦା, ଅଜିତ୍‌ ଦାସ ଏବଂ ଜୟଦେବ ହଟ୍ଟଙ୍ଗଡି ପ୍ରମୁଖଙ୍କ ସହ ବନ୍ଧୁତା ହୋଇଥିଲା ତାଙ୍କର । ସେହି ଏନ୍‌.ଏସ୍‌.ଡିରେ ପଢିବା ସମୟରେ ଜୟଦେବ ହଟ୍ଟଙ୍ଗଡିଙ୍କ ସହିତ ରୋହିଣୀଙ୍କର ପ୍ରେମ ସଂପର୍କ ଗଢ଼ି ଉଠିଥିଲା ।

ଜୟଦେବ ଓ ରୋହିଣୀଙ୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ମଧ୍ୟ ଶାଶୁଘରେ ସମସ୍ତ ପ୍ରକାରର ସହାୟତା  ମିଳିଥିଲା ରୋହିଣୀଙ୍କୁ ।ଏହାର କିଛି ଦିନ ପରେ ଦିନେ ରୋହିଣୀ ନଶିରୁଦ୍ଦିନ ଶାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ନିର୍ଦ୍ଦେଶକ ସଇଦ୍‌ ମୀର୍ଜା ଦେଖି ଫିଲ୍ମରେ ଅଭିନୟ କରିବା ପାଇଁ ଅଫର୍‌ ଦେଲେ । ତେବେ ସେହି ଫିଲ୍ମଟି ଫ୍ଲୋର୍‌କୁ ଯାଇ ପାରିନଥିଲା, ଏହାପରେ ତାଙ୍କୁ ମିଳିଥିଲା ଅରବିନ୍ଦ୍‌ ଦେଶାଇଙ୍କ ଫିଲ୍ମ ‘ ଅଜୀବ୍‌ ଦାସ୍ତାନ୍‌’ । ଏହା ଥିଲା ତାଙ୍କର କ୍ୟାରିଅର୍‌ର ପ୍ରଥମ ସିନେମା ।

ଜୟଦେବ ଓ ରୋହିଣୀଙ୍କ ପ୍ରେମ ସଂପର୍କକୁ କିନ୍ତୁ ନାପସନ୍ଦ କରିଥିଲେ ପରିବାର ଲୋକେ ,କିନ୍ତୁ ରୋହିଣୀ ଘରେ ରୋକ୍‌ଠୋକ୍‌ ଭାବେ ଜଣାଇ ଦେଲେ ଯେ ସେ ଜୟଦେବଙ୍କୁ ହିଁ ବିବାହ କରିବେ । ସେତେବେଳେ ଉଭୟ ଜୟଦେବ ଓ ରୋହିଣୀ ରୋଜଗାରକ୍ଷମ ନ ଥିଲେ । ଏହା ଥିଲା ସେ ଦୁହିଁଙ୍କ ବିବାହରେ ପ୍ରତିବନ୍ଧକ । ରୋହିଣୀଙ୍କ ବାପା ଗୋଟିଏ ସର୍ତ୍ତରେ ବାହାଘର କରାଇବାକୁ ରାଜିହେଲେ । ତା’ହେଲା ଦି’ଜଣଙ୍କ ଭିତରୁ କେହି ଜଣେ ଚାକିିରି କରିଲେ ବା ରୋଜଗାର କଲେ ଖୁସୀରେ ସେ ବାହାଘରର ଆୟୋଜନ କରିବେ । ଠିକ୍‌ ସେହି ସମୟରେ ପ୍ରସିଦ୍ଧ ନାଟକ ‘କସ୍ତୁରୀ ମୃଗ୍‌’ରେ ଅଭିନୟ କରିବାକୁ ସୁଯୋଗ ଦେଲେ । ଏହି ନାଟକଟି ବେଶ୍‌ ସଫଳତା ହାସଲ କରିଲା ଓ ପ୍ରାୟ ୨୫ ଟି ସୋ’ ହାଉସଫୁଲ୍‌ ହୋଇଥିଲା । ଏଥିରୁ ସେ ରୋଜଗାର ଆରମ୍ଭ କରିଥିଲେ । ଏହାପରେ ଜୟଦେବ ଓ ରୋହିଣୀଙ୍କ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ବିବାହ ପରେ ମଧ୍ୟ ଶାଶୁଘରେ ସମସ୍ତ ପ୍ରକାରର ସହାୟତା  ମିଳିଥିଲା ରୋହିଣୀଙ୍କୁ ।

PHOTO-THEINDIANEXPRESS

ଏହାର କିଛି ଦିନ ପରେ ଦିନେ ରୋହିଣୀ ନଶିରୁଦ୍ଦିନ ଶାହାଙ୍କୁ ସାକ୍ଷାତ କରିବାକୁ ଯାଇଥିଲେ । ସେଠାରେ ତାଙ୍କୁ ନିର୍ଦ୍ଦେଶକ ସଇଦ୍‌ ମୀର୍ଜା ଦେଖି ଫିଲ୍ମରେ ଅଭିନୟ କରିବା ପାଇଁ ଅଫର୍‌ ଦେଲେ । ତେବେ ସେହି ଫିଲ୍ମଟି ଫ୍ଲୋର୍‌କୁ ଯାଇ ପାରିନଥିଲା, ଏହାପରେ ତାଙ୍କୁ ମିଳିଥିଲା ଅରବିନ୍ଦ୍‌ ଦେଶାଇଙ୍କ ଫିଲ୍ମ ‘ ଅଜୀବ୍‌ ଦାସ୍ତାନ୍‌’ । ଏହା ଥିଲା ତାଙ୍କର କ୍ୟାରିଅର୍‌ର ପ୍ରଥମ ସିନେମା । ତା’ପରେ ‘ ଆଲବର୍ଟ ପିଣ୍ଟୋ କୋ ଗୁସ୍‌ସା କ୍ୟୁଁ ଆତା ହେ’ ଓ ‘ ଚକ୍ର’ ଆଦି ଫିଲ୍ମ ରିଲିଜ୍‌ ହେଲା, ଯେଉଁଥିରେ ରୋହିଣୀଙ୍କୁ ମିଳିଥିଲା ଲିଡ୍‌ ରୋଲ । ତେବେ ୧୯୮୨ ରେ ମୁକ୍ତିଲାଭ କରିଥିବା ‘ ଗାନ୍ଧୀ’ ଚଳଚ୍ଚିତ୍ର ରେ କସ୍ତୁରବା ଭୂମିକା ନିଭାଇ ସେ ଲୋକପ୍ରିୟତା ଅର୍ଜନ କରିଥିଲେ । ବିବାହ ପରେ ସିନେଜଗତରେ ପାଦ ଦେଇଥିିବା ରୋହିଣୀ ହଟ୍ଟଙ୍ଗଡି ଆଉ ପଛକୁ ଫେରି ଚାହିଁ ନଥିଲେ ।

ସମ୍ବନ୍ଧିତ ଖବର